୨୦୨୨ ମସିହାରେ ଘଟିବ ଏହି ସବୁ ମହାପ୍ରଳୟ! ୫୦୦ ବର୍ଷ ପୂର୍ବେ ଭବିଷ୍ୟବାଣୀ କରିଥିଲେ ନାଷ୍ଟ୍ରୋଡମସ୍

ବୁଲ୍‌ଗେରିଆର ଫକୀର ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ନାଷ୍ଟ୍ରୋଡମସ୍‌ ଆଜକୁ ପାଖାପାଖି ୫୦୦ ବର୍ଷ ପୂର୍ବେ କେତେକ ବଡ଼ ଭବିଷ୍ୟବାଣୀ କରିଥିଲେ ଏବଂ ଯେଉଁଥିରୁ ଏ ପର୍ଯ୍ୟନ୍ତ କିଛିଟା ସତ ମଧ୍ୟ ପ୍ରମାଣିତ ହୋଇ ସାରିଛି? ଆସନ୍ତୁ ଜାଣିବା ଏହା ବିଷୟରେ…

ନାଷ୍ଟ୍ରୋଡମସ୍‌ଙ୍କ ଭବିଷ୍ୟବାଣୀ ଅନୁସାରେ, ବର୍ଷ ୨୦୨୨ରେ ଭୟଙ୍କର ମହଙ୍ଗା ମାଡ଼ ହେବ। ସବୁର ଦରଦାମ୍‌ ବଢ଼ିଯିବ, ଯାହାକି ନିୟନ୍ତ୍ରଣ ବାହାରେ ହୋଇଯିବ। କହି ରଖୁଛୁ, ଏବେ ଅନେକ ଦେଶରେ ମହଙ୍ଗା ମାଡ଼ ଚରମ ସୀମାରେ ପହଞ୍ଚିଛି। ନାଷ୍ଟ୍ରୋଡମସ୍‌ ଆମେରିକୀୟ ଡଲାରରେ ଦ୍ରୁତ ହ୍ରାସକୁ ନେଇ ବି ଭବିଷ୍ୟବାଣୀ କରିଥିଲେ। ସେ ଆହୁରି କହିଥିଲେ କି, ୨୦୨୨ ମସିହାରେ ଭୟଙ୍କର ଧ୍ୱଂସର ଲୀଳା ସୃଷ୍ଟି ହେବ, ଯାହା ପରେ ଶାନ୍ତି ଫେରିବ। କିନ୍ତୁ ଶାନ୍ତି ଫେରିବା ପୂର୍ବରୁ ପୂରା ବିଶ୍ୱରେ ୭୨ ଘଣ୍ଟା ଅନ୍ଧକାର ଛାଇ ରହିବ। ପାହାଡ଼ଗୁଡ଼ିକ ଉପରେ ଭୀଷଣ ବରଫ ବୃଷ୍ଟି ହେବ ଏବଂ ଅନେକ ଦେଶରେ ଯୁଦ୍ଧକୁ ନେଇ ମଧ୍ୟ ନାଷ୍ଟ୍ରୋଡମସ୍‌ ଭବିଷ୍ୟବାଣୀ କରିଥିଲେ। ବିଶ୍ୱାସ କରାଯାଏ ଯେ ନାଷ୍ଟ୍ରୋଡମସ୍‌ଙ୍କ ଭବିଷ୍ୟବାଣୀ ମଧ୍ୟରୁ ଗୋଟିଏ ଥିଲା ରୁଷ-ୟୁକ୍ରେନ ଯୁଦ୍ଧ, ଯାହା ଏବେ ସତ ପ୍ରମାଣିତ ହୋଇଛି।

