ନାରୀ ତୁଝେ ସଲାମ୍: କେତେବେଳେ ସେ ପ୍ରେରଣାର ଉତ୍ସ ତ ଆଉ କେତେବେଳେ ଜୀବନ ବଞ୍ଚିବାର ରାହା

ଭୁବନେଶ୍ବର(କେନ୍ୟୁଜ୍): କିଏ କହେ ନାରୀ ଅବଳା ଦୁର୍ବଳା। ସୃଷ୍ଟିର ଆରମ୍ଭ ହିଁ ତ ନାରୀ ଠାରୁ। ସହନଶୀଳରତାର ସୁଶୀଳ ବାର୍ତ୍ତା ଦେଉଥିବା ନାରୀର ଥାଏ ଅନେକ ରୂପ । କେବେ ସେ ମା, କେବେ ଜାୟା, ଆଉ କେବେ ଭଗିନୀ ତ ଆଉ କେତେବେଳେ ଶକ୍ତିସ୍ୱରୂପିଣୀ । ପୁରୁଷଙ୍କ ସମକକ୍ଷ ନାରୀ ଆଜି ସମାଜରେ ସମ୍ମାନନୀୟ ଓ ଦୃଢ଼ ପ୍ରତିଷ୍ଠିତ ।

ଆଜିକା ସମୟରେ ମହିଳାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର ଆତ୍ମବିଶ୍ୱାସ । ଏସମାଜରେ ବଂଚିବା, ବଢିବାରେ ନାରୀର ଭୂମିକା ବେଶ ଗୁରୁତ୍ୱ ବହନ କରେ। ଅତ୍ୟାଚାର କି ଅସୁରକ୍ଷାର ଭୟରେ ଘର କୋଣରେ ଆଉ ପଡ଼ିରହୁନି ନାରୀ। କେତେବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟୁଛି ତ ଆଉ କେତେବେଳେ ସଚେତନତାର ବାର୍ତ୍ତା ବାଣ୍ଟୁଛି।

ତେବେ ଏମିତି ଜଣେ ନାରୀଙ୍କୁ ଦେଖିବାକୁ ପାଇଥିଲୁ ରାସ୍ତାରେ ଯିବାବେଳେ । ମହିଳା ଜଣଙ୍କ ନିଜ ଘରର ଚୂଲି ଜାଳିବା ପାଇଁ କିଛି କାଠ ଏକତ୍ରିତ କରି ଏକ ଫିତାରେ ବାନ୍ଧି ରଖିଥିଲେ। ଘରେ ପିଲା ଛୁଆ ସଂସାର ଛାଡି କାଠ ସଂଗ୍ରହ କରିବାକୁ ବାହାରି ଆସିଥିଲେ ମହିଳା ଜଣଙ୍କ। କାଠ ତକ ନେଲେ ଘରର ଚୂଲି ଜଳିବ। ଆଉ ଦିମୁଠା କଣ ରାନ୍ଧିଲେ ସମସେ୍ତେ ଖାଇବେ। ତେଣୁ ମୁଣ୍ଡରେ ଠେକା ବାନ୍ଧି କାଠ ବୋହି ନେବାକୁ ସେ ଠିଆ ହୋଇଥିଲେ। ହେଲେ ଅପେକ୍ଷା କରିଥିଲେ କେହି ଟିକେ କାଠ ତକ ତାଙ୍କ ମୁଣ୍ଡ ଉପରକୁ ଟିକେ ଦିଅନେ୍ତେ କି? ଜଣଙ୍କ ପରେ ଆଉ ଜଣେ ଦୁଇ ଜଣ ପୁରୁଷ ଆସି କାଠ ତକ ମହିଳାଙ୍କ ମୁଣ୍ଡ ଉପରକୁ ଟେକିବାକୁ ଚେଷ୍ଟା କଲେ। ତଥାପି ବହୁ କଷ୍ଟେ ମଷ୍ଟେ କାଠ ତକ ମହିଳାଙ୍କ ମୁଣ୍ଡ ଉପରେ ସେମାନେ ଲଦି ଦେଲେ। ଆଉ ମହିଳା ଜଣଙ୍କ ଧିରେ ଧିରେ ପାଦକୁ ସମ୍ଭାଳି ସମ୍ଭାଳି ଆଗକୁ ବଢିଚାଲିଲେ।

womanଥରେ ଭାବିଲେ ଯେଉଁ କାଠ ବିଡାକୁ ଦୁଇ ଜଣ ପୁରୁଷ ଟେକି ପାରୁନାହାନ୍ତି ସେଇଠି ଜଣେ ସ୍ତ୍ରୀ ଲୋକ ମୁଣ୍ଡ ଉପରେ କାଠ ବିଡା ରଖି ଏକୁଟିଆ ବୋହିବାରେ ସକ୍ଷମ ହେଉଛି । କଉ ପାଖ ହୋଇଥାନ୍ତା କି, ପ୍ରାୟ ତିନି ରୁ ଚାରି କିଲୋମିଟର ଦୂର ଏମିତି ବୋହି ବୋହି ଘରକୁ ନେଇ ଯାଇଥିଲେ ମହିଳା ଜଣଙ୍କ। ଏଇ ଦ୍ରୁଶ୍ଯକୁ କ୍ଯାମେରାରେ କଏଦ କରିଥିଲେ ଆମ ଭୁବନେଶ୍ବର ପ୍ରତିନିଧି ରାଜା। ଯାହାକୁ ଦେଖି ଆପଣ ବି କହିବେ ନାରୀ ତୁଝେ ସଲାମ୍।