ଫନି ବାତ୍ୟା ପ୍ରଭାବରୁ ବାଦ ପଡି ନାହାନ୍ତି ମହାପ୍ରଭୁ, ଏବେ ପ୍ରସାଦ ପାଇଁ ଅଭାବ ଅବଢା କୁଡ଼ୁଆ ଏବଂ ତୁଳସୀ

ମହାବାତ୍ୟା ଫନିର ପ୍ରଭାବରେ ପୁରୀ ଜିଲ୍ଲା ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଏଥିରୁ ବାଦ ପଡ଼ିନି ମହାପପ୍ରଭୁଙ୍କ ସେବାରେ ଲାଗି ହେଉଥିବା ଅବଢା କୁଡ଼ୁଆ ଏବଂ ତୁଳସୀ । ଡ଼େଲାଙ୍ଗ ବ୍୍ଲକର ବେରବୋଇ ଗ୍ରାମରେ ଥିବା କୁଡ଼ୁଆ ସେମା ଯୋଗାଉଥିବା କାରୀଗର ଙ୍କ ସହିତ ତୁଳସୀ ଯୋଗଉଥିବା ପିପିଲି ଆବଲପୁର ଗାଁର କାରୀଗର । ତେବେ ଆସନ୍ତୁ ଜାଣିବା କଣ ରହିଛି ପରିସ୍ଥିତି ।

କୋଟି ହୃଦୟର ମଉଡ଼ମଣୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଠାକୁରଙ୍କ ସେବାରେ ପ୍ରତ୍ୟେହ ଆବଶ୍ୟକ ପଡ଼େ ମାଟିର କୁଡ଼ୁଆ । ଏହି କୁଡ଼ୁଆରେ ମହାପ୍ରାସଦ ବଢାଯାଇ ଭକ୍ତଙ୍କ ସେବାରେ ଲାଗିଥାଏ । ତେବେ ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ବେରବୋଇର ଏହି କୁମ୍ଭକାରଙ୍କ ଏ ଦୃଶ୍ୟକୁ ଦେଖିଲେ ଜଣାପଡ଼େ କିଭଳି ରହିଛି ଏମାନଙ୍କର ସ୍ଥିତି । ମହାବାତ୍ୟା ଫନିର ପ୍ରଭାବରେ ଭାଙ୍ଗି ଯାଇଛି କୁଡ଼ୁଆ ତିଆରି ପାଇଁ ଉଦ୍ଦି୍ଷ୍ଟ ଥିବା ସରଂଜାମ । ଖାଲି ଯେ କୁମ୍ଭାର ଚକ ନଷ୍ଟ ହୋଇଛି ତାହା ନୂହେଁ ତିଆରି କରାଯାଇଥଥିବା କୁଡ଼ୁଆ ଗୁଡ଼ିକ ମଧ୍ୟ ଭାଙ୍ଗି ଯାଇଛି । ପୁଣି ଥରେ ଅଂଟା ସଳଖି ନିଜର କାଯ୍ୟର୍ ଆରମ୍ଭ କରିବା ଏମାନଙ୍କ ପାଇଁ କଷ୍ଟ ହେବ ।

mahaprasad

ମହାବାତ୍ୟାର ପ୍ରଭାବରେ ମାଟିରେ ମିଶିଛି । ଯେଉଁଠି ଦିନେ ନାମ ସଂକୀର୍ତନ ସହିତ ଝୁଣାର ମହମହ ବାସ୍ନାରେ ତୁଳସୀ ସଂଗ୍ରହ କରାଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟକୁ ପ୍ରତିଦିନ ପଠାଯାଇଥାଏ । ତେବେ ଆଜି ଆଉ ଏଠାରେ ଦେଖିବାକୁ ମିଳିନି ସେ ଆଧ୍ୟାତ୍ମିକତା । ଫନିର ପ୍ରଭାବରେ ମାଟିକୁ ଜାବୁଡ଼ି ଧରିଛି ତୁଳସୀ ବଗିଚା । ପବନର ପ୍ରଭାବରେ ବଂଚି ଯାଇଥିବା ତୁଳସୀକୁ ଏବେ ସାଉଁଟି ପଠାଯାଉଛି ମହାପ୍ରଭୁଙ୍କ ସେବା ପାଇଁ । ମନରେ ରହିଛି ମହାପପ୍ରଭୁଙ୍କ ପାଇଁ ଭକ୍ତି ଆଉ ଭାବନା । ସେଥିପାଇଁ ଭାଙ୍ଗି ଯାଇଥିବା ଗଛ ଗୁଡ଼ିକୁ ପୁଣି ଥରେ ସଜାଡ଼ୁଛନ୍ତି ମହିଳା ଜଣକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.