ସ୍ପେଶାଲ

କୁକୁର ହଜିଯିବା ପୋଷ୍ଟର କାଢ଼ିବାରୁ ନିର୍ଦ୍ଧୁମ ଛେଚା ଖାଇଲେ , ଭିଡିଓ ହେଉଛି ଭାଇରାଲ

ମାଲିକାଣୀର ପ୍ରିୟ କୁକୁର ହଜିଗଲା ପରେ ଖୋଜିବା ପାଇଁ ଚାରିଆଡ଼େ ଲଗାଇଲେ ପୋଷ୍ଟର..ଦିନ ଗଡ଼ିଲା, କିଛି ଦିନ ପରେ ସୋସାଇଟିରେ ଥିବା ଆଉ ଜଣେ ଲୋକ ଆସି କାନ୍ଥରେ ଲାଗିଥିବା ପୋଷ୍ଟର କୁ ହଟାଇଦେଲେ। ତା ପରେ ଯାହା ହେଲା ତାହା ଖାଲି ଦେଖିବା ଯୋଗ୍ୟ ଥିଲା.. ମାଲିକାଣୀ ଜଣକ ନିଜ ପୋଷା କୁକୁରର ପୋଷ୍ଟର କାଢ଼ିବା ରାଗରେ ସେହି ଲୋକଟିକୁ ନିର୍ଦ୍ଧୁମ ଛେଚିଲେ.. ସାର୍ଟ କଲର ଧରିଲେ ଯେ ଆଉ ଛାଡ଼ିଲେନି। ମାଡ଼ ମାରି ମାରି ତାଙ୍କୁ ଏଭଳି କରିବାର କାରଣ ପଚାରିଲେ.. ହେଲେ କଣ ହେବ ପ୍ରଶ୍ନ ପଚାରୁଥିଲେ କିନ୍ତୁ ଉତ୍ତର ଶୁଣିବା ପାଇଁ ଧର୍ଯ୍ୟ ନଥିଲା ପାଖରେ.. ରାଗ ଚଢ଼ିଗଲା ମୁଣ୍ଡକୁ , ଆଉ ମାଡ଼ ମାଡ଼ ଉପରେ ଦେଇ ଚାଲିଲେ ସେହି ବ୍ୟକ୍ତିଙ୍କୁ.. ଯାହାର ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି।

ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ ଅନେକ ଭିଡ଼ିଓ ଭାଇରାଲ ହୁଏ। ଏବେ ରାଜଧାନୀ ଦିଲ୍ଲୀର ପାଖ ଉତ୍ତର ପ୍ରଦେଶର ନୋଏଡ଼ା ଅଞ୍ଚଳରେ ଏପରି ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏଂରେ କିଛି ନା କିଛି ଭିଡ଼ିଓ ପ୍ରାୟ ସମୟରେ ଭାଇରାଲ ହୁଏ, ଯେପରିକି ଏହି ଭିଡ଼ିଓ ହୋଇଛି। ଏଠାରେ ଥିବା ପ୍ରତ୍ୟେକ ସୋସାଇଟିରେ କିଛି ନା କିଛି ଗଣ୍ଡଗୋଳ ହୋଇଥାଏ। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭଇାରାଲ ହୁଏ। ଏବେ ନୋଏଡ଼ାର ଏହି ଭିିଡ଼ିଓ ବି ଭାଇରାଲ ହେଉଛି।

ସୂଚନା ଅନୁସାରେ ଏଠାରେ ଜଣେ ମହିଳାଙ୍କ କୁକୁର ହଜିଯାଇଥିଲା । ଯାହା କାରଣରୁ ମହିଳା ଜଣକ ପୋଷ୍ଟର ଲଗାଇଥିଲେ। ନୋଏଡ଼ାର ଏହି ହାଉସିଂ ସୋସାଇଟିରେ ଜଣେ ବ୍ୟକ୍ତି ଆସି ଏହାକୁ କାଢ଼ିବାକୁ ତାଙ୍କ ଭିତରେ ଭୀଷଣ ଝଗଡ଼ା ହୋଇଛି। ମହିଳା ଜଣକ ସାର୍ଟ କଲର ଧରି ନନ୍‌ ଷ୍ଟପ ଗାଳି ଦେଉଛନ୍ତି।

ବ୍ୟକ୍ତି ଜଣକ ମାଡ଼ ଖାଉଥିବା ଅବସ୍ଥାରେ ମହିଳାଙ୍କୁ ଶାନ୍ତ ହେବାକୁ କହୁଥିଲେ , ହେଲେ ଉତ୍ତକ୍ତ ମହିଳା କଣ ଶୁଣୁଥିଲେ..ରାଗ ତ ଆସିଛି ମାନେ ଛାଡ଼ିବାକୁ ନାରାଜ..ଚୁଟି ଘୋଷାଡ଼ି ଗାଳି ଦେଇ ଚାଲିଛନ୍ତି। ମିଳିଥିବା ରିପୋର୍ଟ ରେ ଥାନାରେ ଏନେଇ ମାମଲା ଦର୍ଜ କରାଯାଇଛି। ନୋଏଡ଼ା ସେକ୍ଟର ୧୧୩ ର ପୋଲିସ ଷ୍ଟେସନ ରେ ଏହି ମାମଲା ଦର୍ଜ ହୋଇଛି। ଆଉ ଏହି ଝଗଡ଼ା ଏମ୍ସର ଗୋଲ୍ଫ ଏବେନ୍ୟୁ ର ଅଧ୍ୟକ୍ଷ ଓ ତାଙ୍କ ପଡ଼ୋଶୀଙ୍କ ସହ ହୋଇଛି।

ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଖୁବ ସେୟାର କରାଯାଉଛି। ଅନେକ ଏହାକୁ ନେଇ ମହିଳାଙ୍କ ପାଇଁ ଖରାପ ପ୍ରତିକ୍ରିୟା ରଖିଛନ୍ତି। ଆପଣ ଏ ଘଟଣା ଶୁଣିବା ପରେ ମହିଳାଙ୍କ ଏଭଳି କାଣ୍ଡକୁ କଣ କହିବେ କମେଣ୍ଟରେ ଜଣାନ୍ତୁ। ଭିଡ଼ିଓକୁ ଖୁବ ସେୟାର କରନ୍ତୁ। ଆମ ପେଜକୁ ଲାଇକ କରନ୍ତୁ। ଏଭଳି ଅନେକ ଭାଇରାଲ ଖବର ସମ୍ପର୍କରେ ଜାଣିବା ପାଇଁ ଦେଖୁଥାନ୍ତୁ କେନ୍ୟୁଜ ଓଡ଼ିଶା।

D Sonali

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

21 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

29 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

46 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago