ସ୍ପେଶାଲ

ପାଣି ଟାଙ୍କି ଉପରେ ଲାଗିଛି ଲମ୍ବା ଧାଡି, କାରଣ ଜାଣିଲେ କହିବେ 5ଜି ଯୁଗରେ ଏମିତି ଅବସ୍ଥା

କଣ୍ଟାବାଞ୍ଜି(କେନ୍ୟୁଜ): କିଛି ଲୋକ ଗଛ ଉପରେ ଓ ପାଣି ଟାଙ୍କି ଉପରକୁ ଚଢୁଛନ୍ତି । ଉପରକୁ ଯାଇ ଟିକେ ମୋବାଇଲରେ କଲ କରିବେ ବୋଲି । ହେଲେ କଣହେବ ନେଟୱର୍କର ଦେଖାନାହିଁ । ତେବେ କିଏ କହୁଛି କଥା ଟିକେ ହେବାପାଇଁ କୁଆଡେ ଗାଁ ମୁଣ୍ଡରେ ଥିବା ଏହି ପାଣି ଟାଙ୍କି ଉପରକୁ ଗଲେ ଆସୁଛି ନେଟୱର୍କ ତ ଆଉ କିଏ କହୁଛି ନେଟୱର୍କ ପାଇଁ ଗଛ ଉପରକୁ ଚଢିବାକୁ ପଡୁଛି, ତ କିଏ କହୁଛି ପାଖ ପାହାଡ ଉପରକୁ ଗଲେ ସେଠାରେ ପାଉଛି ନେଟୱର୍କ । ମୁରିବାହଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଜଙ୍ଗଲି ବାରବନ୍ଧ ଗାଁ ଓ ଆଖପାଖ ୫ ଟି ଗାଁ ଯଥା -ବାରବନ୍ଧ ,ବେହେରାଖାଇ ,ସୁକନିପଦର କୂଟନୀଝରନ ଓ ଏହାର ଆଖପାଖ ଗାଁ ଲୋକେ ମୋବାଇଲ ନେଟୱର୍କରୁ ବଞ୍ଚିତ । ମୁରିବାହାଲ ବ୍ଲକର ଏହି ସବୁ ଅଞ୍ଚଳ ଜଙ୍ଗଲି ଅଞ୍ଚଳ ହୋଇଥିବା ବେଳେ ଏଠି ମୋବାଇଲ ନେଟୱର୍କ ନାହିଁ ।

ନେଟୱର୍କ ନଥିବାରୁ କୌଣସି ସମୟରେ ଜଙ୍ଗଲି ଜୀବ ଜନ୍ତୁ କାହାକୁ ଆକ୍ରମଣ କଲେ କାହାରିକୁ ଖବର ଦେବା ପାଇଁ ହେଉ, କି କିଏ ରୋଗରେ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ପଡିଲେ ଆମ୍ବୁଲାନ୍ସକୁ ଖବର ଦେବାକୁ ହେଉ ,ସେ ସବୁ କରିପାରନ୍ତି ନାହିଁ ଏହି ସବୁ ଗାଁର ଲୋକମାନେ । ଗାଁରେ ଏକ ଉଚ୍ଚତା ବିଶିଷ୍ଟ ବଡ ପାଣି ଟାଙ୍କି ଅଛି , ପାଣି ଟାଙ୍କି ଉପରକୁ ଗଲେ ନେଟୱର୍କ ପାଇଥାଏ । ଏହା ସହ କିଛି ଗଛ ଉପରକୁ ଗଲେ କିଛି ମାତ୍ରାରେ ନେଟୱର୍କ ଆସିଥାଏ । ତଥାପି କଥା ଦିପଦ ହେବା ପାଇଁ ସମ୍ଭବ ହେଇନଥାଏ । କହିବାକୁ ଗଲେ ସମସ୍ତଙ୍କ ପାଖରେ ମୋବାଇଲ ନାକୁ ମାତ୍ର ଅଛି । ତେବେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ତରଫରୁ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

