ଅତି ଦ୍ରୁତ ଗତିରେ ମାଡ଼ି ଯାଉଛି କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌, ଦେଖାଦେଉଛି ଏସବୁ ଲକ୍ଷଣ

ଏଥର ଯେମିତି କାହାକୁ ଛାଡ଼ିବନି କରୋନା । ଖୋଜି ଖୋଜି ଆକ୍ରମଣ କରୁଛି । ଧନୀ ଗରିବ, ନେତା ଅଭିନେତା ସେ ଯେତେ ବଡ଼ ବ୍ୟକ୍ତି ହେଉ ନା କାହିଁକି କରୋନାର ଦ୍ୱିତୀୟ ଲହରୀ ସେମାନଙ୍କୁ କାବୁ କରି ନେଇଛି । ପୂର୍ବରୁ ବି ଅମିତାଭ ବଚ୍ଚନଙ୍କ ଭଳି ବ୍ୟକ୍ତି ଓ ତାଙ୍କ ପୂରା ପରିବାର କରୋନାରେ ସଂକ୍ରମିତ ହୋଇଥିଲା । ତେବେ ଏଥର ଦ୍ରୁତ ଗତିରେ ଏବଂ ଅବାଧରେ ସବୁଆଡ଼େ ମାଡ଼ି ଚାଲିଛି । ନେତାଙ୍କ ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ନେତା ରାହୁଲ ଗାନ୍ଧି, ଅଭିନେତା ସୋନୁ ସୁଦ୍‌, ଭୂମି ପେଡନେକର, ଭିକି କୌଶଲ, ଗୋବିନ୍ଦା, ଅକ୍ଷୟ କୁମାର, ଆଲିଆ ଭଟ୍ଟ, ପରେଶ ରାଓ୍ଵଲ, କାର୍ତ୍ତିକ ଆରିୟାନ ଏବଂ ଖେଳାଳିଙ୍କ ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପ୍ରମୁଖ ସଂକ୍ରମିତ ହୋଇଛନ୍ତି ।

କରୋନା ଭାଇରସ୍‌କୁ ଦମନ କରିବା ପାଇଁ ଏବେବି ଗବେଷଣା ଚାଲିଛି । ଯେଉଁ ଭ୍ୟାକସିନ୍‌ ଆସିଛି ତାର ସଫଳତା ନେଇ କୌଣସି ଗ୍ୟାରେଣ୍ଟି ନାହିଁ । ପ୍ରଥମ ତୁଳନାରେ ଦ୍ୱିତୀୟ ଷ୍ଟ୍ରେନ୍‌ରେ ଏହି ଭାଇରସ୍‌ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ତେବେ ପ୍ରଥମ ଭାଇରସ୍‌ ଭଳି ଏହା ମହାମାରୀ ନୁହେଁ । ହେଲେ ଭାରତରେ ବର୍ତ୍ତମାନ ଯଦି ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଦେଖିବା ତେବେ ଅଳ୍ପ କିଛି ଦିନ ଭିତରେ ଏହା ପ୍ରଥମ ତାଲିକାକୁ ଟପିଯିବ । ଏବେ ଏହା ଯୁବ ପିଢ଼ିକୁ ବି ଛାଡୁ ନାହିଁ । ୨୦ରୁ ଆରମ୍ଭ କରି ୩୫ ବର୍ଷ ବୟସର ଲୋକଙ୍କୁ ମଧ୍ୟ ସଂକ୍ରମିତ ହେଉଛି । ଏପରିକି ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ମଧ୍ୟ ଭାଇରସ୍‌ ତା ଜାଲରେ ଫସାଇ ଦେଉଛି ।

