ସ୍ପେଶାଲ

ନୂଆ ବର୍ଷରେ ଦୁର୍ଲଭ ଯୋଗ : ଜାନୁଆରୀ ୧ ରେ ଏହି ଦୁଇ ଦେବତାଙ୍କ କରନ୍ତୁ ପୂଜା, ପୁରା ବର୍ଷ ସୁନା ପରି ଚମକିବ ଭାଗ୍ୟ

ନୂଆ ବର୍ଷ ୨୦୨୩ ଆଉ ଅଳ୍ପ ଦିନ ପରେ ପ୍ରବେଶ କରିବାକୁ ଯାଉଛି । କୁହାଯାଏ ବର୍ଷର ପ୍ରଥମ ଦିନ ଭଗବାନଙ୍କ ଆଶୀର୍ବାଦ ନେବା ଦ୍ୱାରା ବର୍ଷ ଜାକ ଭଲରେ କଟିଥାଏ । ଦୁଃଖ ଓ ଦରିଦ୍ରତା ଦୂର ହୋଇଥାଏ । ଏଥର ନୂଆ ବର୍ଷରେ ବହୁତ ଦୁର୍ଲଭ ସଂଯୋଗ ବନୁଛି । ଯାହାଦ୍ୱାରା ସୂର୍ଯ୍ୟ ଯମ ରାଜାଙ୍କ ପୂଜା କରିବା ଦ୍ୱାରା ପୁରା ବର୍ଷ ଅପାର ଖୁସି ପ୍ରାପ୍ତ ହେବ । ଆସନ୍ତ୍‌ୁ ଜାଣିବା ୧ ଜାନୁଆରୀରେ କ’ଣ ସଂଯେ।ଗ ହେଉଛି ।

ନୂଆ ବର୍ଷ ୨୦୨୩ ରେ ବନୁଛି ଖାସ ଯୋଗ

ନୂଆ ବର୍ଷର ଆରମ୍ଭ ୧ ଜାନୁଆରୀ ୨୦୨୩ ରୁ ହେଉଛି । ଶାସ୍ତ୍ରରେ ଦଶମୀ ତିଥିକୁ ଯମରାଜଙ୍କୁ ମନାଯାଏ । ଏହି ଦିନ ତାଙ୍କର ପୂଜା କରିବା ଦ୍ୱାରା ସବୁ ବାଧା ଦୂର ହୋଇଥାଏ । ଯମରାଜ ମନୁଷ୍ୟକୁ ନର୍କ ଓ ଅକାଳ ମୃତ୍ୟୁରୁ ଉଦ୍ଧାର କରିଥାନ୍ତି ।

୧ ଜାନୁଆରୀ ୨୦୨୩ ରବିବାରରେ ପଡୁଛି । ଏହି ଦିନ ଗ୍ରହ ରାଜ ସୂର୍ଯ୍ୟ ଦେବଙ୍କୁ ସମର୍ପିତ । ସୂର୍ଯ୍ୟଙ୍କ ପୂଜା ଯୋଗୁ ସାହସ, ବଳ, ପରାକ୍ରମ,ସୁଖ,ତେଜ,ସମ୍ମାନ,ସମୃଦ୍ଧି ବୃଦ୍ଧି ପାଇଥାଏ । ଯମରାଜ ସୂର୍ଯ୍ୟଦେବଙ୍କ ସନ୍ତାନ । ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତଙ୍କ ଉପରେ ସୂର୍ଯ୍ୟଦେବଙ୍କ କୃପା ଥାଏ ତାଙ୍କୁ ଅକାଳ ମୃତ୍ୟୁ ଭୟ କି ଯମ ଦଣ୍ଡ ଭୟ ନଥାଏ ।

ଯମ ରାଜ ଓ ସୂର୍ଯ୍ୟ ଦେବଙ୍କ ପୂଜା ବିଦ୍ଧି

ନୂଆ ବର୍ଷ ପ୍ରଥମ ଦିନ ବ୍ରାହ୍ମ ମୁହୂର୍ତ୍ତରେ ଉଠି କିଛି ପବିତ୍ର ନଦୀ ଜଳରେ ସ୍ନାନ କରନ୍ତୁ । ଲାଲ୍‌ ବସ୍ତ୍ର ପିନ୍ଧି କରି ତମ୍ବା କୁମ୍ଭ ରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ । ଜଳରେ ପୁଷ୍ପ, ଲାଲ୍‌ ଚନ୍ଦନ, ଲାଲ୍‌ ଫୁଲ,କୁଙ୍କୁମ ମିଶାନ୍ତୁ । ଜଳ ଚଢ଼ାଇବା ସମୟରେ ଏହି ମନ୍ତ୍ର ଜପ କରନ୍ତୁ ।

ମନ୍ତ୍ର-‘ ଓଁ ହ୍ରୀଂ ହ୍ରୀଂ ସୂର୍ଯ୍ୟାୟ ସହସ୍ରକିରଣରାୟ ମନୋବାଂଛିତ ଫଳମ୍‌ ଦେହି ସ୍ୱାହା ’

ସମ୍ଭବ ହୁଏ ତ ଏହି ଦିନ ସୂର୍ଯ୍ୟଦେବଙ୍କ ମନ୍ଦିରରେ ସେବା କରନ୍ତୁ । ଏହି ଉପାୟ ବହୁ ପୀଢ଼ିକୁ ଉଦ୍ଧାର କରିଥାଏ । ରବିବାର ଦିନ ଅଟା ଗୁଳା କରି ମାଛଙ୍କୁ ଖୁଆଇବା ଦ୍ୱାରା ଧନ ଲାଭ ମିଳିଥାଏ ଓ ମାନସମ୍ମାନରେ ବୃଦ୍ଧି ହୋଇଥାଏ ।

ଯମରାଜଙ୍କୁ ପ୍ରସନ୍ନ କରିବା ପାଇଁ ସୂର୍ଯ୍ୟ ଦେବଙ୍କୁ ଦୁଧ ଓ ଘିଅ ଅର୍ପଣ କରନ୍ତୁ । ଏହି ଦିନ ସୂର୍ଯ୍ୟ ଅସ୍ତ ପରେ ଘର ସହ ଯମରାଜଙ୍କୁ ଦୀପ ଦାନ କରନ୍ତୁ । ଦକ୍ଷିଣ ଦିଗରେ ଅଟାରେ ୪ ମୁଖୀ ଦୀପ ତିଆରି କରି ଶୋରିଷ ତେଲରେ ଦୀପ ଜାଳନ୍ତୁ । ଏହି ଉପାୟ ଅକାଳ ମୃତ୍ୟୁ ଭୟ ଦୂର କରିଥାଏ । ଦୀର୍ଘାୟୁ ବରଦାନ ପ୍ରାପ୍ତ ହୋଇଥାଏ ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago