ନୂଆ ଗ୍ରହକୁ ଖୋଜି ପାଇଲା ଟେସ, ଯେଉଁଥିରେ ମିଳିଲା ପାଣି

ବିଶ୍ୱ ବ୍ରହ୍ମାଣ୍ଡରେ କେତେ ଯେ ରହସ୍ୟ ଲୁଚି ରହିଛି ଯାହାକୁ ଜାଣିବା କାହା ପକ୍ଷେ ସମ୍ଭବ ନୁହେଁ । ଏବେବି ବୈଜ୍ଞାନିକମାନେ ଲାଗିଛନ୍ତି ସେହି ରହସ୍ୟ ଉପରୁ ପରଦା ହଟାଇବାକୁ । ଆଉ ଏହି ରହସ୍ୟକୁ ବୁଝିବା ପାଇଁ ବି ଚେଷ୍ଟା କରି ଚାଲିଛନ୍ତି । ପ୍ରତିଦିନ ଲାଗିଛନ୍ତି କିଛି ନା କିଛି ରହସ୍ୟର ଖୋଜାରେ । ଏହା ଭିତରେ ବୈଜ୍ଞାନିକମାନେ ଏମିତି କିଛି କଥା ସାମନାକୁ ଆଣିଛନ୍ତି ଯାହାକୁ ଜାଣିଲେ ଆପଣ ନିଶ୍ଚୟ ଭାବିବାକୁ ଲାଗିବେ । ଆଉ ତାକୁ ବିଶ୍ୱାସ କରିବା ବି ମୁକ୍ସିଲ ହେବ ।

ବୈଜ୍ଞାନିକମାନେ ପୃଥିବୀରୁ ୧୦୦ ପ୍ରକାଶ ବର୍ଷ ଦୂରରେ ଏକ ସମୁଦ୍ର ଗ୍ରହକୁ ଠାବ କରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଗ୍ରହ ପାଣିର ଏକ ପରସ୍ତ ଉପରେ ଢଙ୍କା ହୋଇଛି ଯାହା ବହୁତ ମୋଟା । ବୃହସ୍ପତି ଓ ଶନି ଗ୍ରହ ଭଳି ଚନ୍ଦ୍ରମା ସହ ଏହାର ଆକୃତି ମିଶୁଛି । ଏହି ଗ୍ରହର ଆକାର କିନ୍ତୁ ପୃଥିବୀ ଠାରୁ ଅଧିକ । ଏହା ତାରାଙ୍କ ଠାରୁ ବହୁ ଦୂରରେ । ଫଳରେ ଏଠାରେ ଜୀବନର ସମ୍ଭାବନା ନାହିଁ ।

ଏହି ଗ୍ରହର ନାଁ ହେଉଛି ଟିଓଆଇ ୧୪୫୨ବି । ଯାହା ଏକ ଏକ୍ସୋପ୍ଲାନେଟ । ଏହି ଗ୍ରହ ତାରାମଣ୍ଡଳରେ ଥିବା ବାଇନରୀ ସିଷ୍ଟମରେ ଦୁଇଟି ଛୋଟ ତାରା ମଧ୍ୟରୁ ଗୋଟିକର ଚାରିପଟେ ଘୂରି ବୁଲୁଛି । ଗବେଷକମାନଙ୍କର ଏକ ଅନ୍ତର୍ଜାତୀୟ ଟିମ୍‌ ଏହି ପ୍ଲାନେଟକୁ ଖୋଜିଛନ୍ତି ।

ୟୁନିଭରସିଟି ଡି ମାଟ୍ରାୟଲର ପିଏଚଡି ଛାତ୍ର ଓ ଇନଷ୍ଟିଚ୍ୟୁଟ ଫର ରିସର୍ଚ୍ଚ ଅନ ଏକ୍ସୋପ୍ଲାନେଟର ସଦସ୍ୟ ଚାର୍ଲ୍ସ କୈଡିଅକ୍ସ ଏହି ଇଣ୍ଟରନ୍ୟାସନାଲ ଟିମର ନେତୃତ୍ୱ ନେଉଛନ୍ତି । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସାର ସ୍ପେସ ଟେଲିସ୍କୋପ ଏହାର ଖୋଜିଛନ୍ତି ।

