ଘରୁ ଖାଇପିଇ ଭାଇ ସହ ଯାଉଥିଲେ ନିରୋଜ ଲାମା, ଯମ ଭଳି ହାଇୱା ଆସି ମାରିଦେଲା

କାର ଭିତରେ ଜଣେ ମାଆ ଛାତି ଫଟାଇ ବାହୁନି ବାହୁନି କାନ୍ଦୁଥାନ୍ତି l କୁଆଡେ ଗଲୁ ମୋ ଧନ, ମୋ ଧନକୁ କିଏ ମାରିଲା l ମୋ ଧନ ଫେରିଆରେ ମୋତେ ଛାଡି ଯାଆନି l ଏପଟେ ପାଖରେ ବସିଥିବା ପୁଅ ମଧ୍ୟ କାନ୍ଦୁଥାନ୍ତି l ଇଏ ଥିଲା ଆଜି ଅପରାହ୍ନ ସମୟର କରୁଣ ଦୃଶ୍ୟ l ଏମାନଙ୍କ ସହିତ ଏମିତି କଣ ଘଟିଲା ଚାଲନ୍ତୁ ଜାଣିବା l

କାର ଭିତରେ ଜଣେ ମାଆ ଛାତି ଫଟାଇ ବାହୁନି ବାହୁନି କାନ୍ଦୁଥାନ୍ତି l କୁଆଡେ ଗଲୁ ମୋ ଧନ, ମୋ ଧନକୁ କିଏ ମାରିଲା l ମୋ ଧନ ଫେରିଆରେ ମୋତେ ଛାଡି ଯାଆନି l ଏପଟେ ପାଖରେ ବସିଥିବା ପୁଅ ମଧ୍ୟ କାନ୍ଦୁଥାନ୍ତି l ଇଏ ଥିଲା ଆଜି ଅପରାହ୍ନ ସମୟର କରୁଣ ଦୃଶ୍ୟ l ଏମାନଙ୍କ ସହିତ ଏମିତି କଣ ଘଟିଲା ଚାଲନ୍ତୁ ଜାଣିବା l

ବୁଧବାର ରାତି ପ୍ରାୟ ସାଢେ ଦଶଟା ହେବ । ଦୁଇ ଭାଇ ଘରୁ ଖାଇ ପିଇ ବାହାରିଲେ ଭୁବନେଶ୍ୱର ଉପକଣ୍ଠ ନୂଆ ଗାଁ ନିକଟ କାଫେକୁ l ଗଲା ବେଳେ ବାଇକ ରେ ଦୁଇ ଭାଇ କଥା ହୋଇ ଯାଉଥାନ୍ତି l ଭାଇ କାଲି ସକାଳ ହେଲେ ଆମେ କାଫେରେ କିଛି ପରିବର୍ତ୍ତନ କରିବା l ଏମିତି କିଛି ଭାଇ ସହିତ କଥା ବାର୍ତ୍ତା ହୋଇ ଯିବାର ଅଳ୍ପ ସମୟ ଭିତରେ କୁଆଡୁ ସେ ହାଇୱା ଟ୍ରକ ଥିଲା ଯମ ଭଳି ମାଡ଼ି ଆସିଲା । ମରଣକୁ ସାଙ୍ଗରେ ନେଇ ଆସିଥିଲା ଏହି ବିରାଟକାୟ ଗାଡ଼ି l ହାଇୱା ଧକ୍କାରେ ଚାଲିଗଲା ସାନ ଭାଇ ନିରୋଜର ଜୀବନ l ହଁ ଦର୍ଶକ ବନ୍ଧୁ ଏହେଉଛି ଭରତପୁର ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ

ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୃଦୟ ଥରା କଥା । ଯେଉଁଥିରେ ଯୁବ ସୁଲଭ ନିରୋଜ ଲାମା ପ୍ରାଣ ହରାଇଛନ୍ତି । ଆଉ ଜଣେ ଭାଇ ବଞ୍ଚି ଯାଇଥିଲେ ନିଶ୍ଚିତ ମରଣ ମୁହଁରୁ l ମୃତକ ଜଣେ ଟ୍ରାଭେଲର ଏବଂ ମଡେଲ ଥିଲେ l  ମୃତକ ନିରୋଜ ଲାମାଙ୍କ ଘର କୋରାପୁଟ ଜିଲ୍ଲାର ମାଛ କୁଣ୍ଡ ଜଳପ୍ରପାତ ନିକଟରେ l ନିରୋଜ ଭୁବନେଶ୍ୱର ଭରତପୁର ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ଗୋଟିଏ କାଫେ କରି ଅନ୍ୟ ଭାଇ ସହିତ ମିଶି ଚଳାଉ ଥିଲେ l ନିରୋଜଙ୍କ ନିଶା ହେଉଛି ବାହାରେ ବୁଲି ବୁଲି ରିଲସ କରିବା l ଏହା ସହିତ ମଡେଲିଙ୍ଗ ଓ ରିଲସ କରି ଇନଷ୍ଟଗ୍ରାମରେ ନିଜର ଭଲ ପରିଚୟ ସୃଷ୍ଟି କରିଥିଲେ l ନିରୋଜ ଲାମାଙ୍କ ତିନି ଭାଇରୁ ଅନ୍ୟ ଜଣେ ଭାଇ ବାପାଙ୍କ ସହିତ ମାଛକୁଣ୍ଡରେ ରୁହନ୍ତି l ନିରୋଜଙ୍କ ବାପା ମାଛକୁଣ୍ଡ ପ୍ରୋଜେକ୍ଟରେ ଚାକିରି କରୁଛନ୍ତି । ନିରୋଜ ଏବଂ ମଝିଆ ଭାଇ ଭୁବନେଶ୍ୱରରେ ରହି କାଫେ ଚଲାନ୍ତି l ତେବେ ଗତକାଲି ରାତି ସାଢେ ଦଶଟାରେ ଦୁଇ ଭାଇ ଘରରୁ ବାହାରି କାଫେକୁ ଶୋଇବା ପାଇଁ ଯାଉଥିଲେ । ଏତିକି ବେଳେ ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଉ ନିରୋଜ ଚାଲିଗଲେ ଅକାଳରେ l

ତେବେ ନିରୋଜଙ୍କ ମୃତ୍ୟୁ ସ୍ତବଧ କରି ଦେଇଛି ପରିବାର ଲୋକଙ୍କୁ । ଏମିତି ଅଚାନକ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଛି ସେମାନଙ୍କ ମନରେ । ପରିବାର ଲୋକ ଭରତପୁର ଥାନାରେ ଏନେଇ ଅଭିଯୋଗ କରିଛନ୍ତି l ନିରୋଜଙ୍କ ବାପା, ପୁଅ ମୃତ୍ୟୁର ତଦନ୍ତ କରିବା ସହ ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି । ତେବେ ଘଟଣା ପଛରେ ସତରେ କିଛି ରହସ୍ୟ ଅଛି ନା ଏହା ଏକ ସ୍ୱାଭାବିକ ଦୁର୍ଘଟଣା, ତାହା କେବଳ ପୋଲିସ୍‌ ତଦନ୍ତରୁ ହିଁ ସ୍ପଷ୍ଟ ହେବ । କାରଣ ଜଣେ ପ୍ରତିଭାବାନ୍‌ ଯୁବକ ଆମ ଗହଣରୁ ଚାଲିଗଲା ସବୁ ଦିନ ପାଇଁ । ହେଲେ ଦୁର୍ଘଟଣା ଯେ ଏମିତି ଅକାଳରେ ପରିବାର ଉଜାଡ଼ି ଦେଉଛି ଆଉ ଜୀବନ ନେଉଛି ତାହା ହେଉଛି ସବୁଠୁ ବଡ଼ ବାସ୍ତବତା । ଯଦି ଦେଖିବେ ଗତ ଜାନୁଆରୀ ମାସରେ ଏମିତି କୌଣସି ଦିନ ନାହିଁ ଯେଉଁଦିନ ଆମ ରଜ୍ୟରେ ଦୁର୍ଘଟଣା ଘଟିନି କିମ୍ବା ଲୋକଙ୍କ ଜୀବନ ଯାଇନି ।