ଅଣ୍ଟା ବିନ୍ଧା ପାଇଁ ପାରାସେଟାମଲ ନେଉଥିଲେ ସାବଧାନ ! ଆଣିପାରେ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା, ଗବେଷକ ଦେଲେ ଚେତାବନୀ

ସାଧାରଣରୁ ଅତ୍ୟଧିକ ଅଣ୍ଟା ବିନ୍ଧା ପାଇଁ ପାରାସେଟାମଲ ମେଡିସିନ ଗ୍ରହଣ କରିବା ସାମୟିକ ଆରାମ ଦେଇପାରେ, ହେଲେ ଏହାର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥାଏ ବୋଲି ସଦ୍ୟ ଗବେଷଣାରୁ ଜଣାପଡିଛି ।

ସାଧାରଣରୁ ଅତ୍ୟଧିକ ଅଣ୍ଟା ବିନ୍ଧା ପାଇଁ ପାରାସେଟାମଲ ମେଡିସିନ ଗ୍ରହଣ କରିବା ସାମୟିକ ଆରାମ ଦେଇପାରେ, ହେଲେ ଏହାର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥାଏ ବୋଲି ସଦ୍ୟ ଗବେଷଣାରୁ ଜଣାପଡିଛି । ତେବେ ଅଣ୍ଟା ବିନ୍ଧାରୁ ହଠାତ୍‌ ରକ୍ଷା ପାଇବା ପାଇଁ ପାରାସେଟାମଲ, ଆଇବୁପ୍ରୋଫେନ ଓ କୋଡେଇନ ନେବା ଘାତକ ହୋଇପାରେ ବୋଲି ଗବେଷକମାନେ ଚେତାବନୀ ଦେଇଛନ୍ତି ।

ଗବେଷକମାନେ ପ୍ରାୟ ୧୫,୧୩୪ ଲୋକଙ୍କ ଉପରେ ଗବେଷଣା କରିଥିଲେ । ଏହି ଲୋକଙ୍କୁ ୬୯ ବିଭିନ୍ନ ପ୍ରକାର ମେଡିସିନ ଅଲଗା ଓ ଏକାଠି ଭାବେ ଦିଆଯାଇଥିଲା । ସେସବୁ ମଧ୍ୟରେ ନନ୍‌-ଷ୍ଟରୋଇଡ ଆଣ୍ଟି ଇନଫ୍ଲାମେଟାରୀ ମେଡିସିନ, ପାରାସେଟାମଲ, ଓପିଓଏଡସ, ଆଣ୍ଟିକୋଭୁଲଷ୍ଟାଣ୍ଟ, ଆଣ୍ଟିଡିପ୍ରେସାଣ୍ଟ ଆଦି ମେଡିସିନ ଦିଆଯାଇଥିଲା । ତେବେ ଏହାଦ୍ୱାରା ବିନ୍ଧା ସାମୟିକ ଭାବେ କମିଥିବା ବେଳେ ସାଂଘାତିକ ସାଇଡ ଇଫେକ୍ଟ ବା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିଲା ବୋଲି ଗବେଷକମାନେ ଦେଖିବାକୁ ପାଇଥିଲେ । ଏହାଦ୍ୱାରା ଗ୍ୟାସ୍‌, ଭ୍ରମ, ବାନ୍ତି, ମାନ୍ଦାପଣ,ଡାଏରିଆ, ଅସ୍ୱାଭାବିକ ଅନୁଭବ କରିବା ଆଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥାଏ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି । ଏହି ଗବେଷଣାମୂଳକ ତଥ୍ୟ ୨୦୨୩ ମସିହା ମାର୍ଚ୍ଚ ୨୨ ରେ ବିଏମଜେ ରେ ପ୍ରକାଶ ପାଇଛି ।

ଲୋ ବ୍ୟାକ୍‌ ପେନ ବା ଅଣ୍ଟା ବିନ୍ଧା ପ୍ରାୟ ୬ ସପ୍ତାହ ଯାଏ ରହିଥାଏ । ମେଡିସିନ ନେଲେ ମଧ୍ୟ ଏହା ଭଲ ହୋଇନଥାଏ । କେବଳ ସାମୟିକ କଷ୍ଟରୁ ମୁକ୍ତି ଯାହା ମିଳିଥାଏ । ହେଲେ ଏହା ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ପକାଇଥାଏ ବୋଲି ଗବେଷକ ଚେତାବନୀ ଦେଇଛନ୍ତି । ଏପରି ପାରାସେଟାମଲ ବା କୌଣସି ଆନାଲଜେସିକ ମେଡିସିନ ରୋଗ ହ୍ରାସ କରିବାରେ ସ୍ୱାସ୍ଥ୍ୟ ସୁଧାର ଆଣିବାରେ କୌଣସି ପ୍ରଭାବ ପକାଇ ନଥାଏ । ବରଂ ଏହା ଲିଭର ବା ଯକୃତ ଉପରେ କ୍ଷତି ପହଞ୍ଚାଇଥାଏ । ୨୦୧୫ ରେ ପାରାସେଟାମଲ ଉପରେ ପ୍ରାୟ ୧୩ କ୍ଲିନିକାଲ ଟ୍ରାଏଲ ବା ନୈଦାନିକ ପରୀକ୍ଷଣ କରାଯାଇ ଗବେଷକମାନେ ଏହି ନିର୍ଯ୍ୟାସରେ ପହିଞ୍ଚିଥିଲେ ।

ସାଧାରଣତଃ ଲୋକଙ୍କର ବିଶ୍ୱାସ ରହିଛି ଯେ ଅଣ୍ଟା ବିନ୍ଧା ରୋଗରେ ପୀଡିତ ରୋଗୀ ବେଶୀ ବୁଲା ବୁଲି କରିବା କଥା ନୁହେଁ । ମାତ୍ର ଏହା ସତ୍ୟ ନୁହେଁ, ବରଂ ଅଧିକ ବୁଲା ବୁଲି ଓ ଶାରୀରିକ ବ୍ୟାୟାମ ଅଣ୍ଟା ବିନ୍ଧା ସମସ୍ୟାରୁ ମୁକ୍ତି ଦେଇଥାଏ । ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହିବା ମେରୁଦଣ୍ଡ ଚାରିପଟ ମାଂସପେଶୀକୁ ଦୁର୍ବଳ କରିଥାଏ,ଯାହାଫଳରେ ଏହା ମେରୁଦଣ୍ଡର ଗ୍ୟାପ୍‌ ବା ଫାଙ୍କ ବୃଦ୍ଧି କରିଥାଏ । ଯେଉଁଥିପାଇଁ ଅଣ୍ଟା ବିନ୍ଧା ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ଗବେଷକ କହିଛନ୍ତି ।

Leave A Reply

Your email address will not be published.