ଇଞ୍ଜିନିଅରିଂର ମିଶାଲ୍ ପମ୍ବନ୍ ବ୍ରିଜ୍, ଜାହାଜ ଯିବା ସମୟରେ ଉଠିଯାଇଥାଏ ଏହି ବ୍ରିଜ୍

ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଛି ଭାରତ । ବିଗତ ବର୍ଷମାନଙ୍କରେ ଏହି ଦେଶ ଦେଖିଛି ଅନେକ ଇଞ୍ଜିନିୟରିଂର ଅନେକ ଚମତ୍କାରିତା । ଏଇ ଯେମିତି ସମୁଦ୍ର ଗର୍ଭରେ ତିଆରି ହୋଇଥିବା ଏହି ବ୍ରିଜ୍ । ୧୦୦ରୁ ଅଧିକ ବର୍ଷ ହେଲା ଏକ ଦ୍ୱୀପ ସହ ଭାରତୀୟ ଭୂଖଣ୍ଡକୁ ଯୋଡ଼ିବାରେ ସହାୟକ ହେଉଛି ଏହି ବ୍ରିଟିଶ କାଳର ବ୍ରିଜ । ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ଶ୍ରେଷ୍ଠ ଉପଲବ୍ଧି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ତାମିଲନାଡ଼ୁର ମଣ୍ଡପମ ଓ ତୀର୍ଥଦ୍ୱୀପ ରାମେଶ୍ୱରମକୁ ଯୋଡୁଛି ଏହି ରେଳ ବ୍ରିଜ । ଭାରତୀୟ କାରିଗରୀ କୌଶଳର ଅନନ୍ୟ ଉଦାହରଣ ହେଉଛି ତାମିଲନାଡୁର ପମ୍ବନ ରେଳବାଇ ବ୍ରିଜ । ବଙ୍ଗୋପସାଗର ଉପରେ ହୋଇଥିବା ଏହି ରେଲୱେ ପୋଲ ଭ୍ରରଟିକାଲ ଲିଫ୍ଟ ବ୍ରିଜ ଭାବରେ ମଧ୍ୟ ବେଶ ପରିଚିତ । ରେଲୱେ ଟ୍ରାକ୍ ମଝିରେ ଯାଉଛି ଜାହାଜ । ଅର୍ଥାତ ଜାହାଜ ଯିବା ସମୟରେ ଏହି ବ୍ରିଜ ଉଠିଯାଇଥାଏ ।

ଏଥିପାଇଁ ବ୍ରିଜରେ ବ୍ୟବାହାର ହୋଇଛି ଦୁଇଟି ସ୍ପେନ୍, ଯାହାର ଓଜନ ୪୫୭ ଟନ । ବ୍ରିଜ ତଳ ଦେଇ ଜାହାଜ ଯିବା ସମୟରେ ଏହି ଦୁଇଟି ସ୍ପେନକୁ ଉଠାଇ ଦିଆଯାଏ । ଏହି ସ୍ପେନ ଗିୟର ବୁଲାଇବା ପାଇଁ ୮ ଜଣ ରେଳକର୍ମୀ ନିୟୋଜିତ ହୋଇଥାଏ । ଜାହାଜ ବ୍ରିଜ ଅତିକ୍ରମ କରିବା ପରେ ସ୍ପେନକୁ ପୁଣିଥରେ ତଳକୁ କରି ଦିଆଯାଏ । ୨.୫ କିଲୋମିଟରର ଏହି ବ୍ରିଜ ୧୯୧୪ ଫେବୃଆରୀ ୨୪ ରେ ହୋଇଥିଲା ପ୍ରଥମ ପମ୍ବନ ବ୍ରିଜ । କିନ୍ତୁ ନିର୍ମାଣ ହେବାର ୧୦୦ ବର୍ଷ ପରେ ଏହା ଖରାପ ହୋଇଯାଇଥିଲା ।

ତେବେ ବର୍ତ୍ତମାନ ପୁଣିଥରେ ନିର୍ମାଣ ହୋଇଛି ନୂଆ ପମ୍ବନ ବ୍ରିଜ । ଏହି ନୂଆ ପମ୍ବନ ବ୍ରିଜ ୫୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । ଯାହା ଗତବର୍ଷ ନଭେମ୍ବରରୁ ଚାଲୁ ହୋଇଛି । ଏହି ସ୍ୱତନ୍ତ୍ର ପମ୍ବନ ବ୍ରିଜ ପର୍ଯ୍ୟଟକଙ୍କୁ ମଧ୍ୟ ବେଶ ଆକର୍ଷିତ କରେ । ସବୁ ସମୟ ଅପେକ୍ଷା ସମୁଦ୍ର ପାଣି ବଢ଼ିବା ସମୟରେ ଏହି ଟ୍ରାକ ଅଧିକ ବିପଦପୂର୍ଣ୍ଣ ହୋଇଯାଇଥାଏ ।

You might also like