ଏତିକି ନୁହେଁ, ଏହି ବର୍ଷ ସମୁଦ୍ରରେ ଆଷ୍ଟ୍ରୋଏଡ୍‌ ପଡ଼ିବା ନେଇ ସେ ଭବିଷ୍ୟବାଣୀ କରିଥିଲେ। ତାଙ୍କ କହିବା ଥିଲା, ଆଷ୍ଟ୍ରୋଏଡ୍‌ ଯୋଗୁ ସମୁଦ୍ରରେ ଭୟଙ୍କର ଲହରୀ ଉଠିପାରେ ଏବଂ ପୃଥିବୀରେ ବଡ଼ ଧରଣର ପ୍ରଳୟ ହୋଇପାରେ। ଏହି କାରଣରୁ ଅନେକ ଦେଶ ବୁଡ଼ିଯିବାର ମଧ୍ୟ ଆଶଙ୍କା ରହିଛି। ତାଙ୍କ ଭବିଷ୍ୟବାଣୀ ଅନୁସାରେ, ଚଳିତ ବର୍ଷ ବନ୍ୟା ଏବଂ ବାତ୍ୟା ବ୍ୟତୀତ ଅନେକ ପ୍ରାକୃତିକ ବିପର୍ଯ୍ୟୟ ବି ଆସିପାରେ, ଯାହାକି ପୃଥିବୀ ପୃଷ୍ଠରେ ଧ୍ୱଂସର ତାଣ୍ଡବଲୀଳା ରଚି ପାରନ୍ତି। କହି ରଖୁଛୁ, ବର୍ତ୍ତମାନ ସମୟରେ ପାକିସ୍ତାନ ଭୀଷଣ ବନ୍ୟାରେ ପ୍ରଭାବିତ ହୋଇଛି ଏବଂ ଏଠାରେ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି।

ସେହିପରି ୨୦୨୨ରେ ଏକ ବିନାଶକାରୀ ପରମାଣୁ ବିସ୍ଫୋରଣ ନେଇ ବି ନାଷ୍ଟ୍ରୋଡମସ୍‌ ୫୦୦ ବର୍ଷ ପୂର୍ବେ ଭବିଷ୍ୟବାଣୀ କରିଥିଲେ, ଯଦ୍ଦ୍ଵାରା ଜଳବାୟୁ ପରିବର୍ତ୍ତନ ହୋଇପାରେ ଏବଂ ପୃଥିବୀର ପାଣିପାଗ ମଧ୍ୟ ବଦଳିପାରେ ବୋଲି ସେ ଉଲ୍ଲେଖ କରିଥିଲେ। ଏହା ବ୍ୟତୀତ ବିସ୍ଫୋରଣ କାରଣରୁ ଅନେକ ପ୍ରକାରର ପରିବର୍ତ୍ତନ ବି ଦେଖିବାକୁ ମିଳିପାରେ। ଏହାଛଡ଼ା ହିଟଲର ଶାସନ, ଦ୍ୱିତୀୟ ବିଶ୍ୱଯୁଦ୍ଧ, ୯/୧୧ ଆତଙ୍କବାଦୀ ଆକ୍ରମଣ ଏବଂ ଫ୍ରାନ୍ସ କ୍ରାନ୍ତିକୁ ନେଇ ନାଷ୍ଟ୍ରୋଡମସ୍‌ ଭବିଷ୍ୟବାଣୀ କରିଥିଲେ, ଯାହାକି ସତ ପ୍ରମାଣିତ ହୋଇଛି।

ନାଷ୍ଟ୍ରୋଡମସ୍‌ଙ୍କ ମୃତ୍ୟୁ ଆଜକୁ ପାଖାପାଖି ୪୫୦ ବର୍ଷ ପୂର୍ବେ ହୋଇଥିଲା। ସେ ନିଜ ଜୀବନରେ ୬,୩୩୮ ଭବିଷ୍ୟବାଣୀ କରିଛନ୍ତି। କୁହାଯାଉଛି ଯେ ସେଥି ମଧ୍ୟରୁ ୭୦ ପ୍ରତିଶତ ଭବିଷ୍ୟବାଣୀ ଏ ପର୍ଯ୍ୟନ୍ତ ପୂରା ହୋଇ ସାରିଛି। କହି ରଖୁଛୁ, ବର୍ଷ ୨୦୨୦ରେ କରୋନା ମହାମାରୀ ଆସିବା ନେଇ ମଧ୍ୟ ନାଷ୍ଟ୍ରୋଡମସ୍‌ ଭବିଷ୍ୟବାଣୀ କରିଥିଲେ। ନାଷ୍ଟ୍ରୋଡମସ୍‌ ଫ୍ରାନ୍ସର ଜଣେ ଜ୍ୟୋତିଷ ଥିଲେ, ଯାହାଙ୍କ ଜନ୍ମ ୧୬ଶ ଶତାବ୍ଦୀରେ ହୋଇଥିଲା।

Leave A Reply

Your email address will not be published.