ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଭବିଷ୍ୟତ କଣ, ନଷ୍ଟ୍ରାଡମସ୍‌ କଣ କହିଛନ୍ତି ଜାଣନ୍ତୁ

ଆମ ଭିତରେ ଅନେକ ଲୋକ ଜ୍ୟୋତିର୍ବିଦ୍ୟା ଓ ଭବିଷ୍ୟବାଣୀକୁ ଶୁଣିବା ପାଇଁ ଭଲ ପାଆନ୍ତି । ସେମାନେ ବିଶ୍ୱାସ କରନ୍ତୁ କି ନକରନ୍ତୁ ସକାଳେ ଖବର କାଗଜ ହେଉ ଅବା ସୋସିଆଲ ମିଡିଆ, ସେଥିରେ ବାହାରୁଥିବା ରାଶି ଫଳ ଉପରେ ଟିକେ ନଜର ପକାଇ ଦିଅନ୍ତି । ଯଦି କୌଣସି ଭବିଷ୍ୟବାଣୀ ସତ ହୋଇଯାଏ ତେବେ ସେହି ପତ୍ରିକାଟି ତାଙ୍କର ପ୍ରିୟ ପାଲଟି ଯାଏ । ଆଉ ଦୈନିକ ସେହି ପୃଷ୍ଠା ଓଲଟାଇବା ପାଇଁ ଆଗ୍ରହ ବଢ଼ିଯାଏ । ବିଶ୍ୱାସ ହେଉ ବା ନହେଉ କିନ୍ତୁ ଭବିଷ୍ୟବାଣୀ ଶୁଣିବା ଏବଂ ଜ୍ୟୋତିଷଙ୍କ କଥାକୁ ଗୁରୁତ୍ୱ ଦେବା ଆମ ଭିତରେ ଥିବା ଅନେକ ଲୋକଙ୍କର ଅଭ୍ୟାସ ରହିଛି । ସେଥିପାଇଁ ବର୍ଷ ଆରମ୍ଭ ହେଲେ ସମସ୍ତେ ନିଜ ରାଶି ସମ୍ପର୍କରେ ଭବିଷ୍ୟବାଣୀ ଜାଣିବାକୁ ଆଗ୍ରହୀ ଥାଆନ୍ତି । ତେଣୁ ଏସବୁ ଭିତରେ ପ୍ରତି ବର୍ଷ ଆମେ ମାଳିକା କଥା ହେଉ ଅବା ନଷ୍ଟ୍ରାଡମସ୍‌ କି ଭେଙ୍ଗାବାବାଙ୍କ ପୁରାତନ ଭବିଷ୍ୟବାଣୀ ଶୁଣିବାକୁ ଉତ୍ସୁକ ଥାନ୍ତି।

ଆଗରୁ ତ ଆମେ ଅନେକ ଥର ନଷ୍ଟ୍ରାଡମସ୍‌ଙ୍କ ଭବିଷ୍ୟବାଣୀ ବିଷୟରେ ଚର୍ଚ୍ଚା କରିଛନ୍ତି । ଆଉଥରେ ଏଇ ୨୦୨୨ ବର୍ଷ କଥା ଟିକେ ଆଲୋଚନା କରିବା । କାରଣ ବର୍ଷର ପ୍ରଥମ ପାଞ୍ଚ ମାସ ସରିବାକୁ ବସିଲାଣି । ତେଣେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଲମ୍ବି ଚାଲିଥିବା ବେଳେ ଦରଦାମ ବୃଦ୍ଧି, ପ୍ରାକୃତିକ ବିପର୍ଯ୍ୟୟ ଆଦି ଘଟି ଚାଲିଛି । ଦେଖିବା ଆଗକୁ କଣ ଅଛି ? ନଷ୍ଟ୍ରାଡମସ୍‌ଙ୍କ କଥା ସତ ହେଉଛି ନା ତାଙ୍କ ନାଁ ନେଇ ଆମକୁ କିଛି ଗୋଷ୍ଠୀ ଖାଲି ଡରାଇ ଚାଲିଛନ୍ତି ।

