ମୁମ୍ବାଇର ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌ ସୋସାଇଟିରେ ଲାଗିଲା ନୋ କିସିଂ ଜୋନ୍‌ ବୋର୍ଡ

ମୁମ୍ବାଇ: ନୋ ସ୍ମୋକିଂ ଜୋନ୍‌, ନୋ ରେସ୍‌ ଡ୍ରାଇଭିଂ ଜୋନ୍‌, ନୋ ଲିଟରିଂ ଜୋନ୍‌ ଆଦି ସମ୍ପର୍କରେ ସଭିଏଁ ନିଶ୍ଚିତ ଜାଣିଥିବେ। ତେବେ ନୋ କିସିଂ ଜୋନ୍‌ ସମ୍ପର୍କରେ ଶୁଣିଲେ ଯେ କେହି ବି ନିଶ୍ଚିତ ଚିନ୍ତା କରିବେ। ଏଭଳି ଏକ ଜୋନ୍‌ ମୁମ୍ବାଇର ବୋରିଓ୍ବଲିସ୍ଥିତ ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌ ସୋସାଇଟିରେ ରହିଛି। ଏହି ଅଞ୍ଚଳରେ ପୂର୍ବରୁ ଭିଡ଼ ଜମୁଥିଲା। ପ୍ରେମିକ ପ୍ରେମିକାମାନେ ଏଠାରେ ଭିଡ଼ ଜମାଇବା ସହିତ ଆପତ୍ତିଜନକ କାର୍ଯ୍ୟ କଳାପ କରୁଥିଲେ। ଏହାଯୋଗୁ ସ୍ଥାନୀୟ ବାସିନ୍ଦା ଅସୁବିଧାରେ ପଡ଼ିଲେ। ରାସ୍ତାରେ ଯିବା ଆସିବା ସମୟରେ ଏଭଳି କାର୍ଯ୍ୟ ସେମାନଙ୍କ ଦୃଷ୍ଟିକୁ ଆସିଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।

Kissing-not-

ଲକ୍‌ଡାଉନ ହେବାପରେ ଏହି ଅଞ୍ଚଳରେ ପ୍ରେମୀଯୋଡ଼ାଙ୍କ ଭିଡ଼ ଜମିବାରେ ଲାଗିଥିଲା। ଏଭଳି କାର୍ଯ୍ୟକୁ ରୋକିବା ଲାଗି ସ୍ଥାନୀୟ ବାସିନ୍ଦା ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ଏଠାରେ ବୋର୍ଡରେ ନୋ କିସିଂ ଜୋନ୍‌ ଲେଖିବା ସହିତ ରାସ୍ତାରେ ମଧ୍ୟ ଏଭଳି ଲେଖଛନ୍ତି। ସୋସାଇଟିର ଫାଟକ ସମ୍ମୁଖରେ ଏହି ସାଇନ ବୋର୍ଡ ଲଗାଯାଇଛି। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.