ଲକଡାଉନରେ ଏମିତି କରନ୍ତୁ ଗ୍ରାଣ୍ଡ ପାର୍ଟି, ଭିଡିଓ ଦେଖିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ବେଳେ ବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଯାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏମିତି ଏକ ଭିଡିଓ ନିକଟରେ ଭାଇରାଲ ହୋଇଛି। କରୋନା ଯୋଗୁଁ ବିଶ୍ୱର ଅଧିକାଂଶ ଦେଶରେ ଲକଡାଉନ ଜାରି ରହିଛି।କିଛି ସ୍ଥାନରେ କୌଣସି ପ୍ରତିବନ୍ଧକ ନାହିଁ ତଥାପି ଲୋକେ ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି।

viral

ଭାଇରଲ ହୋଇଥିବା ଭିଡିଓ ଦେଖିବାକୁ ମିଳିଛି, ଲୋକେ ମଜାର ସହିତ ଗ୍ରାଣ୍ଡ ଭାବେ ପାର୍ଟିର ଆୟୋଜନ କରିଛନ୍ତି। କେବଳ ପାର୍ଟି ନୁହେଁ, ସାମାଜକି ଦୂରତ୍ୱ ମଧ୍ୟ ବଜାୟ ରଖିଛନ୍ତି। ବହୁ ସଂଖ୍ୟକ ଲୋକ ଏକ ବ୍ରିଜ ତଳେ ଏକାଠି ହୋଇ ଡ୍ୟାନ୍ସ ମଧ୍ୟ କରୁଛନ୍ତି।ଆମେ ଜାଣିଛେ, ସାଧାରଣତଃ ଲୋକେ ଡ୍ୟାନ୍ସ କରିବା ସମୟରେ ପରସ୍ପରର ନିକଟତର ହୋଇଥାନ୍ତି। କିନ୍ତୁ ଏଠାରେ କରୋନାରୁ ରକ୍ଷା ପାଇବା ପାଇଁ ୧ ମିଟର ଦୂରତା ଅବଲମ୍ବନ କରି ସଚେତନା ଅବଲମ୍ବନ କରାଯାଇଛି। ଏଥିପାଇଁ ପାର୍ଟି ସମୟରେ ସେମାନେ ଦଉଡି ସାହାଯ୍ୟରେ ଅନେକ ବର୍ଗକ୍ଷେତ୍ର ତିଆରି କରାଯାଇଛି। ଯେଉଁଥିରେ ଲୋକମାନେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଡ୍ୟାନ୍ସ କରୁଛନ୍ତି। ଏହି ପାର୍ଟିରେ ପୁରୁଷ ଏବଂ ମହିଳା ମଧ୍ୟ ସାମିଲ ହୋଇଛନ୍ତି। ଏହି ଭିଡିଓ କେଉଁଠାରର ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ନେଦରଲ୍ୟାଣ୍ଡର ଜଣେ ବ୍ୟକ୍ତି ଏହା ଟୁଇଟରରେ ସେୟାର କରିଛନ୍ତି।

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୬୭ ହଜାର ଲୋକ ଦେଖିଥିବା ବେଳେ ୪୫୦ରୁ ଅଧିକ ଲୋକ ପସନ୍ଦ କରିଛନ୍ତି ଏବଂ ୨୦୦ରୁ ଅଧିକ ଲୋକ କମେଣ୍ଟ ମଧ୍ୟ ଦେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ଲକ୍ଷରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଲକ୍ଷାଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଏପର୍ଯ୍ୟନ୍ତ ୨୫ ଲକ୍ଷ ଲୋକ ଏହି ରୋଗରୁ ଆରୋଗ୍ୟ ହୋଇସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.