ଏହି ବର୍ଷ ଭବିଷ୍ୟବାଣୀ ରହିଛି କି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ହତ୍ୟା କରାଯିବ । ତାଙ୍କୁ ତାଙ୍କର ସହଯୋଗୀମାନେ ହିଁ ମାରି ଦେବେ । ଯଦିଓ ଅନ୍ୟ ଜଣେ ଭାରତୀୟ ଜ୍ୟୋତିର୍ବିଦଙ୍କ ଆକଳନ ହେଉଛି ପୁଟିନ୍‌ ୨୦୨୬ କିମ୍ବା ୨୦୨୭ରେ ମୃତ୍ୟୁବରଣ କରିବେ । ତାଙ୍କର ମୃତ୍ୟୁ ବିଦେଶରେ ହେବ ଏବଂ ଯକୃତ ଜନିତ ସମସ୍ୟାରେ ତାଙ୍କର ମୃତ୍ୟୁ ହେବ । ତେବେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ବିଶ୍ୱଯୁଦ୍ଧ ହେବ ନାହିଁ ବୋଲି ନଷ୍ଟ୍ରାଡମସ୍‌ ପୂର୍ବରୁ ସ୍ପଷ୍ଟ କରିଛନ୍ତି । ତେବେ ଭବିଷ୍ୟବାଣୀ ଅନୁଯାୟୀ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମାର୍ଚ୍ଚ ସୁଦ୍ଧା ସରିଯିବା କଥା । ହେଲେ ଏଯାଏ ସରି ନାହିଁ ।
ସେହିପରି ବିଶ୍ୱ ଅର୍ଥନୀତିରେ ରାଜ୍‌ କରୁଥିବା ଆମେରିକା ଡଲାରର ଅବସ୍ଥା ସାଂଘାତିକ ହେବ । ସୁନା, ରୁପା ଓ ବିଟ୍‌କଏନ୍‌ ବଡ଼ ଧନ ସମ୍ପତ୍ତି ଭାବେ ଧରାଯିବ । ୨୦୨୩ ସୁଦ୍ଧା ଉଭୟ ଆମେରିକା ଓ କାନାଡ଼ାରେ ଗୃହଯୁଦ୍ଧ ଆରମ୍ଭ ହୋଇଯିବ । ଏଠାରେ ଦକ୍ଷିଣପନ୍ଥୀମାନେ ରାଜ୍‌ କରିବେ ।