ଟେସ ଟେଲିସ୍କୋପ ପ୍ଲାନେଟୋରୀ ସିଷ୍ଟମର ଦାୟିତ୍ୱରେ ଥିବାରୁ ତାହା ପୂରା ଆକାଶର ସର୍ଭେ କରୁଛି । ଟେସର ଏକ ସିଗନାଲରେ ଅଳ୍ପ ଚମକ ଆସୁଥିଲା । ଆଉ ଏହା ପ୍ରତି ୧୧ ଦିନରେ ଥରେ ହେଉଥିଲା । ଏହି କାରଣରୁ ବୈଜ୍ଞାନିକମାନେ ଏହାକୁ ଖୋଜି ପାଇବାରେ ସକ୍ଷମ ହେଲେ । ଯାହା ୭୦ ପ୍ରତିଶତ ଭାଗ ପାଣିରେ ଭରି ରହିଛି ବୋଲି ଜଣାପଡିଥିଲା । ଯାହା ବିଶ୍ୱର ସବୁଠୁ ବଡ଼ ମହାସାଗର ବୋଲି ମଧ୍ୟ ଜଣାପଡ଼ିଛି ।

ତେବେ ଏହି ଗ୍ରହ ସୂର୍ଯ୍ୟଠାରୁ ବି ଛୋଟ । ଏହା ବାଇନରି ସିଷ୍ଟମରେ ଦୁଇଟି ତାରା ଭଳି । ଏହି ଦୁଇ ଗ୍ରହ ନିଜ ନିଜ ମଧ୍ୟରେ ପରିକ୍ରମା କରନ୍ତି । ପରିକ୍ରମା କରୁଥିବା ସମୟରେ ଏହି ଦୁଇଟି ମଧ୍ୟରେ ଦୂରତା ୯୭ ଏଷ୍ଟ୍ରୋନୋମିକାଲ ୟୁନିଟ ହୋଇଥାଏ । ଯାହା ବହୁତ କମ । ଯାହାଫଳରେ ଏହା ଟେସ ଟେଲିସ୍କୋପରେ ଏକଦମ ବିନ୍ଦୁ ପରି ନଜର ଆସିଥାଏ । ଅନେକ ଥର ଜୋତିର୍ବିଜ୍ଞାନୀମାନେ ଦେଖିଲେ କି TOI 1452B , TOI 1452ର ପରିକ୍ରମା କରୁଛି ।

ବିଶେଷଜ୍ଞଙ୍କର କହିବା କଥା କି ପୃଥିବୀ ଭଳି TOI 1452B ମଧ୍ୟ ଏକ ଚଟ୍ଟାଣ ଥିବା ଗ୍ରହ ହୋଇପାରେ । କିନ୍ତୁ ଏହାର ଆକାର ଦେଖିଲେ ଲାଗୁଛି କି ଏହା ଆମ ପୃଥିବୀ ଠାରୁ ବିଲକୁଲ ଅଲଗା । ଏକଥା ସତ ଯେ ବିଶ୍ୱର ବୈଜ୍ଞାନିକମାନେ ପାଣିଥିବା ଗ୍ରହ ଖୋଜି ଚାଲିଛନ୍ତି । କାରଣ ଯେଉଁଠି ପାଣି ଅଛି ସେଠି ଜୀବନ ସମ୍ଭବ । ତେଣୁ ପାଣି ଦେଖିଲେ ଆଶା ବଢିଯାଏ । ଯାହା ଫଳରେ ଗବେଷକ ଆହୁରି ଉତ୍ସାହିତ ହୋଇ ଯାଆନ୍ତି । ହେଲେ ଏହି ଗ୍ରହର ଆକାରକୁ ଦେଖିଲେ ତାହା କିଛିଟା ଅଲଗା ମନେ ହେଉଛି । ବୈଜ୍ଞାନିକମାନେ ଏକଥା କହିଛନ୍ତି । ଆଉ ନିଜ ଗବେଷଣାକୁ ଆହୁରି ଜୋରଦାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.