ବିଶ୍ୱର ପ୍ରଥମ ଦେଶ ଭାବରେ ଚି଼ଲ୍ଲୀ ଲାଗୁ କଲା “ନ୍ୟୁରୋଟେକ୍ନୋଲୋଜି” ଆଇନ, ମାନବାଧିକାର ରକ୍ଷା ହେଉଛି ମୂଳ ଲକ୍ଷ

ଦକ୍ଷିଣ ଆମେରିକାର ଏକ ଦେଶ ଚି଼ଲ୍ଲୀ ନିଜ ଅଞ୍ଚଳରେ କିଛି ଦିନ ତଳେ ଏକ ନୂଆ ଆଇନ ଲାଗୁ କରିଛି । ଯାହାର ଅଧୀନରେ କୌଣସି ମଣିଷର ଆତ୍ମ ପରିଚୟ, ନିଜର ଇଚ୍ଛା, ମାନସିକ ସ୍ଥିତି, ଅଧିକାର ଆଦିକୁ ସାମିଲ କରାଯାଇଛି । କହିରଖୁଛୁକି ଏମିତି ଏକ ଆଇନ ପାସ କରିବାରେ ବିଶ୍ୱରେ ଚି଼ଲ୍ଲୀ ହେଉଛି ପ୍ରଥମ ଦେଶ । ପୂର୍ବରୁ ନ୍ୟୁଟ୍ରିଓଲୋଜି ମାଧ୍ୟମରେ କୌଣସି ବ୍ୟକ୍ତିଙ୍କୁ ନିୟନ୍ତ୍ରଣ କରିବାକୁ ବେଆଇନ ଭାବେ ଘୋଷଣା କରାଯାଇଛି । ପ୍ରତିଟି ମଣିଷଙ୍କ ଚିନ୍ତାଧାରା ଗୁଡିକୁ ସୁରକ୍ଷା ଦେବା ହେଉଛି ଏହି ଆଇନ ପ୍ରଣୟନର ମୂଳ ଲକ୍ଷ । ନ୍ୟୁରୋଟେକ୍ନୋଲୋଜି ପଦ୍ଧତିର ମାତ୍ରାଧିକ ବ୍ୟବହାର ହେତୁ ସମାଜକୁ ଏକ ବଡ ବିପଦ ମାଡ଼ି ଆସୁଥିବା ନେଇ ବୈଜ୍ଞାନିକ ମାନେ ମତ ଦେଇଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ଭବିଷ୍ୟତରେ ଏହା ମାନବାଧିକାର ରକ୍ଷାର ଆଧାର ହୋଇପାରେ । ବିଶେଷଜ୍ଞ ମାନେ ଏହା ବି ମତ ରଖିଛନ୍ତିଯେ ଯଦି ଭବିଷ୍ୟତରେ “ନ୍ୟୁରୋଟେକ୍ନୋଲୋଜି” ପଦ୍ଧତିକୁ ନିୟମିତ କରାନଯାଏ ତେବେ ସାଧାରଣ ମଣିଷ ମାନେ ହୁଏତ ନିଜ ନିଜ ଚିନ୍ତନ ଶକ୍ତିକୁ ହରାଇ ବସିବେ । ଯଦି ମଣିଷ ଭାବିବା ପୂର୍ବରୁ ଟେକ୍ନୋଲୋଜି ନିଜ କାମ ଆରମ୍ଭ କରିଦିଏ ତେବେ ମଣିଷ ନିଜ ଦକ୍ଷତାକୁ ଆଉ ଠିକ ଭାବରେ ଉପଯୋଗ କରିବ ନାହିଁ ।

ସହଜରେ ଯଦି କାମଟି ହୋଇଯିବ ତେବେ ଜଣେ କଷ୍ଟ କାହିଁକି କରିବ । ଯେଉଁ ଘଟଣା ବାସ୍ତବରେ କେବେ ଘଟିନାହିଁ ବ୍ରେନ ଆକ୍ଟିଭିଟି ଜରିଆରେ ତାହା ବିଗାଡି ଯାଇପାରେ । ଯାହାର ବ୍ୟବହାର ସାଧାରଣତଃ ଆର୍ଥିକ ସ୍ଥିତିକୁ ବଢ଼ାଇବାରେ ହିଁ କରାଯାଇଥାଏ । ଏହାକୁ ନେଇ ଏକ୍ସପର୍ଟ ଏହା ମଧ୍ୟ କହିଛନ୍ତିକି ଏଯାବତ “ନ୍ୟୁରୋଟେକ୍ନୋଲୋଜି” କୌଣସି ବିଚାର କିମ୍ବା ଭାବନାକୁ ଡିକୋଡ କରିପାରିନାହିଁ । କିନ୍ତୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ଏହା ସମ୍ଭବ ହୋଇପାରିବ । ଶକ୍ତିଶାଳୀ ମେସିନ ଲର୍ଣ୍ଣିଙ୍ଗ ସିଷ୍ଟମ ବ୍ରେନ ଆକ୍ଟିଭିଟି ତଥା ବାହାର ପରିସ୍ଥିତି ଭିତରେ ସମ୍ବନ୍ଧ ସ୍ଥାପନ କରିପାରେ । ଏହା ପୂର୍ବରୁ ବିଶେଷଜ୍ଞ ମାନେ ବ୍ରେନ ଆକ୍ଟିଭିଟି ଲର୍ଣ୍ଣିଙ୍ଗ ସିଷ୍ଟମ ଜରିଆରେ କ୍ରେଡିଟ କାର୍ଡ ପାସୱାର୍ଡ଼ ବାବଦରେ ଅନୁମାନ ଲଗାଇବାରେ ସଫଳ ହୋଇପାରିଛନ୍ତି । ଯଦି ଭବିଷ୍ୟତରେ ଏହି ଟେକ୍ନୋଲୋଜି ଆଉ ଥରେ ଅପଗ୍ରେଡ଼ ହୁଏ ତେବେ ମସ୍ତିସ୍କ ଭିତରେ ଥିବା ଗୋପନୀୟ ତଥ୍ୟ ବିପଦରେ ପଡିଯାଇପାରେ । ବିଭିନ୍ନ ଅନୁଧ୍ୟାନରୁ ଜଣାଯାଇଛିଯେ ବିଶ୍ୱର ଅନ୍ୟ କୌଣସି ଦେଶରେ ଏହି ପଦ୍ଧତିର ଆରମ୍ଭ କରାଯାଇନାହିଁ । ଦକ୍ଷିଣ ଆମେରିକାର ଦେଶ ଚି଼ଲ୍ଲୀ ପ୍ରଥମ ରାଷ୍ଟ୍ର ଭାବରେ ଏପରି ନୂଆ ଆଇନ ଲାଗୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.