କୁଆଡ଼େ ଗଲେ ନିର୍ଭୟା କାଣ୍ଡର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ? କାହିଁକି ଅଜ୍ଞାତବାସ କରୁଛନ୍ତି ନିର୍ଭୟାଙ୍କ ବନ୍ଧୁ?

ଦୀର୍ଘ ୭ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ସୋମବାର ପଟିଆଲା ହାଉସ୍‌ କୋର୍ଟ ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ସାରା ଦେଶରେ ଖୁସିର ଲହରି ଜାରି ରହିଥିବା ବେଳେ କୌଣସି ଗଣମାଧ୍ୟମରେ ନିର୍ଭୟାଙ୍କ ବନ୍ଧୁ ଅବନୀନ୍ଦ୍ରଙ୍କୁ ଦେଖିବାକୁ ମିଳୁନାହିଁ। କେବଳ ସେତିକି ନୁହେଁ ତାଙ୍କ ବିଷୟରେ ଏବେ କୌଣସି ସୂଚନା ବି ମିଳୁନି। ଅବନୀନ୍ଦ୍ର ଏବେ କୋଉଠି ଅଛନ୍ତି କ’ଣ କରୁଛନ୍ତି ସେ ନେଇ କୌଣସି ଖବର କାହା ପାଖରେ ବି ନାହିଁ। ଆଖି ସାମ୍ନାରେ ନିଜ ସାଙ୍ଗ ଉପରେ ହୋଇଥିବା ଅତ୍ୟାଚାରକୁ ଏବେ ଯାଏଁ ଭୁଲିପାରିନାହାନ୍ତି ସେ। ତେଣୁ କେଉଁଠାରେ ଅଜ୍ଞାତବାସ କରୁଥିବା ଅନୁମାନ କରାଯାଉଛି।

nirbhaya boy friend

ଅବନୀନ୍ଦ୍ରଙ୍କ ବିଷୟରେ ତାଙ୍କ ପରିବାର ଲୋକ ମଧ୍ୟ କୌଣସି ସୂଚନା ଦେବାକୁ ଉଚିତ ମଣୁନାହାନ୍ତି। ତାଙ୍କ ପରିବାରକୁ ପୁଅ ବିଷୟରେ ପଚରା ଯିବାରୁ ସେମାନେ କହିଛନ୍ତି ଯେ ଘଟଣାକୁ ୭ ବର୍ଷ ବିତିଥିଲେ ମଧ୍ୟ ଅବନୀନ୍ଦ୍ର ଏ ପର୍ଯ୍ୟନ୍ତ ସେ ଝଟ୍‌କାକୁ ଭୁଲିପାରିନାହାନ୍ତି। ନିଜ ଆଖି ସାମ୍ନାରେ ବନ୍ଧୁଙ୍କୁ ଅତ୍ୟାଚାର କରାଯିବା ଦୃଶ୍ୟ ସହ ମିଡିଆ ଦ୍ୱାରା ପଚରାଯାଇଥିବା ଲକ୍ଷାଧିକ ପ୍ରଶ୍ନରେ ସେ ଖୁବ୍‌ ଆଘାତ ପାଇଛନ୍ତି। ଏହି ପରିସ୍ଥିତିକୁ ସାମ୍ନା କରିବାକୁ ତାଙ୍କ ପାଖରେ ଧୈର୍ଯ୍ୟ ନଥିଲା ବୋଲି ଅବନୀନ୍ଦ୍ରଙ୍କ ବାପା କହିଛନ୍ତି। ଏଥିସହ ସେ ପୁଅ ବିଷୟରେ କୌଣସି ସୂଚନା ଦେବାକୁ ଇଚ୍ଛା କରିନଥିବା ଜଣାଯାଇଛି।

nirbhaya

ତେବେ ରିପୋର୍ଟ ମୁତାବକ ବର୍ତ୍ତମାନ ଅବନୀନ୍ଦ୍ର ବିଦେଶରେ କୌଣସି କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି। ଏଥିସହ ସେ ମହାରାଷ୍ଟ୍ର ରାଜ୍ୟରେ ସିଭିଲ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି।