ରୋଜଗାର ଯେତିକି ବଢ଼ିଚାଲେ, ତାହା ଇନକମ୍ ଟ୍ୟାକ୍ସ ଅଧୀନକୁ ଆସିଯାଏ । ଥରେ ଯେତେବେଳେ ଆୟ ଟିକସଯୋଗ୍ୟ ହୋଇଯାଏ, ତ ଏହା ଉପରେ ଟ୍ୟାକ୍ସ ମଧ୍ୟ ଦେବାକୁ ପଡ଼ିଥାଏ । ସରକାରଙ୍କ ଜରିଆରେ ଆୟ ଉପରେ କର ଆଦାୟ କରାଯାଇଥାଏ । ଆୟ ଉପରେ କର ଆଦାୟ କରିବା ପାଇଁ ଇନକମ୍ ଟ୍ୟାକ୍ସ ସ୍ଲାବ୍ ମଧ୍ୟ ପ୍ରସ୍ତୁତ କରାଯାଇଛି, ଯାହା ଅନୁସାରେ ସରକାର କର ଆଦାୟ କରି ଥାଆନ୍ତି । ଇନକମ୍ ଟ୍ୟାକ୍ସ ଏକ ଡାଇରେକ୍ଟ ଟ୍ୟାକ୍ସ, ଯାହାକୁ ସରକାର ବ୍ୟକ୍ତି ଏବଂ ସଂସ୍ଥା ଦ୍ୱାରା ଅର୍ଜିତ ବାର୍ଷିକ ଆୟ ଉପରେ ଲଗାଇ ଥାଆନ୍ତି ।
ଭାରତରେ ସବୁବେଳେ ଟ୍ୟାକ୍ସକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ । ଯେଉଁଠାରେ ସାଧାରଣ ନାଗରିକଙ୍କ ଉପରେ ଟ୍ୟାକ୍ସ ବୋଝ ବଢ଼ିବାରେ ଲାଗିଛି । କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଏପରି ଏକ ରାଜ୍ୟ ଅଛି ଯେଉଁଠାରେ କୌଣସି ଟ୍ୟାକ୍ସ ଦେବାକୁ ପଡିନଥାଏ । ଭାରତର ପ୍ରତ୍ୟେକ ସାଧାରଣ ବ୍ୟକ୍ତି ଟ୍ୟାକ୍ସ ଦ୍ୱାରା ଅସୁବିଧାରେ ପଡ଼ୁଥିବାବେଳେ କେବଳ ଭାରତର ଗୋଟିଏ ରାଜ୍ୟର ନାଗରିକଙ୍କୁ ଏହାର ଭାର ବହନ କରିବାକୁ ପଡିନଥାଏ । ବାସ୍ତବରେ ଏଠାକାର ଲୋକମାନେ କୌଣସି ପ୍ରକାର ଟ୍ୟାକ୍ସ ଦିଅନ୍ତି ନାହିଁ ।
ବାସ୍ତବରେ ଏହା ଅନ୍ୟ କୌଣସି ରାଜ୍ୟ ନୁହେଁ ଏହା ହେଉଛି ଆମ ଭାରତର ସିକ୍କିମ୍ । ଯାହା ଏହାର ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ଐତିହ୍ୟ ପାଇଁ ଜଣାଶୁଣା । ଅଧିକାଂଶ ଭାରତୀୟ ରାଜ୍ୟ ତୁଳନାରେ ସିକ୍କିମର ଏକ ବିଶେଷ ଅଧିକାର ଅଛି, ଯାହା ହେଉଛି ଟ୍ୟାକ୍ସ ଛାଡ । ସିକ୍କିମ୍ ୧୯୭୫ରେ ଦେଶର ୨୨ତମ ରାଜ୍ୟ ଭାବରେ ଯୋଗ ଦେଇଥିଲେ । ୧୯୪୮ରେ ନିଜସ୍ୱ ଟ୍ୟାକ୍ସ ନିୟମ ଅନୁଯାୟୀ ପ୍ରତିଷ୍ଠିତ ଏହି ସ୍ଥିତି ଏହାକୁ ସ୍ୱତନ୍ତ୍ର କରିଥାଏ ।
ତେବେ ଯଦି ଆପଣ ଭାବୁଛନ୍ତି ଯେ ଆପଣ ସେଠାକୁ ଗଲେ ଆପଣଙ୍କୁ ମଧ୍ୟ ଟ୍ୟାକ୍ସ ଦେବାକୁ ପଡିବ ନାହିଁ, ତେବେ ଆପଣଙ୍କୁ କହିରଖୁଛୁ ଏଭଳି କିଛି ବି ନୁହେଁ । ଟ୍ୟାକ୍ସ ମୁକ୍ତ ହେବାର ଲାଭ କେବଳ ସେହି ଲୋକମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନେ ଏଠାକାର ବାସିନ୍ଦା ଅଟନ୍ତି । ଯଦି ଜଣେ ମହିଳା ସିକ୍କିମର ପୁରୁଷଙ୍କୁ ବିବାହ କରନ୍ତି, ତେବେ ସେ ମଧ୍ୟ ଏହି ଲାଭ ପାଇପାରିବେ ନାହିଁ ।