ସୈନିକଙ୍କୁ ପଥର କରିଦେଇଥିଲେ ଏଲିଏନ୍ସ, ଆସିଲା ସାଂଘାତିକ ସତ

ଏଲିଏନ୍ସକୁ ନେଇ ଅନେକ ନୂଆ ନୂଆ ତଥ୍ୟ ବାରମ୍ବାର ସାମ୍ନାକୁ ଆସୁଛି । ଲୋକମାନେ ଏଲିଏନ୍ସକୁ ନେଇ ପ୍ରତ୍ୟେକ କାହାଣୀ ଜାଣିବାକୁ ଇଚ୍ଛା କରନ୍ତି । ତେବେ ୟୁଏଫଓ ଦ୍ୱାରା ଏଲିଏନ୍ସମାନେ ଆମ ପୃଥିବୀକୁ ବାରମ୍ବାର ଆସୁଥିବା ମଧ୍ୟ ଦାବି କରାଯାଏ । କିନ୍ତୁ କ’ଣ ପ୍ରକୃତରେ ଏଲିଏନ୍ସ ଅଛନ୍ତି ନା ଏହା କେବଳ କଳ୍ପନା । ଯାହା ଉପରେ ଦଶନ୍ଧି ଦଶନ୍ଧି ଧରି ତିଆରି ହେଉଛି ଫିଲ୍ମ ଓ ଧାରାବାହିକ । ଏଲିଏନ୍ସକୁ ନେଇ ସବୁବେଳେ ଅଜବ ଦାବି କରାଯାଉଛି । ଅନେକ ବୈଜ୍ଞାନିକ ଏହି ରହସ୍ୟକୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ଯେ ଅନ୍ୟ ଗ୍ରହରେ ଏଲିଏନ୍ସ ଅଛନ୍ତି କି ନାହାନ୍ତି ଏବଂ ସେମାନେ ମଣିଷ ପାଇଁ ବିପଦ ସୃଷ୍ଟି କରୁଛନ୍ତି କି ? ତେବେ ନିକଟରେ ଏଲିଏନ୍ସକୁ ନେଇ ଏମିତି ଏକ ରିପୋର୍ଟ ପ୍ରକାଶ ପାଇଛି ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ ।

କୁହାଯାଏ ଯେ ଆମେରିକୀୟ ଏବଂ ରୁଷୀୟ ସୈନିକମାନେ ଏଲିଏନ୍ସମାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ଆମେରିକୀୟ ଗୁଇନ୍ଦା ସଂସ୍ଥା CIAର ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ ଏଲିଏନ୍ସ ଏବଂ ସୋଭିଏତ୍ ରୁଷର ସେନା ମଧ୍ୟରେ ଅତୀତରେ ଏକ ଯୁଦ୍ଧ ହୋଇଥିଲା, ଯାହାର ପରିଣାମ ଭୟଙ୍କର ଥିଲା ।

ଆମେରିକୀୟ ଗୁଇନ୍ଦା ସଂସ୍ଥା CIA ଦ୍ୱାରା ପ୍ରକାଶ ପାଇଥିବା ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟରେ ଏପରି ଘଟଣା ପ୍ରକାଶ ପାଇଛି । ଆମେରିକୀୟ ଗୁପ୍ତଚରମାନେ ପ୍ରାୟ ୩୫ ବର୍ଷ ପୂର୍ବର ଘଟଣାକୁ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି । UFOରୁ ବାହାରକୁ ଆସି ଏଲିଏନ୍ସମାନେ ରୁଷ ସୈନିକଙ୍କ ଏକ ୟୁନିଟ୍‌କୁ ପଥରରେ ପରିଣତ କରିଥିବା ନେଇ ରିପୋର୍ଟରେ କୁହାଯାଇଛି ।

