ବିବାହରେ ଅଯଥା ଖର୍ଚ୍ଚ ରୋକିବାକୁ ଯାଇ ମାତ୍ର ୫୦୦ଟଙ୍କାରେ ବିବାହ କଲେ ସିଟି ମାଜିଷ୍ଟ୍ରେଟ୍ ଓ ସେନା ଅଫିସର

ସାଧାରଣତଃ ଆମ ସମାଜରେ ଲୋକେ ବାହାଘରକୁ ମନୋରମ ଓ ସ୍ମୃତିମୟ କରିବାକୁ ବହୁତ ଟଙ୍କା ଖର୍ଚ୍ଚ କରି ବହୁତ ଧୂମଧାମରେ କରିଥାନ୍ତି। ଆଉ ଯଦି କିଏ ସରକାରୀ ଅଧିକାରୀ ହୋଇଥାନ୍ତି ସେ ଆହୁରି ଜାକଜକମରେ ବାହାଘର ଆୟୋଜନ କରନ୍ତି। କିନ୍ତୁ ଧାରର ଜଣେ ମହିଳା ଅଧିକାରୀ ବିବାହରେ ଅଯଥା ଖର୍ଚ୍ଚ ରୋକିବାକୁ ନିବୃତ୍ତ ରହି ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମହିଳା ଅଧିକାରୀ ଜଣକ ହେଲେ ଧାର ସିଟି ମାଜିଷ୍ଟ୍ରେଟ ଶିବାଙ୍ଗି ଯୋଶୀ। ସେ ସେନା ଅଧିକାରୀ ମେଜର ଅନିକେତଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେମାନେ ବାହାଘର ପାଇଁ କୋର୍ଟରେ ୫୦୦ ଟଙ୍କା ଜମା କରିଥିଲେ।

ମଧ୍ୟପ୍ରଦେଶ ଧାରରେ ହୋଇଥିବା ଏକ ବିବାହ ସମାଜ ପାଇଁ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛି। କାରଣ ଏହି ଦମ୍ପତି କୌଣସି ସାଧାରଣ ବ୍ୟକ୍ତି ନୁହେଁ ଜଣେ ସିଟି ମାଜିଷ୍ଟ୍ରେଟ ଓ ଆଉ ଜଣେ ଭାରତୀୟ ସେନାର ଜଣେ ଅଧିକାରୀ । ଦୁହେଁ କୌଣସି ଯାନିଯୌତୁକ, ଦାନ ଦକ୍ଷିଣା, ବାଜା ରୋଷଣୀ ବିନା ବିବାହ କରିଛନ୍ତି। ଉଭୟଙ୍କ ବାହାଘରରେ ଖର୍ଚ୍ଚ ହୋଇଛି ମାତ୍ର ୫୦୦ ଟଙ୍କା।

ଶିବାଙ୍ଗି ଯୋଶୀଙ୍କ ଘର ଭୋପାଳରେ। ଧାରରେ ତାଙ୍କର କର୍ମକ୍ଷେତ୍ର। ଭାରତୀୟ ସେନାରେ ଥିବା ମେଜର ଅନିକେତ ଚତୁର୍ବେଦୀଙ୍କ ସହ ତାଙ୍କର ବିବାହ ସ୍ଥିର ହୋଇଥିଲା । ଅନିକେତଙ୍କ ଘର ମଧ୍ୟ ଭୋପାଳରେ। ବର୍ତ୍ତମାନ ସେ ଲଦାଖରେ ମୁତୟନ ଅଛନ୍ତି। ଉଭୟଙ୍କ ବାହାଘର ବହୁ ଦିନ ପୂର୍ବରୁ ଠିକ ହୋଇସାରିଥିଲା, କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ବିବାହ ତାରିଖ ଘୁଞ୍ଚି ଘୁଞ୍ଚି ଯାଉଥିଲା।

ଶିବାଙ୍ଗି ଯେହେତୁ ଧାରରେ ନିୟୋଜିତ ଅଛନ୍ତି ସେଥିପାଇଁ ସେ ଧାରରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ କୋର୍ଟରେ ପରସ୍ପରକୁ ବରଣମାଳା ପିନ୍ଧାଇ ବିବାହ କରିଛନ୍ତି।

Leave A Reply

Your email address will not be published.