ବ୍ରିଟେନ୍‌ ରାଣୀ ଏଲିଜୋବେଥ୍‌ଙ୍କର ମୃତ୍ୟୁ ହେବ । ସେ ଗୁରୁତର ରୋଗରେ ପଡ଼ି ମୃତ୍ୟୁବରଣ କରିବେ । ତେବେ ତାଙ୍କ ସ୍ଥାନରେ ପ୍ରିନ୍ସ ଚର୍ଲସ ସମ୍ରାଟ୍‌ ହେବେ ନାହିଁ ରାଣୀଙ୍କ ପ୍ରିୟ ପୁତୁରା ପ୍ରିନ୍ସ ଓ୍ଵିଲିୟମ୍ସ ଗାଦିରେ ବସିବେ ।
ଏଇ ବର୍ଷ ଫ୍ରାନ୍ସରେ ବଡ଼ ଧରଣର ଏକ ଝଡ଼ବାତ୍ୟା ହେବ । ସେହିପରି ବିଶ୍ୱର ଅନେକ ସ୍ଥାନରେ ବନ୍ୟା, ବାତ୍ୟା ଓ ମରୁଡ଼ି ପରିସ୍ଥିତି ଦେଖା ଦେବ । ଆଉ ମଣିଷକୁ ଓ ମଣିଷ ପଣିଆକୁ ଅକ୍ତିଆର କରିବେ ରୋବଟ୍‌ ଓ କମ୍ପ୍ୟୁଟର ।
ଭୂମଧ୍ୟସାଗରରେ ଥିବା ମିନୋର୍କା ଦ୍ୱୀପରେ ଭୀଷଣ ବିସ୍ଫୋରଣ ହେବ । ଏହା କୌଣସି ପରମାଣୁ ବୋମା କିମ୍ବା ମିସାଇଲ ହୋଇ ପାରେ । ଏହି ବିସ୍ଫୋରଣ ପରିବେଶକୁ ପ୍ରଭାବିତ କରିବ ।
ଚଳିତ ବର୍ଷ ଡିସେମ୍ବର ମାସରେ ପୃଥିବୀରେ ଉଲକାପାତ ହେବ ଏବଂ ଧୂମକେତୁ ଦେଖାଦେବ । ବିରାଟ ପଥର ଭଳି ଜିନିଷ ସମୁଦ୍ରରେ ପଡ଼ିବ ଏବଂ ସମୁଦ୍ର ଜଳ ସୁନାମିର ରୂପ ନେଇ ଭୂଭାଗକୁ ମାଡ଼ି ଆସି ବିପୁଳ କ୍ଷତି କରାଇବ ।

ଚଳିତ ବର୍ଷ ହିଁ ଲଗାତର ୭୨ ଘଣ୍ଟା ବା ତିନି ଦିନ ପୃଥିବୀ ଅନ୍ଧାରରେ ବୁଡ଼ିଯିବ । ବହୁତ କିଛି କ୍ଷୟକ୍ଷତି ହେବ । ତେବେ ଏହା ପରେ ଶାନ୍ତି ବିରାଜମାନ କରିବ । ବିଶ୍ୱର ଅନେକ ଦେଶ ନିଶ୍ଚିହ୍ନ ହୋଇଯିବେ ଏବଂ ବିଶ୍ୱ ଜନସଂଖ୍ୟାର ଦୁଇ ତୃତୀୟାଂଶ ସଫା ହୋଇଯିବେ । ଏହା ଆଗାମୀ ବସନ୍ତ ଋତୁରେ ଘଟିବ ବୋଲି ନଷ୍ଟ୍ରାଡମସ୍‌ ତାଙ୍କ ଭବିଷ୍ୟବାଣୀରେ କୁହାଯାଇଛି । ଏହାପରେ ମଣିଷମାନଙ୍କର ଜୀବନଧାରା ସମ୍ପୂର୍ଣ୍ଣ ବଦଳି ଯିବ ।

ଇଏ ହେଉଛି ନଷ୍ଟ୍ରାଡମ୍‌ସଙ୍କ ଭବିଷ୍ୟବାଣୀ । ତେବେ କୁହାଯାଉଛି କି ତାଙ୍କ ଭବିଷ୍ୟବାଣୀ ଅନେକ ସମୟରେ ଭୁଲ ପ୍ରମାଣିତ ହୋଇଛି । ଅବଶ୍ୟ ଏହା ଉପରେ ଗବେଷଣା କରୁଥିବା ଲୋକେ କୁହନ୍ତି କି ନଷ୍ଟ୍ରାଡମସ୍‌ଙ୍କ ଭବିଷ୍ୟବାଣୀ ୫୦ ପ୍ରତିଶତ ସତ ହୋଇଛି । ତେବେ ୨୦୨୨ର ୫ ମାସ ତ ଗଲାଣି । ଏବେ ଦେଖିବା ବାକି ୭ ମାସରେ କଣ ହେଉଛି । ନଷ୍ଟ୍ରାଡମସ୍‌ଙ୍କ ଭବିଷ୍ୟତବାଣୀ କେତେ ସତ ହେଉଛି ।

 

Leave A Reply

Your email address will not be published.