ନର୍କରେ କଷ୍ଟରେ ଛଟପଟ ହୁଅନ୍ତି ଏହି ୬ ମହାପାପ କରୁଥିବା ଲୋକ, ମର୍ତ୍ତ୍ୟରେ ମଧ୍ୟ ଶାନ୍ତିରେ ବଞ୍ଚି ପାରନ୍ତିନି

ଜୀବନ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ। ଗରୁଡ଼ ପୁରାଣରେ ଜୀବନ ଓ ମୃତ୍ୟୁ ସହ ଜଡ଼ିତ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ କଥା କୁହାଯାଇଛି। ଧର୍ମଶାସ୍ତ୍ର ମୁତାବକ, ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଥିବା କଥା ଭଗବାନ ବିଷ୍ଣୁଙ୍କ ଦ୍ୱାରା କୁହାଯାଇଛି, ଯେଉଁଭଳି ଭାବେ ଗୀତାରେ ଲିଖିତ କଥାଗୁଡ଼ିକ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ହୋଇଥାଏ। ଗରୁଡ଼ ପୁରାଣ ମୁତାବକ, ବ୍ୟକ୍ତି ନିଜ କର୍ମ ଅନୁସାରେ ହିଁ ଫଳ ପାଇଥାଏ। ଯଦି କୌଣସି ବ୍ୟକ୍ତି ଏମିତି କାମ କରେ, ଯାହାକି ମହାପାପ ସମାନ ହୋଇଥାଏ, ତା’ ହେଲେ ସେ କେବଳ ବଞ୍ଚି ଥାଉ ଥାଉ ନର୍କ ଭଳି ଜୀବନ ଜିଇଁ ନ ଥାଏ, ବରଂ ମୃତ୍ୟୁ ପରେ ମଧ୍ୟ କଷ୍ଟ, ଯନ୍ତ୍ରଣା ଭୋଗିଥାଏ। ତେଣୁ କୌଣସି ବି ବ୍ୟକ୍ତି ଗରୁଡ଼ ପୁରାଣରେ କୁହାଯାଇଥିବା ୬ ମହାପାପକୁ ଭୁଲ୍‌ରେ ବି କରିବା ଉଚିତ ନୁହେଁ। ଆସନ୍ତୁ ଜାଣିବା କ’ଣ ଏହି ସବୁ ମହାପାପ।

ମହାପାପ ହୋଇଥାଏ ଏହି କାମ

-ଏମିତିରେ କୌଣସି ବି ମହିଳାଙ୍କର ଅପମାନ କରିବା ପାପ ହୋଇଥାଏ। କିନ୍ତୁ ଯଦି କିଏ କୌଣସି ଗର୍ଭବତୀ ନାରୀକୁ ଅପମାନ କରେ କିମ୍ବା ତାଙ୍କ ସହିତ ଅନୈତିକ କାମ କରେ, ତା’ ହେଲେ ଏହା ମହାପାପ ସମାନ ହୋଇଥାଏ। ଏଭଳି କାମ ଯୋଗୁ ଲୋକଙ୍କ ଜୀବନ ବଞ୍ଚିଥିଲେ ବି ନର୍କ ବନି ଯାଇଥାଏ।

-ପେଟରେ ବଢ଼ୁଥିବା ଛୁଆ, ଗର୍ଭବତୀ ମହିଳା କିମ୍ବା ନବଜାତ ପିଲାକୁ ହତ୍ୟା କରିବା ମଧ୍ୟ ମହାପାପ ହୋଇଥାଏ। ଏମିତି ଲୋକ ନର୍କରେ ବହୁତ କଷ୍ଟ, ଯନ୍ତ୍ରଣା ଭୋଗି ଥାଆନ୍ତି।

-ନିଜର ସମ୍ପର୍କୀୟ, ସାଙ୍ଗର ସ୍ତ୍ରୀଙ୍କ ସହିତ ଅନୈତିକ କାମ କରିବା ମଧ୍ୟ ମହାପାପ ଶ୍ରେଣୀରେ ଆସିଥାଏ। ଏମିତି ଲୋକଙ୍କୁ ନର୍କରେ ଅନେକ କଷ୍ଟ ଭୋଗିବାକୁ ପଡ଼ିଥାଏ।

-ବୃଦ୍ଧ, ଅସହାୟ, ଦିବ୍ୟାଙ୍ଗମାନଙ୍କୁ ଥଟ୍ଟା, ପରିହାସ କରୁଥିବା ବ୍ୟକ୍ତି, ସେମାନଙ୍କୁ କଷ୍ଟ ଦେଉଥିବା ବ୍ୟକ୍ତି କିମ୍ବା ସେମାନଙ୍କ ସହିତ ଭୁଲ୍‌ କାମ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ନର୍କରେ କଠୋର ଦଣ୍ଡ ଭୋଗିବାକୁ ପଡ଼ିଥାଏ। ତେଣୁ ଗରୁଡ଼ ପୁରାଣ ଅନୁସାରେ, କେବେ ବି ଏମିତି ଲୋକ ଏବଂ ବିଧବା ମହିଳାଙ୍କୁ ଅପମାନ କରିବା ଉଚିତ ନୁହେଁ।

-କୌଣସି ଧର୍ମଗ୍ରନ୍ଥ, ମନ୍ଦିର କିମ୍ବା ଭଗବାନଙ୍କୁ ଅପମାନ କରୁଥିବା ବ୍ୟକ୍ତି ନର୍କରେ ହିଁ ଜାଗା ପାଇ ଥାଆନ୍ତି। କାରଣ, ଏହି ସବୁ ଜିନିଷ ଲୋକଙ୍କୁ ଭଲ ତଥା ଉଚିତ ଜୀବନ ଜିଇଁବାର ରାସ୍ତା ଦେଖାଇଥାଏ। ତେଣୁ ଯଦି କିଏ ଏମାନଙ୍କର ଅପମାନ କରିଥାଏ, ତା’ ହେଲେ ଏହା ପାପ ସମାନ ହୋଇଥାଏ।

-ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କର ଧନ ଲୁଟିବା ମଧ୍ୟ ମହାପାପ ହୋଇଥାଏ। ଏମିତି କରୁଥିବା ଲୋକ ଜୀବନରେ ଦୁଃଖ, କଷ୍ଟ, ଯତନା ଆଦି ଭୋଗ କରିଥାଏ। ଏପରିକି, ମୃତ୍ୟୁ ପରେ ମଧ୍ୟ ନର୍କରେ ପୀଡ଼ା ଭୋଗିବା ହିଁ ସାର ହୋଇଥାଏ।

Leave A Reply

Your email address will not be published.