ନେଟୱର୍କ ନ ଥିବାରୁ ଯେକୌଣସି ସରକାରୀ ଯୋଜନାର ସୁଫଳ ପାଇପାରୁନାହାନ୍ତି ଏହି ଅଞ୍ଚଳର ଲୋକେ । ବ୍ୟାଙ୍କ କାମରେ ମଧ୍ୟ ଲୋକେ ହଇରାଣ ହେଉଛନ୍ତି । ଏହି ଅଞ୍ଚଳ ମାନଙ୍କରେ ନେଟୱର୍କ ଆସୁନଥିବା ଫଳରେ ସରକାରୀ ଯୋଜନା ବିଷୟରେ ଓ ନିଜର ସମ୍ପର୍କୀୟଙ୍କ ସହ କଥା ହେବା ତ ଦୂରର କଥା ବାହାର ଦୁନିଆରେ କଣ ସବୁ ଘଟଣା ଘଟୁଛି ତାହା ବି ଜାଣି ପାରୁନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଅନେକ ସମୟରେ ଲୋକପ୍ରତିନିଧି ବିଧାୟକ, ସାଂସଦ, ବିଡିଓ, ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହି । ତେଣୁ ଗ୍ରାମବାସୀ କିଛି ଦିନ ପୂର୍ବରୁ ବ୍ଲକ ଯାଇ ଏକ ଦାବିପତ୍ର ଦେଇଛନ୍ତି । ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି । ନିର୍ବାଚନ ସମୟରେ ନେତା ମନ୍ତ୍ରୀ ଆସି ଗାଁରେ ମୋବାଇଲ ନେଟୱର୍କ ଦିଆଯିବ ବୋଲି ପ୍ରତିଶୃତି ଦେଇଥାନ୍ତି କିନ୍ତୁ ନିର୍ବାଚନ ସରିଗଲେ ସବୁ ପ୍ରତିଶୃତି ଭୁଲି ଯାଆନ୍ତି ।

ମଣିଷ ଏବେ ଚନ୍ଦ୍ରପୃଷ୍ଠରେ ପହଞ୍ଚିଲାଣି । ସ୍ଵାଧିନତା ୭୫ ବର୍ଷ ପରେ ମଧ୍ୟ ଏହି ଅଞ୍ଚଳରେ ପହଞ୍ଚି ପାରୁନି ମୋବାଇଲ ନେଟୱର୍କ । ଗତ କିଛି ମାସ ଆଗରୁ ଗାଁରେ ଏକ ଶାଖା ଡାକ ଘର ମଧ୍ୟ ହୋଇଛି । ହେଲେ ମୋବାଇଲ ନେଟୱର୍କ ନଥିବାରୁ ଡାକଘରେ ମଧ୍ୟ କିଛି କାମ ହୋଇପାରୁନାହିଁ । ଏହା ସହ ଗ୍ରାହକ ମାନେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଆସିଷ୍ଟାଣ୍ଡ ପୋଷ୍ଟମାଷ୍ଟର କହିଛନ୍ତି ।

ଏପଟେ ବରାବନ୍ଧ ଗାଁର ନେଟୱର୍କ ସମସ୍ୟା ଓ ଭୋଟ ବର୍ଜନ ଚେତାବନୀ ବିଷୟରେ ଆମେ ମୁରିବାହଲ ବିଡିଓଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଗ୍ରାମବାସୀଙ୍କ ଅଭିଯୋଗ ପରେ ସେ ବରାବନ୍ଧ ଗାଁକୁ ଯାଇଥିଲେ ଗାଁ ର କିଛି ଜାଗାରେ କିଛି ମାତ୍ରାରେ ନେଟୱର୍କ ଆସୁଛି, ହେଲେ କିଭଳି ଭାବରେ ପୁରା ଗାଁରେ ନେଟୱର୍କ ପହଞ୍ଚି ପାରିବ ପ୍ରଶାସନ ପକ୍ଷରୁ ଚେଷ୍ଟା ଚାଲିଛି ।

ତେବେ ରାଜ୍ୟ ଓ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆକୁ ବେଶି ପ୍ରାଧାନ୍ୟ ଦେଉଛନ୍ତି । କିନ୍ତୁ ପରିତାପ ର ବିଷୟ ଏବେବି ଏପରି ଗାଁ ଅଛି ଯେଉଁଠି ମୋବାଇଲ ନେଟୱାର୍କ ନାହିଁ । ତେବେ ଏବେ ଏହି ସବୁ ଅଞ୍ଚଳରେ କେବେ ନେଟୱାର୍କ ଆସୁଛି ତାହା ଦେଖିବାକୁ ବାକି ରହିଲା ।

 

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

7 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

10 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

10 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

11 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

11 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

13 hours ago