ପର୍ଯ୍ୟଟକଙ୍କୁ ଏବେ ପାହାଡ ଠାରୁ ବେଶୀ ପସନ୍ଦ ସମୁଦ୍ର

ବର୍ତ୍ତମାନ ସମସ୍ତେ ଚାହାନ୍ତି ନିଜ ବ୍ୟସ୍ତ ସ୍କେଡ୍ୟୁଲରୁ ସମୟ ବାହାର କରି ଘର ବାହାରେ ଟିକେ ସମୟ ବିତାଇବା । କିନ୍ତୁ ଅନେକଙ୍କୁ ଜଣାନାହିଁ କି ସେମାନେ କେଉଁଠାକୁ ଯିବେ ବା ଯିବା ଉଚିତ । କିନ୍ତୁ କହିରଖୁଛୁ ଏହି ଖରା ଋତୁରେ ଏବେ କିଛି ସ୍ଥାନ ଲୋକଙ୍କ ମେନ ଡେଷ୍ଟିନେସନ ଭାବରେ ଉଭା ହୋଇଛି । ଲୋକେ ବୁଲିବାକୁ ବେଶୀ ଏହି ସ୍ଥାନଗୁଡିକୁ ପସନ୍ଦ କରୁଛନ୍ତି । ଜାଣିବା କଣ ସେହି ସ୍ଥାନ ସବୁ ।

ଚଳିତ ବର୍ଷ ଖରା ସିଜିନର ଛୁଟିରେ ପରିବାର ସହ ବୁଲିବା ପାଇଁ ଗୋଆ, ନେନୈତାଲ, ଋଷିକେଶ, ଗ୍ୟାଙ୍ଗଟକ ଓ ମାଉଣ୍ଟଆବୁ ଏବେ ଟପ ଫାଇଭ ଫେବରେଟ ଡେଷ୍ଟିନେସନ ଭାବରେ ସାମନାକୁ ଆସିଛି । ଗୁଡ ହସ୍ପିଟାଲିଟି ଦେଉଥିବା କମ୍ପାନୀ ଓୟୋର ଏକ ସର୍ଭେରେ ଏହି ଦାବି କରାଯାଇଛି । ଏହି ସର୍ଭିସ ଗ୍ରୀଷ୍ମକାଳୀନ ଅବକାଶ ସ୍ଥଳ ସୂଚକାଙ୍କ ପାରିବାରିକ ସଂସ୍କରଣ ୨୦୨୨ନାମରେ କରାଯାଇଛି । ଜୁନ ପ୍ରଥମ ଦୁଇ ସପ୍ତାହର ସର୍ବେକ୍ଷଣରେ ପାଖାପାଖି ୨୦୦୦ ଲୋକଙ୍କ ରାୟ ନିଆଯାଇଥିଲା । ଏଥିରେ ସବୁଠୁ ଅଧିକ ଲୋକେ କହିଥିଲେ କି ପିଲାମାନଙ୍କ ସହ ମନପସନ୍ଦର ବୁଲିବା ସ୍ଥାନ ହେଉଛି ଗୋଆ ।

ଏହି ସର୍ଭେରେ ୮୫ପ୍ରତିଶତ ଅଭିଭାବକମାନେ କହିଥିଲେ କି ସେମାନଙ୍କୁ କାମ କରିବାକୁ ଓ ପିଲାଙ୍କୁ ବ୍ୟସ୍ତ ରଖିବାକୁ ମୁସ୍କିଲ ହେଉଛି । ଯେଉଁଥି ପାଇଁ ସେମାନେ ପରିବାର ସହ ବୁଲିବା ପାଇଁ ଯୋଜନା ବନାଇଛନ୍ତି । ଏହି ସର୍ଭେ ହିସାବରେ ଭାରତରେ ୬୫ପ୍ରତିଶତରୁ ଅଧିକ ଅବିଭାବକ ଏହି ଗରମରେ ନିଜ ପିଲାଙ୍କ ସହ ବୁଲିବାର ପ୍ଲାନ କରିଥାନ୍ତି ବା ଇଚ୍ଛା ରଖିଥାନ୍ତି ।

ଟପ ଫାଇଭ ଡେଷ୍ଟିନେସନ ମଧ୍ୟରେ ଗୋଆ, ନୈନିତାଲ, ଋଷିକେଶ, ଗ୍ୟାଙ୍ଗଟକ ଓ ମାଉଣ୍ଟଆବୁ ସାମିଲ ରହିଛି । ଗୋଆ ଦୃଷ୍ଟିକୋଣରୁ ଏହା ପ୍ରମାଣିତ ହେଉଛି କି ପାହାଡ ଠାରୁ ବେଶୀ ସମୁଦ୍ରକୁ ଲୋକେ ପସନ୍ଦ କରୁଛନ୍ତି । ଏହା ଛଡା ଅନ୍ୟ ଫେବରେଟ ଡେଷ୍ଟିନେସନ ମଧ୍ୟରେ ପୁଡୁଚେରୀ, ମୈକ୍ଲିଡଙ୍ଗଜ, ମହାବଲେଶ୍ୱର ଭଳି ସ୍ଥାନ ।

ଓୟୋର ସିନିୟର ଭାଇସ ପ୍ରେସିଡେଣ୍ଟ ଓ ମୁଖ୍ୟ ସେବା ଅଧିକାରୀଙ୍କ କହିବା ଅନୁସାରେ ଫ୍ୟାମିଲି ଟ୍ରିପରେ ଆସୁଥିବା ପର୍ଯ୍ୟଟକ ବେଶୀ ପାହାଡ ବା ହିଲି ସ୍ଥାନକୁ ନଯାଇ ବିଶେଷ ଭାବେ ସମୁଦ୍ର ଥିବା ସ୍ଥାନ, ସ୍ୱିମିଙ୍ଗପୁଲ, ପିଲାଙ୍କ ଖେଳ ସ୍ଥାନ ଓ ରୁମରେ ବଡ ଟେଲିଭିଜନକୁ ପସନ୍ଦ କରୁଛନ୍ତି ।

ବସ୍ତାପ୍ୟାକ ଏଡଭେ଼ଚରର ଫାଉଣ୍ଡର କହିଛନ୍ତି କି ଋଷିକେଶରେ ଭିଡ ବହୁତ ହି ବଢିବାରେ ଲାଗିଛି । ଖାସ କରି ସହରରେ । ଏମିତିରେ ଲୋକେ ସହରରୁ କିଛି ଦୂର ମୋହନଚଟ୍ଟୀ ପଥରେ ଅଗ୍ରସର ହେଉଛନ୍ତି । ଯାହା ଫଳରେ ଭିଡରୁ କିଛିଟା ବଞ୍ଚିପାରିବେ ପର୍ଯ୍ୟଟକ । ଏଭଳି ସ୍ଥାନରେ କେମ୍ପିଙ୍ଗ, ରାଫ୍ଟିଙ୍ଗ ଭଳି ଅପସନ୍ସ ଆଭେଲେବଲ ରହିଛି । ବିଶେଷକରି ସେ ଆହୁରି ବି କହିଛନ୍ତି କି ପାହାଡ ମଧ୍ୟରେ ହୋମ ଷ୍ଟେକୁ ମଧ୍ୟ ବେଶୀ ପସନ୍ଦ କରାଯାଉଛି ।

Leave A Reply

Your email address will not be published.