ରିପୋର୍ଟ ଅନୁଯାୟୀ ପ୍ରାୟ ୩୫ ବର୍ଷ ପୂର୍ବେ ସେତେବେଳର ସୋଭିଏତ୍ ୟୁନିଅନର ସୈନିକମାନେ ଏକ UFOକୁ ଗୁଳି କରି ଖସାଇ ଦେଇଥିଲେ । ପରେ ଜଣାପଡ଼ିଥିଲା ଯେ ପୃଥିବୀକୁ ଆସିଥିବା ସେହି ଏଲିଏନ୍ସଙ୍କ ପାଖରେ ବହୁତ ଅସ୍ତ୍ରଶସ୍ତ୍ର ଏବଂ ଟେକନିକ୍ ଥିଲା । ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଏଲିଏନ୍ସମାନଙ୍କ UFOକୁ କ୍ଷତି ପହଞ୍ଚାଇବା ବହୁତ ବଡ଼ ଭୁଲ ଥିଲା । କାହିଁକି ନା ଏହାର ପରିଣାମ ଭୟଙ୍କର ଥିଲା । ସିଆଇଏ ଏଜେଣ୍ଟମାନେ ୨୫୦ ପୃଷ୍ଠାର ଏକ ସିକ୍ରେଟ୍ ଫାଇଲ୍ ବାହାର କରିଥିଲେ । ଯେଉଁଥିରେ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ରୁଷ ସେନାର ଆକ୍ରମଣରେ ଧ୍ୱଂସ ହୋଇଥିଲା ୟୁଏଫଓ । ସେହି ଯାନରୁ ୫ ଏଲିଏନ୍ସ ବାହାରିଥିଲେ । ପରେ ସୈନିକମାନଙ୍କୁ ଆକ୍ରମଣ କରିଥିଲେ ଏଲିଏନ୍ସ । ଏଲିଏନ୍ସଙ୍କ ଆକ୍ରମଣରେ ପଥର ପାଲଟି ଯାଇଥିଲେ ସୈନିକ ।

ସିଆଇଏ ଫାଇଲ୍ ରିପୋର୍ଟରେ କୁହାଯାଇଛି ଯେ ଗତ ୮୦ ବର୍ଷ ମଧ୍ୟରେ ଅନେକ ରିପୋର୍ଟରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଏଲିଏନ୍ସଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ଭୟଙ୍କର ବିସ୍ଫୋରଣ ଘଟାଇ ସୋଭିଏତ୍ ରୁଷର ସୈନିକମାନଙ୍କୁ ପଥରରେ ପରିଣତ କରି ମାଟିରେ ମିଶାଇ ଦେଇଥିଲେ ଏଲିଏନ୍ସ ।

ମହାକାଶ ଅନେକ ରହସ୍ୟରେ ଭରି ରହିଛି । ମଣିଷ ପାଇଁ ଏଲିଏନ୍ସ ଏବଂ ସେମାନଙ୍କ ଦୁନିଆ ସର୍ବଦା ରହସ୍ୟମୟ ହୋଇରହିଛି । ଅନେକ ସମୟରେ ଏଲିଏନ୍ସକୁ ନେଇ ଭିନ୍ନ ଭିନ୍ନ କଥା ଦାବି କରାଯାଇଛି । ସେହିପରି ବୈଜ୍ଞାନିକମାନେ ମହାକାଶରେ ଜୀବନ ରହିଛି କି ନାହିଁ ତାର ସନ୍ଧାନ କରୁଛନ୍ତି । କିନ୍ତୁ ଆଜି ମଧ୍ୟ ବୈଜ୍ଞାନିକଙ୍କ ପାଇଁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ମହାକାଶରେ ପ୍ରକୃତରେ ଏଲିଏନ୍ସ ଅଛନ୍ତି କି? ଯଦି ଏଲିଏନ୍ସ ସତରେ ଅଛନ୍ତି, ତେବେ ମଣିଷ ସେମାନଙ୍କ ସହ କେବେ ଯୋଗାଯୋଗ କରିବେ । ପ୍ରତିଦିନ ଏଲିଏନ୍ସଙ୍କୁ ନେଇ ଅନେକ ପ୍ରକାର ଖବର ସାମ୍ନାକୁ ଆସୁଛି । ତେବେ ଏହି ତଥ୍ୟ କେତେ ସତ କେତେ ମିଛ ତାହା ମଧ୍ୟ ସମୟ ଆସିଲେ ଜଣା ପଡିବ ।

Also Read: କାହିଁକି ଏଲିଏନ୍ସଙ୍କୁ ଡାକୁଛନ୍ତି ଏହି ସହରର ଲୋକେ, ଜାଣନ୍ତୁ ଏହା ପଛର ରହସ୍ୟ