ଏବେ ଖାଲି ଗରମରେ ଥଣ୍ଡା ନୁହେଁ ଥଣ୍ଡାରେ ବି ଗରମ ଅନୁଭବ ଦେବ ଆପଣଙ୍କୁ ଏସି ଡ୍ରେସ 

ଦିନକୁ ଦିନ କିଛି କିଛି ନୂଆ ପ୍ରଡକ୍ଟ ସାନନାକୁ ଆସୁଛି । ଆଉ ଏସବୁ କେବଳ ବିଜ୍ଞାନର ଅଗ୍ରଗତି ଦ୍ୱାରା ସମ୍ଭବ ହୋଇପାରୁଛି । ଏହି ବିଜ୍ଞାନ ବଳରେ ଆଜି ମଣିଷକୁ କୌଣସି ପ୍ରକାର କଷ୍ଟ କରିବାକୁ ପଡୁନି । ବିଳାସମୟ ଜୀବନ ଯାପନ ସହ ସମସ୍ତ କାର୍ଯ୍ୟ ତାର ଚୁଟକିରେ ସମାପ୍ତ ହେଉଛି । ଆପଣଙ୍କ କାନରେ ଏକଥା ନିଶ୍ଚୟ କେତେବେଳେ ବାଜିଥିବ ଆରେ ଯଦି ଏତେ ଗରମ ହେଉଛି ତେବେ ଏସି ପଛରେ ଲଗେଇ ବୁଲୁନୁ । ଆଉ ଏକଥା ଅନେକଙ୍କୁ ହସ ଲାଗିଥାଏ । କିନ୍ତୁ କଣ ଆପଣ ଜାଣନ୍ତି ଏକଥା ଏବେ ସତ ହେବାକୁ ଯାଉଛି । ମାନେ ଏବେ ସତରେ ଆପଣ ଏସି ସହ ବାଟ ଚାଲିବେ । କେମିତି ଜାଣନ୍ତୁ ।

ବର୍ଷ ୨୦୨୦ରେ ସୋନି ତାର ଏକ ବେଷ୍ଟ ପ୍ରଡକ୍ଟ ଲଞ୍ଚ କରିଥିଲା । ଟୋକ୍ୟୋ ଅଲମ୍ପିକ୍ସରେ ଏସିର ଶର୍ଟ ଲଞ୍ଚ କରିଥିଲା ସୋନି । ଏବେ ଏହି ଶର୍ଟ ସାଧାରଣ ଲୋକଙ୍କ ପାଇଁ ବିକ୍ରି କରିବାକୁ ଉପଲବ୍ଧ । ଏହି ଶର୍ଟରେ ଏକ ଛୋଟ ଡିଭାଇସ ଲଗାଯାଇଛି । ଯାହା କେବଳ ଆପଣଙ୍କ ବଡି ଟେମ୍ପରେଚରକୁ ଟ୍ରାକ କରିଥାଏ ତାହା ନୁହେଁ ବରଂ ଏହା ପାଗ ହିସାବରେ ଥଣ୍ଡା ଓ ଗରମର ଅନୁଭବ ଦେଇଥାଏ । ଏହି ଡିଭାଇସକୁ ଆପଣ ନିଜ ହିସାବରେ ସ୍ମାର୍ଟଫୋନ ଆପ୍ସରେ କଣ୍ଟ୍ରୋଲ କରିପାରିବେ । ଏହି ଶର୍ଟକୁ ପିନ୍ଧି ନା କେବଳ ଗରମ ସମୟରେ ଥଣ୍ଡାର ଅନୁଭବ ହେବ ତାହା ନୁହେଁ ଏହା ଗରମ ସମୟରେ ବି ଥଣ୍ଡାର ଅନୁଭବ ପ୍ରଦାନ କରିବ । କିନ୍ତୁ ପ୍ରଶ୍ନ ଉଠୁକି କି କିଭଳି ଏହି ଡିଭାଇସ ଆପଣଙ୍କ ଶରୀରର ଟେମ୍ପରେଚରକୁ ମେଣ୍ଟେନ କରେ ।

୨୦୨୦ରେ ଟୋକିଓ ଅଲମ୍ପିକ୍ସ ସମୟରେ ସୋନି ପର୍ସନାଲ ବିୟରଏବଲ ଏୟର କଣ୍ଡିସନର ଲଞ୍ଚ କରିଥିଲେ । ରେଓନ ପକେଟ ନାମର ଏହି ଡିଭାଇସର ସାଇଜ ପ୍ରକୃତରେ ବ୍ୟାକବେରୀ ସ୍ମାର୍ଟଫୋନର ସାଇଜ ଭଳି ଓ ଦେଖିବାକୁ ଆପଲର ମ୍ୟାଜିକ ମାଉସ ଭଳି । ଏହା ଦ୍ୱାରା ଆପଣ ଗରମ ଦିନରେ ଶରୀରକୁ ୨୩଼ଡିଗ୍ରୀ ଫ୍ୟାରେନାଇଟ ଯାଏଁ ଥଣ୍ଡା କରିପାରେ । ଓ ଥଣ୍ଡା ଦିନରେ ଆପଣଙ୍କ ଶରୀରର ତାପମାତ୍ରାକୁ ଅଧିକରୁ ଅଧିକ ୧୪ଡିଗ୍ରୀ ଫ୍ୟାରେନାଇଟ ଯାଏଁ ଗରମ କରିପାରେ ।

ଏହି ଡିଭାଇସ ଆପଣଙ୍କ ଟିସାର୍ଟର ପଛପଟେ ଲାଗିଥିବା ଟିସାର୍ଟରେ ରହିଥାଏ । ଏହା ଆପଣଙ୍କ କାନ୍ଧର ବ୍ଲେଡସର ମଝିରେ ରହିଥାଏ । ସୋନି ଏହି ଡିଜାଇନ ସାର୍ଟକୁ ରେଓନ ପକେଟକୁ ୨୦ଡଲାରରେ ବିକୁଛି । ଏହି ଡିଭାଇସକୁ ସର୍ଟ ଅଥବା ଟିସାର୍ଟ ସହ ପିନ୍ଧିବା ପୂର୍ବରୁ ଆପଣଙ୍କୁ ନିଜ ଫୋନରେ ଆପ୍ସ ସହ କନେକ୍ଟ କରିବାକୁ ପଡ଼ିବ । ଆଫଣ ଏହି ରେଓନ ପକେଟ ଏପକୁ ଗୁଗୁଲ ପ୍ଲେ ମାର୍କେଟ ଓ ଏପ ଶ୍ଟାରରେ ଡାଉନଲୋଡ କରିପାରିବେ । ଆପଣଙ୍କ ସର୍ଟ ମଧ୍ୟରେ ଥିବା ଏହି ଡିଭାଇସକୁ ଆପଣ ଫୋନର ଆପରୁ କଣ୍ଟ୍ରୋଲ କରିପାରିବେ । ଆପଣ ଏହା ଦ୍ୱାରା ଥଣ୍ଡା ଓ ଗରମ ଦୁଇଟି ଅନୁଭବ କରିପାରିବେ ।

ରେଓନ ପକେଟ ଡିଭାଇସ ଆପଣଙ୍କ ସ୍କିନ ସହ ଯୋଡି ରହି ଆପଣଙ୍କୁ ଥଣ୍ଡା ରଖିଥାଏ । ପେଲ୍ଟିୟର ଇଫେକ୍ଟ ଉପରେ କାମ କରୁଥିବା ଏହି ସ୍ମଲ ଏୟରକଣ୍ଡିସନର ଛୋଟ ସେନସର ଦ୍ୱାରା ଶରୀରର ତାପମାତ୍ରାକୁ ମାପିଥାଏ । ଏହା ଦୁଇଟି ଓଯାର ଲିଗେସ ସହ ଯୋଡି ହୋଇରହିଛି । ଯାହା ଡିଭାଇସରେ ଏକ ଜଙ୍କସନରେ ମିଶିଥାନ୍ତି । ଏହାଦ୍ୱାରା ହିଁ ମଣିଷର ତାମପାତ୍ରାର ଅନ୍ଦାଜା ଲଗାଯାଇଥାଏ । ଯେବେ ଶରୀରର ତାପମାତ୍ରାରେ ପରିବର୍ତ୍ତନ ଆସିଥାଏ ତେବେ ଭୋଲ୍ଟେଜ କ୍ରିଏଟ ହୋଇଥାଏ । ଏହା ଦ୍ୱାରା ଥର୍ମୋକପଲ ତାପମାତ୍ରା ସେଟ କରିଥାଏ ।

