ଆସୁଛି ନୂଆ ପ୍ୟାକିଂ : ଆଉ ଖାଦ୍ୟ ନଷ୍ଟ ହେବନି

ଓ୍ଵାଶିଂଟନ୍‌ : ବିଶ୍ୱରେ ଏଭଳି ଅନେକ ଦେଶ ଅଛି ଯେଉଁଠି ଲୋକେ ଦାନା ମୁଠାଏ ପାଇବାକୁ ଚାତକ ପରି ଚାହିଁ ରହନ୍ତି । ଆଉ କିଛି ଦେଶରେ ଖାଦ୍ୟ ନଷ୍ଟ ଏକ ସାଧାରଣ ଘଟଣା । ଏଥିରୁ ଭାରତ ବି ବାଦ୍‌ ପଡ଼ିନାହିଁ । ତେବେ ଅନେକ ସମୟରେ ପ୍ୟାକିଂ ଖାଦ୍ୟ ସେହି ପ୍ୟାକ୍‌ରେ ଲାଗି ନଷ୍ଟ ହୋଇଥାଏ । ଏହାକୁ ରୋକିବା ଲାଗି ବୈଜ୍ଞାନିକମାନେ ବାଟ ବାହାର କରିଛନ୍ତି । ଯେଉଁଥିରେ ଦାନାଟିଏ ବି ନଷ୍ଟ ହେବ ନାହିଁ । ବିଶେଷ କରି କ୍ଷୀର ଓ ମାଂସ ଆଦି ଖାଦ୍ୟ ପ୍ୟାକିଂରୁ ବାହାର କଲା ବେଳେ ନଷ୍ଟ ହୋଇଥାଏ । ଆମେରିକା ଭର୍ଜିନିଆ ଟେକ୍‌ର ବିଶେଷଜ୍ଞମାନେ ଏହି ପ୍ୟାକିଂ ତିଆରି କରିଛନ୍ତି । ଏହି ଦଳରେ ରନିତ ମୁଖାର୍ଜୀ ନାମକ ଜଣେ ଭାରତୀୟ ଛାତ୍ର ଅଛନ୍ତି । ପଲିଥିନ୍‌ ଓ ଅନ୍ୟ କିଛି ଜିନିଷ ସହ ଖାଇବା ତେଲ ମିଶାଇ ଏହି ପ୍ୟାକିଂକୁ ତିଆରି କରାଯାଇଛି । ଯାହାକୁ ସହଜରେ ରିସାଇକ୍ଲିଂ କରାଯାଇ ପାରିବ । ଏହି ନୂଆ ପ୍ରକାରର ପ୍ୟାକିଂ ବିଶେଷ କରି ଖାଦ୍ୟ ଓ ଔଷଧ ଶିଳ୍ପରେ ସହାୟକ ହୋଇ ପାରିବ । ବର୍ତ୍ତମାନର ପ୍ୟାକିଂ ଠାରୁ ଏହା ଶାସ୍ତାରେ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.