୨୦୨୦ରେ ରାଶି ଅନୁସାରେ ନିଅନ୍ତୁ ରିଜଲ୍ୟୁସନ୍‌, ବର୍ଷ ସାରା ସଫଳତା ଆପଣଙ୍କ ପାଦ ଚୁମିବ

ଆଉ ମାତ୍ର ଦିନ କେଇଟା ପରେ ବିଦାୟ ନେବ ୨୦୧୯। ନୂଆ ଆଶାଭରସା, ନୂଆ ଉନ୍ମାଦନା ନେଇ ପାଦ ଥାପିବ ୨୦୨୦। ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଏବେଠୁ ଲୋକମାନେ ପ୍ରସ୍ତୁତି ଚଳାଇଲେଣି। ନୂଆବର୍ଷରେ କ’ଣ ରିଜଲ୍ୟୁସନ୍‌ ବା ସଂକଳ୍ପ ନେବେ ସେ ନେଇ ମଧ୍ୟ ଚିନ୍ତା କଲେଣି। ବର୍ଷ ସାରା ଜୀବନରେ ଖୁସି ଓ ଅର୍ଥ ବର୍ଷା କରିବାକୁ ଚାହୁଁଥିଲେ ନିଜ ରାଶି ଅନୁସାରେ ନିଅନ୍ତୁ ଏହି ଖାସ୍‌ ରିଜଲ୍ୟୁସନ୍‌।

ମେଷ:

mesha

ମେଷ ରାଶିର ବ୍ୟକ୍ତି ଉର୍ଜାଯୁକ୍ତ ହୋଇଥାନ୍ତି। ୨୦୨୦ରେ ଏହି ରାଶିର ଲୋକଙ୍କୁ ନିଜ ଉର୍ଜାକୁ ଠିକ୍‌ ଦିଗରେ ନେବା ଜରୁରୀ। ଏହି ରାଶିର ବ୍ୟକ୍ତି ୨୦୨୦ରେ ସଠିକ୍‌ ରାସ୍ତାରେ ନିଜ ଉର୍ଜାକୁ ଉପଯୋଗ କରିବାକୁ ରିଜଲ୍ୟୁସନ୍‌ ନିଅନ୍ତୁ।

ବୃଷ:

brusha

ବୃଷ ରାଶିର ବ୍ୟକ୍ତି କୋମଳ ଓ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏଣୁ ସେମାନେ ସବୁବେଳେ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତି ନୂଆବର୍ଷରେ ନିଜ ପାଇଁ ସ୍ୱର ଉତ୍ତୋଳନ କରିବାକୁ ସଂକଳ୍ପ ନେବା ଉଚିତ। ଏହା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିବ।

ମିଥୁନ:

mithuna

ମିଥୁନ ରାଶିର ଲୋକଙ୍କ ସ୍ୱଭାବ ବୁଝିବା କଷ୍ଟକର ହୋଇଥାଏ। ଏହି ରାଶିର ବ୍ୟକ୍ତି ନୂଆବର୍ଷରେ ମନ ଓ ବଚନ ସହ ପ୍ରତିବଦ୍ଧ ହୋଇ କାମ କରିବାକୁ ରିଜଲ୍ୟୁସନ୍‌ ନେବା ଉଚିତ। ଫଳରେ ସଫଳତା ଲାଭ କରିପାରିବେ।

କର୍କଟ:

karkata

ଏହି ରାଶିର ବ୍ୟକ୍ତି ବହୁତ ଅଭିମାନ କରିଥାନ୍ତି। ନୂଆବର୍ଷରେ ସଫଳତା ପାଇବାକୁ ଏହି ରାଶିର ବ୍ୟକ୍ତି ଅଭିମାନକୁ ତ୍ୟାଗ କରିବାକୁ ସଂକଳ୍ପ ନିଅନ୍ତୁ।

ସିଂହ:

singha

ସିଂହ ରାଶିର ବ୍ୟକ୍ତି ଅସଫଳ ହେବାର ପ୍ରମୁଖ କାରଣ ହେଉଛି ସେମାନଙ୍କ ଭିତରେ ଲୁଚିଥିବା ଅହଂକାର। ଏହି ରାଶିର ବ୍ୟକ୍ତି ନୂଆବର୍ଷରେ ଅହଂ ଉପରେ କାବୁ କରିବାକୁ ରିଜଲ୍ୟୁସନ୍‌ ନିଅନ୍ତୁ।

କନ୍ୟା:

kanya

ନୂଆବର୍ଷରେ କନ୍ୟା ରାଶିର ଲୋକଙ୍କୁ ରୁଢ଼ିବାଦୀ ଚିନ୍ତାଧାରା ଛାଡ଼ିବାକୁ ସଂକଳ୍ପ ନେବା ଉଚିତ। ଫଳରେ ସେମାନେ ସଫଳତାର ଶୀର୍ଷରେ ପହଞ୍ଚିପାରିବେ।

ତୁଳା:

tulaa

ତୁଳା ରାଶିର ବ୍ୟକ୍ତି ଏହି ବର୍ଷ ନିଜ ଚାଲିଚଳଣି ଓ କଥାବାର୍ତ୍ତା ଉପରେ ଧ୍ୟାନ ଦେବା ଆବଶ୍ୟକ। ଏନେଇ ସେମାନେ ସଂକଳ୍ପ ନିଅନ୍ତୁ।

ବିଛା:

bichha

ବିଛା ରାଶିର ଲୋକ ନୂଆବର୍ଷରେ ଆକ୍ରମଣାତ୍ମକ ସ୍ୱଭାବକୁ ଛାଡ଼ିବାକୁ ରିଜଲ୍ୟୁସନ୍‌ ନେବା ଜରୁରୀ। ଆପଣଙ୍କ ଧୈର୍ଯ୍ୟ ହିଁ ଆପଣଙ୍କୁ ସଫଳ କରାଇବ।

ଧନୁ:

dhanu

ଧନୁ ରାଶିର ଲୋକଙ୍କୁ ଏହି ବର୍ଷ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ନୂଆବର୍ଷରେ କିଛିି ସକାରାତ୍ମକ ପରିବର୍ତ୍ତନ ଆଣନ୍ତୁ।

ମକର:

makara

ମକର ରାଶିର ଲୋକେ ନୂଆ ବର୍ଷରେ ଆଳସ୍ୟ ଛାଡ଼ିବାକୁ ରିଜଲ୍ୟୁସନ୍‌ ନିଅନ୍ତୁ। ନୂଆ ବର୍ଷରେ ନିଜ କାର୍ଯ୍ୟଦକ୍ଷତା ବଢ଼ାଇବାକୁ ଚେଷ୍ଟା କରନ୍ତୁ।

କୁମ୍ଭ:

kumbha

ନୂଆବର୍ଷରେ କୁମ୍ଭ ରାଶିର ଲୋକେ ଆଲୋଚନାକୁ ଗମ୍ଭୀରତାର ସହ ନିଅନ୍ତୁ ଓ ନିଜକୁ ସୁଧାରନ୍ତୁ।

ମୀନ:

mina

ମୀନ ରାଶିର ଲୋକ ନୂଆବର୍ଷରେ ନିଜ କଥା ପୂରଣ କରିବାକୁ ସଂକଳ୍ପ ନେବା ଉଚିତ। ନିଜ ପ୍ରତିଶ୍ରୁତି ରକ୍ଷା କରିବା ଦ୍ୱାରା ଆପଣ ଜୀବନରେ ସଫଳତା ଲାଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.