ଜୀବନର ପ୍ରଥମ କେସକୁ ମାଗଣାରେ ଲଢ଼ିଲେ, ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ସହ ୧୦୦ କୋଟି ଜନତାଙ୍କ ପ୍ରିୟ ଭାଜନ ହେଲେ ଏହି ମହିଳା ଓକିଲ

ଆଜି ସକାଳ ସମସ୍ତଙ୍କ ପାଇଁ ଏକ ନୂଆ ଆଶାର କିରଣ ଆଣିଛି। ଦୀର୍ଘ ୭ ବର୍ଷର ସଂଘର୍ଷ ପରେ ଆଜି ଅର୍ଥାତ ଶୁକ୍ରବାର ମିଳିଲା ନ୍ୟାୟ। କିନ୍ତୁ ଏହି ନ୍ୟାୟ ପାଇଁ ପୂରା ଦେଶ ଆଜି ଖୁସି। ଦିଲ୍ଲୀ ଗଣଦୁଷ୍କର୍ମ ମାମାଲାର ଚାରି ଦୋଷୀଙ୍କୁ ଆଜି ସକାଳ ୫.୩୦ରେ ଫାଶୀ ଦିଆଯାଇଛି। ଚାରି ଜଣ ନରରାକ୍ଷସଙ୍କୁ ଫାଶୀ ଦିଆଯିବା ନେଇ ସୋସିଆଲ ମିଡିଆରେ ୟୁଜର୍ସଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳୁଛି। ଲୋକମାନେ ଲେଖୁଛନ୍ତି ଯେ ଏତେ ଲମ୍ବା ସମୟ ପରେ ପୀଡିତାଙ୍କୁ ନ୍ୟାୟ ମିଳିଛି। ଏହି ସବୁ ମଧ୍ୟରେ ଜଣେ ଏମିତି ବ୍ୟକ୍ତି ଅଛନ୍ତି ଯାହାଙ୍କୁ ପୂରା ଦେଶ ସଲାମ କରୁଛି।

DELHIଏହି ବ୍ୟକ୍ତିଙ୍କ ନାମ ହେଉଛି ଓକିଲ ସୀମା କୁଶଓ୍ଵାହା। ସୀମା କୁଶଓ୍ଵାହା ହିଁ ହେଉଛନ୍ତି ଦିଲ୍ଲୀ ଗଣଦୁଷ୍କର୍ମ ପୀଡିତା ନିର୍ଭୟାଙ୍କ କେସ୍‌ ଲଢ଼ିଥିବା ଓକିଲ। ଚାରି ଜଣ ନର ପିଶାଚଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଥିବା ଓକିଲ ହେଉଛନ୍ତି ଏହି ସୀମା କୁଶଓ୍ଵାହା। ସୀମା କୁଶଓ୍ଵାହା ଉତ୍ତର ପ୍ରଦେଶର ଇଟାଓ୍ଵା ଜିଲ୍ଲାର ବାସିନ୍ଦା। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଓକିଲାତି ପାଠ ପଢ଼ିଛନ୍ତି। କିନ୍ତୁ ସେ ଓକିଲାତି କରିବା ପୂର୍ବରୁ ସିଭିଲ୍‌ ସର୍ଭିସ ବା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେଉଥିଲେ।

DELHI ୧୨ ଡିସେମ୍ବର ୨୦୧୨ରେ ଯେତେବେଳେ ଦିଲ୍ଳୀ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଚହଳ ସ୍ରୁଷ୍ଟି କରିଥିଲା ସେତେବେଳେ ସୀମା ଦିଲ୍ଲୀ ହାଇକୋର୍ଟରେ ଟ୍ରେନିଂ କରୁଥିଲେ। ଏହି ଅମାନବୀୟ ଘଟଣାରେ ସେ ଏତେମାତ୍ରାରେ ଚିନ୍ତାରେ ଥିଲେ ଯେ ସେ ସେତେବେଳେ ବି ପ୍ରତିଜ୍ଞାବଦ୍ଧ ହୋଇଥିଲେ ଏହି ନରପିଶାଚଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ। ଏଥିପାଇଁ ସେ ତାଙ୍କ କେସ୍‌ ଲଢ଼ିବାକୁ ନିଷ୍ପତି ନେଲେ।

NIRBHAYAଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନିର୍ଭୟା ମାମଲା ସୀମା କୁଶଓ୍ଵାହାଙ୍କ ଜୀବନର ପ୍ରଥମ କେସ୍‌ ଥିଲା। ଏବଂ ସେ କେସ ଲଢ଼ିବା ପାଇଁ କୌଣସି ପାରିଶ୍ରମିକ ନେଉନଥିଲେ। ସେ ନିମ୍ନ ଅଦାଲତ ଠାରୁ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଦୋଶୀଙ୍କୁ ଫାଶୀ ଦେବା ପାଇଁ ସେ କୌଣସି ବି ଚେଷ୍ଟାକୁ ହାତଛଡା କରିନଥିଲେ।

DELHIକୋର୍ଟ ବାହାରେ ବି ପୀଡିତାଙ୍କ ପରିବାର ସହିତ ଛିଡା ହୋଇଥିଲେ ସୀମା କୁଶଓ୍ଵାହା। ଦୋଶୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପଯ୍ୟର୍ନ୍ତ ଚାଲିଥିବା ଏହି ଲମ୍ବା ଲଢ଼େଇରେ ଓକିଲ ସୀମା କୁଶଓ୍ଵାହା ପୀଡିତାଙ୍କ ପରିବାର ସହିତ ଭାବନାତ୍ମକ ସମ୍ପର୍କ ବନାଇଥିଲେ। ୨୦୧୪ରେ ସୀମା ଜ୍ୟାତି ଲିଗାଲ ଟ୍ରଷ୍ଟ ସହିତ ମଧ୍ୟ ଯୋଡି ହୋଇଥିଲେ ଯେଉଁମାନେ ଦୁଷ୍କର୍ମ ପୀଡିତାଙ୍କ ପାଇଁ ମାଗଣାରେ କେସ୍‌ ଲଢ଼ିଥାନ୍ତି ଏବଂ ତାଙ୍କୁ ଆଇନଗତ ପରାମର୍ଶ ଦିଅନ୍ତି।

Leave A Reply

Your email address will not be published.