ଥଣ୍ଡା, କାଶ, ଜ୍ଵର ନୁହେଁ ଏବେ ନୂଆ ଅଙ୍ଗକୁ ଟାର୍ଗେଟ କରୁଛି କରୋନା, ଦେଖାଉଛି ଭୟଙ୍କର ରୂପ

ଭୟଙ୍କର ପରେ ଅତି ଭୟଙ୍କର ହେବାରେ ଲାଗିଛି କରୋନା ଆଉ ତାର ଲକ୍ଷଣ । ଦିନକୁ ଦିନ ବଦଳାଇ ଚାଲିଛି ନିଜର ରୂପ । ତା ସହିତ ବଦଳୁଛି ଲକ୍ଷଣ । ପୂର୍ବରୁ କରୋନା ରୋଗୀଙ୍କ ମଧ୍ୟରେ ଶରୀରର ତାପମାତ୍ରା ବଢିବା, ନିଶ୍ୱାସ ନେବାରେ ସମସ୍ୟା ହେବା, କାଶ ହେବା ଭଳି ଲକ୍ଷଣ ଦେଖା ଯାଉଥିବା ବେଳେ ଏବେ କରୋନା ରୋଗୀଙ୍କ ମଧ୍ୟରେ ନୂଆ ଲକ୍ଷଣ ଦେଖାଦେବା ଆରମ୍ଭ ହୋଇଛି ।

ପୂର୍ବରୁ କରୋନା ଭୁତାଣୁ ଫୁସଫୁସକୁ ଆକ୍ରମଣ କରୁଥିବା ବେଳେ ଏବେ ତାହା ପେଟକୁ ସଂକ୍ରମିତ କରୁଛି । ଯାହାଦ୍ୱାରା ଏବେ ରୋଗୀଙ୍କ ମଧ୍ୟରେ ଡାଇରିଆ, ବାନ୍ତି ଏବଂ ମୁଣ୍ଡବିନ୍ଧାର ଲକ୍ଷଣ ଦେଖା ଦେଉଛି । ଏ ନେଇ ନିକଟରେ ହାଇଦ୍ରାବାଦ ଡାକ୍ତରଖାନାର ଡାକ୍ତରମାନେ ନିଶ୍ଚିତ କରାଇଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ ନୂଆ ଲକ୍ଷଣ ଯେମିତିକି ଡାଇରିଆ, ମୁଣ୍ଡବିନ୍ଧା ଏବଂ ବାନ୍ତି ରୋଗୀଙ୍କ ଚିକିତ୍ସା ପ୍ରକ୍ରିୟାରେ ବିଳମ୍ବ କରୁଛି । ତାସହିତ ଏହି ନୂଆ ଲକ୍ଷଣ ଏକପ୍ରକାର ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି କରୁଛି ।

India to consider expanding case definition for COVID-19: ICMR ...

 

ବେଳେବେଳେ ଜଣା ପଡୁନାହିଁ ଯେ ଏହା ପ୍ରକୃତରେ କରୋନା ସଂକ୍ରମଣ କି ସାଧାରଣ ରୋଗ । ଏହା ସହ କିଛି ଡାକ୍ତର ସୂଚାଇ ଦେଇଛନ୍ତି ଯେ ନୋଭେଲ କରୋନାଭାଇରସ୍ ନିଜର ବଞ୍ଚିବାକୁ ନିଶ୍ଚିତ କରିବା ପାଇଁ ଋତୁ ଅନୁଯାୟୀ ନିଜର ଜେନୋମିକ୍ ଗଠନକୁ ପରିବର୍ତ୍ତନ କରୁଛି । ଭୂତାଣୁ ଏବେ ଆଗ ପରି ଫୁସଫୁସକୁ ଆକ୍ରମଣ ନକରି ବର୍ଷ ଋତୁ ଅନୁଯାୟୀ ପେଟକୁ ଆକ୍ରମଣ କରୁଛି । ଯାହାଦ୍ୱାରା କରୋନା ରୋଗୀଙ୍କ ମଧ୍ୟରେ ଡାଇରିଆ, ମୁଣ୍ଡବିନ୍ଧା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଦେଉଛି । କିଛି ଲୋକ ପେଟ ଖରାପକୁ କରୋନା ଲକ୍ଷଣ ବୋଲି ନଭାବି ମୃତ୍ୟୁମୁଖରେ ପଡୁଥିବା କହିଛନ୍ତି ଡାକ୍ତର । ତେବେ ଆଗକୁ କରୋନା ଆହୁରି ମଧ୍ୟ ନିଜ ରୂପ ବଦଳାଇ ପରେ ବୋଲି ଚେତାବନୀ ଦେଇଛନ୍ତି ଡାକ୍ତର ।

Leave A Reply

Your email address will not be published.