ଏହା ପରେ ଇଲେକ୍ଟ୍ରିକ କରେଣ୍ଟ ଥର୍ମୋକପଲ ଦ୍ୱାରା ସର୍କିଟରେ ପାଖରେ ରହିଥାଏ । ଯେମିତି ହିଁ କରେଣ୍ଟ ଥର୍ମୋକପଲ ପାଥ ଦେଇ ଯାଇଥାଏ ଜଙ୍କସନର ଗୋଟେ ପଟେ ଗରମ ସୃଷ୍ଟି ହୋଇଥାଏ । ଏବଂ ଅପୋଜିଟ ସାଇଡରେ ଅବଶୋଷିତ ହୋଇଥାଏ । ଗରମ ଅବା ଥଣ୍ଡା କରିବା ପାଇଁ ପକେଟକୁ ଏହି ଡିଭାଇସ ଦ୍ୱାରା କେବଳ ତାପମାତ୍ରା ମାପିବାର ଦରକାର ହୋଇଥାଏ । ଏହାପରେ ଡିଭାଇସ ତାପମତ୍ରାର ଅନ୍ଦାଜା ଲଗାଇଥାଏ ତ ତାହା ଗରମ ଅବା ଥଣ୍ଡା କରିବାର ପ୍ରକ୍ରିୟା ଆରମ୍ଭ କରିଥାଏ । ଏହି ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ଏଥିରେ ଏକ ପଙ୍ଖା ଲଗାଯାଇଛି । ଷ୍ଟେନଲେସ ଷ୍ଟିଲରେ ତିଆରି ଏହି ଡିଭାଇସ ଝାଳ ଓ ଡିପ ପ୍ରିଫ ଅଟେ ।

ଏହି ଡିଭାଇସକୁ ଚଲାଇବା ପାଇଁ ସୋନି ଏଥିରେ ଲିଥିୟମ ବ୍ୟାଟେରୀର ବ୍ୟବହାର କରିଛି । ଥରକରେ ଏହି ଡିଭାଇସ ୨ରୁ ୪ଘଣ୍ଟା ଯାଏଁ କାମ କରିଥାଏ । ଯଦିଓ ଏହାର ବ୍ୟାଟେରୀ ବ୍ୟାକଅପ ଏହା ଉପରେ ବି ନିର୍ଭର କରେ କି ଏହାକୁ ବ୍ୟବହାର ଆପଣ କେମିତି କରୁଛନ୍ତି । ସୁ ଟାଇପ ୟୁଏସବି ପୋର୍ଟ ସହ ଫୁଲ ଚାର୍ଜ ହେବାକୁ ଏହି ଡିଭାଇସକୁ କେବଳ ୨.୫ଘଣ୍ଟାର ସମୟ ଲାଗିଥାଏ ।

ଜାପାନରେ ଲଞ୍ଚ ହୋଇଥିବା ଏହି ଡିଭାଇସର କଥା ଯଦି କହିବା ତେବେ ଭାରତ ହିସାବରେ ଏହାର ଭ୍ୟାଲ୍ୟୁ ୧୦ହଜାର ଟଙ୍କାରୁ ଟିକେ ଅଧିକ ଅଟେ । ପ୍ରଥମେ କମ୍ପାନୀ ଏହି ଡିଭାଇସକୁ ଟୋକ୍ୟୋ ଅଲମ୍ପିକ୍ସ ହିସାବରେ ଲଞ୍ଚ କରଥିଲା । ଏବେ ଏହି ଡିଭାଇସ ବଜାରରେ ମଧ୍ୟ ଉପଲବ୍ଧ । ଏହାକୁ ଅନଲାଇନ ମଧ୍ୟ କିଣାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.