୧୨ ଜୁଲାଇରେ ଅନନ୍ତ ଓ ରାଧୀକାଙ୍କ ବିବାହ ହେବାକୁ ଯାଉଛି । ଆଉ ଏପଟେ ନୀତା ଅମ୍ବାନୀ ବାରଣାସୀରେ ଏକ ଲୁଗା ଦୋକାନରେ ଲୁଗା କିଣୁଥିବା ନଜର ଆସିଛନ୍ତି । ନିକଟରେ କିଛି ଦିନ ତଳେ ନିଜ ପୁଅ ବାହାଘର ପାଇଁ ବିବାହ କାର୍ଡ ନେଇ କାଶୀ ବିଶ୍ୱନାଥଙ୍କ ମନ୍ଦିରକୁ ଆସିଥିଲେ ନୀତା । ଏବେ ପୁଣି ଥରେ ବାରଣାସୀର ଲୋକାଲ ମାର୍କଟରେ ଥିବା ଏକ ବଡ ଲୁଗା ଦୋକାନରେ ନୀତାଙ୍କୁ ଦେଖିବାକୁ ମିଳିଛି ।
ପିଙ୍କ ଶାଢୀ ସହ ଅରେଞ୍ଜ ବ୍ଲାଉଜରେ ନୀତା ବହୁତ ସୁନ୍ଦର ଦେଖା ଯାଉଥିଲେ । ସେ ଡାଇମଣ୍ଡ ନେକ୍ଲେସ ଓ ମ୍ୟାଚିଙ୍ଗ କାନଫୁଲ ସହିତ ମୋତି ତିଆରି ଚୁଡି ପିନ୍ଧିଥିଲେ । ଯାହାକି ବେଶ ଭାଇରାଲ ହେବାରେ ଲାଗିଛି । ବାରଣାସୀରେ ସବୁବେଳେ ବିଭିିନ୍ନ ରଙ୍ଗ ସହ ଶାଢୀରେ ସ୍ୱତନ୍ତ୍ର କାମ ଦେଖିବାକୁ ମିଳିଥାଏ । ନୀତା ଆମ୍ବାନୀ ବାରଣାସୀରେ ଏକ ଲୁଗା ଦୋକାନରେ ପହଞ୍ଚି ଶାଢୀ ଦେଖିବା ସହିତ ଶାଢୀ କିଣିଥିଲେ । ଏହା ସହ ଲୁଗା କାରିଗରଙ୍କୁ ଭେଟି ତାଙ୍କ ଦକ୍ଷତାକୁ ପ୍ରଶଂସା କରିଥିଲେ ।
ହଲିଉଡ, ବଲିଉଡ ଏବଂ ଅନ୍ୟ ଦେଶରୁ ବିଭିନ୍ନ ଗେଷ୍ଚ ଆସି ଯୋଗ ଦେବେ ଅନନ୍ତ ଆମ୍ବାନୀଙ୍କ ବାହାଘରରେ । ବାରଣାସୀ ଶାଢୀର ବେଶ ଚାହିଦା ରହିଛି । ତେଣୁ ନୀତା ଆମ୍ବାନୀ ଏହି ଦୋକାନରୁ ନିଜ ପାଇଁ ଶାଢୀ କିଣିଥିଲେ । ବାରଣାସୀରେ ରହୁଥିବା ଛୋଟେ ଲାଲ ପଲ୍ ନାମକ ବୁଣାକାରଙ୍କ ହାତ ତିଆରି ସ୍ୱତନ୍ତ୍ର ଶାଢୀ ନୀତାଙ୍କୁ ବେଶ ପସନ୍ଦ ଆସିଥିଲା । ଆମ୍ବାନୀ ପରିବାର ଭାରତର ଖାସ୍ ପରିଚିତି ଲାଭ କରିଥିବା ଧନୀ ବ୍ୟବସାୟୀ ପରିବାରର ବୋଲି ସମସ୍ତେ ବେଶ ଭଲ ଭାବେ ଜାଣନ୍ତି ।
ନୀତା ଆମ୍ବାନୀଙ୍କ ପାଇଁ ଶାଢୀ ତିଆରି କରିଥିବାରୁ ଖୁସି ହୋଇଛନ୍ତି ବୁଣାକାର । ନିଜ ପୁଅ ବାହାଘର ପାଇଁ ନୀତା ମୋ ହାତ ତିଆରି ଶାଢୀ ପିନ୍ଧିବେ । ଯାହାକି ଟିଭି ଓ ସୋଲିଆଲ ମିଡିଆରେ ଦେଖି ମୁଁ ଖୁସି । ସେ ମୋ ଶାଢୀ କୁ ପସନ୍ଦ କଲେ ତେଣୁ ମୁଁ ବହୁତ ଖୁସୀ । ନୀତା ଆମ୍ବାନୀ ପୁଅ ବାହାଘର ପାଇଁ ନିମନ୍ତ୍ରଣ କାର୍ଡ ଧରି କାଶୀ ଆସୁଥିବା ଦେଖିବାକୁ ମିଳିଥିଲା । ୧୦ ବର୍ଷ ପରେ ସେ ବାରଣାସୀ ଆସିଥିବା କଥା କହିଥିଲେ । ଏନେଇ ସେ ବହୁତ ଖୁସି ଥିଲେ । ବାବାଙ୍କ ଦର୍ଶନ ସାରି ସେ ଶାଢୀ ଦୋକାନରେ ପହଞ୍ଚିଥିଲେ ।
ଏହାପରେ ଦୋକାନୀ ନୀତାଙ୍କୁ ବିଭିନ୍ନ ରଙ୍ଗର ଶାଢୀ ଦେଖାଇଥିଲେ । ଯେଉଁଥିରେ କୋନିଆ ଟ୍ରେଣ୍ଡର ଲାଖ ବୁଟିକର ଶାଢୀ ବେଶ ପସନ୍ଦ ଆସିଥିଲା ନାତାଙ୍କୁ । ଏହାର ମୂଲ୍ୟ ଥିଲା ୧ଲକ୍ଷ ୮୦ ହଜାର ଟଙ୍କା । ସେ ଏହି ଶାଢୀକୁ କିଣି ନେଇଥିଲେ । ଦୋକାନୀଙ୍କ କହିବା ଅନୁସାରେ ୫୦ ରୁ ୬୦ ଖଣ୍ଡ ଶାଢୀ ଦେଖିବା ପରେ ନୀତାଙ୍କୁ ଏହି ଶାଢ଼ୀ ପସନ୍ଦ ଆସିଥିଲା । ଏତେ ଶାଢୀ ଭିତରେ ନୀତାଙ୍କୁ ୨ ଟି ଶାଢୀ ଅଧିକ ପସନ୍ଦ ଆସିଥିଲା । ସୁନା ଓ ରୂପାର ତାରରେ ତିଆରି ହୋଇଥିବା ଲାଲ ରଙ୍ଗର ଶାଢୀ ସେ କିଣି ଘରକୁ ଫେରିଥିଲେ । ବାରଣାସୀ ଲୁଗା ଦୋକାନରେ ନୀତା ଆମ୍ବାନୀ ଶାଢୀ କିଣୁଥିବାର ଫଟୋ ଭାଇରାଲ ହେବାରେ ଲାଗିଛି ।