ମୁଣ୍ଡ ବିନ୍ଧା, ଥଣ୍ଡା, ଆଲର୍ଜି, ନିଦ ନହେବା ଆଦି ଅନେକ ଲକ୍ଷଣ ରହିଛି ଏହି ନୂଆ ସଂକ୍ରମଣର । ବିଶେଷ କରି ପ୍ରଥମରୁ ମୁଣ୍ଡ ବିନ୍ଧା ଏହାର ଲକ୍ଷଣ ବୋଲି କୁହାଯାଉଛି । ପୂର୍ବର ଲକ୍ଷଣରେ ଅନେକ ପରିବର୍ତ୍ତନ ଆସିଥିବାରୁ ଲୋକେ ଏହି ନୂଆ ଲକ୍ଷଣକୁ ଠିକ୍‌ ଭାବେ ଠଉରାଇ ପାରୁନାହାନ୍ତି । ଏମିତିକି ବେଳେ ବେଳେ ଏହା ଆଣ୍ଟିଜେନ୍‌ କିମ୍ବା ଆରଟିପିସିଆର ଟେଷ୍ଟରେ ବି ଧରା ପଡୁନାହିଁ । ଯଦି ଆପଣଙ୍କ ମୁଣ୍ଡ ବିନ୍ଧା କିମ୍ବା ମାଂସପେଶୀରେ ଯନ୍ତ୍ରଣା ଲଗାତର ୭୨ ଘଣ୍ଟା ଧରି ରହୁଛି ତେବେ ଆପଣ ଟେଷ୍ଟ କରାଇ ନେବା ଉଚିତ ।
ସେହିପରି ଅନ୍ୟ ଲକ୍ଷଣଗୁଡ଼ିକ ହେଉଛି ବାସ୍ନା କିମ୍ବା ସ୍ୱାଦ ବାରି ନପାରିବା, ବାନ୍ତି ଝାଡ଼ା ଓ ହେବା, ମାଂସପେଶୀ ଟାଣି ଧରିବା, ଖାଇବା ଇଚ୍ଛା ନହେବା, କ୍ଲାନ୍ତ ଲାଗିବା।

ଏକ ସର୍ଭେରୁ ଜଣାପଡ଼ିଛି ଯେ ଲକ୍ଷଣ ନଥିଲେ ମଧ୍ୟ ଏହି ଦ୍ୱିତୀୟ ଷ୍ଟ୍ରେନ୍‌ ୬୦ ପ୍ରତିଶତ ଲୋକଙ୍କୁ ସଂକ୍ରମିତ କରୁଛି । ଲକ୍ଷଣ ନଥାଇ ବି ବ୍ୟକ୍ତି ଟେଷ୍ଟ କଲେ କୋଭିଡ୍‌ ପଜିଟିଭ ଆସୁଛି । ଏହା ଏତେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି ଯେ ଏହାକୁ ରୋକିବା ସହଜ ହେଉନାହିଁ । ତେଣୁ ପରିସ୍ଥିତି ଯାହା ବି ହେଉନା କାହିଁକି ଆମକୁ ଅତ୍ୟନ୍ତ ସତର୍କତାର ସହ ଚଳିବାକୁ ପଡ଼ିବ । ସେ ଘର ହେଉ କି ବାହାର ପୂର୍ବ ବର୍ଷ ତୁଳନାରେ ଆହୁରି ଅଧିକ ସଚେତନ ହେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । କାରଣ ଲକ୍ଷଣ ନଥାଇ ସଂକ୍ରମିତ ହୋଇଥିବା ବ୍ୟକ୍ତି ଠାରୁ ମଧ୍ୟ ଅନ୍ୟକୁ ସଂକ୍ରମଣର ଭୟ ରହିଛି । ଏମାନେ ‘ସାଇଲେଣ୍ଟ କ୍ୟାରିୟର’ ଭାବେ କାମ କରୁଛନ୍ତି।

ତେଣୁ କରୋନାର ଦ୍ୱିତୀୟ ଚେନ୍‌କୁ ଛିଡ଼ାଇବା ସହଜ କଥା ନୁହେଁ । କେବଳ ସତର୍କତା ହିଁ ରକ୍ଷା କରି ପାରିବ । ପୂର୍ବ ଭଳି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବାକୁ ନିୟମିତ ଭାବେ ଗୁରୁତ୍ୱ ଦେବା । ଯଦି କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସୁଛେ ତେବେ ନିଜକୁ ପ୍ରଥମେ ଆଇସୋଲେସନ୍‌ ଏବଂ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବା ଉଚିତ । ନିଜର କୋଭିଡ୍‌ ଟେଷ୍ଟ କରାଇ ନିଶ୍ଚିତ ହେବା ଦରକାର ଯେ ଆପଣ ସଂକ୍ରମିତ ହୋଇଛନ୍ତି କି ନାହିଁ। ଏସବୁ ପରେ ବି ସତର୍କ ରହିବା ଜରୁରୀ । କାରଣ ଟିକିଏ ଅସାବଧାନତା ନିଜକୁ ଓ ନିଜ ପରିବାରକୁ ବିପଦ ଭିତରକୁ ଠେଲି ଦେବାର ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.