ଏବେ ସହଜରେ ଜାଣିପାରିବ କେତେ ଦିନ ପର୍ଯ୍ୟନ୍ତ ବଞ୍ଚିବେ ଆପଣ, ପଢ଼ନ୍ତୁ ପୂରା ରିପୋର୍ଟ

ଆଜିକାଲି ସୋସିଆଲ ନେଟୱାର୍କିଙ୍ଗ ସାଇଟ୍ସରେ ଏମିତି ଅନେକ ଆପର ପ୍ରଚଳନ କରାଯାଉଛି, ଯେଉଁଥିରେ ଆପଣଙ୍କ ମୃତ୍ୟୁର ତାରିଖ ସହିତ ଆପଣ କେତେ ଦିନ ବଞ୍ଚିବେ ଏହାର ପୂର୍ବାନୁମାନ ଲଗାଯାଇପାରିବ ଏବଂ ସାଧାରଣତଃ ଲୋକମାନଙ୍କୁ ଏଥିରେ ଆଗ୍ରହ ମଧ୍ୟ ରହୁଛି। ଏହାସହିତ ବୈଜ୍ଞାନିକ ମାନେ ଏକ ଅନୁସନ୍ଧାନ କରିଛନ୍ତି।

ରିସର୍ଚ୍ଚ ଅନୁଯାୟୀ, ଡିଏନଏର ବିଶ୍ଳେଶଣ କରିବା ଦ୍ବାରା ଏହା ଅନୁମାନ ଲଗା ଯାଇପାରିବ ଯେ କେଉଁ ବ୍ୟକ୍ତି କେତେ ଦିନ ବଞ୍ଚିବେ କିମ୍ବା କେତେ ଦିନ ଭିତରେ ମୃତ୍ୟୁବରଣ କରିବେ। ବ୍ରିଟେନର ଏଡିନବର୍ଗ ବିଶ୍ବିବଦ୍ୟାଳୟର ରିସର୍ଚ୍ଚରମାନେ ଜୀବନକାଳକୁ ପ୍ରଭାବିତ କରୁଥିବା ଆନୁବଂଶିକ ପରିବର୍ତ୍ତନର ସଂଯୁକ୍ତ ଅଶରର ଅଧ୍ୟୟନ କରି ଏକ ସ୍କୋରିଙ୍ଗ ସିଷ୍ଟମ ବିକସିତ କରିଛନ୍ତି। ଏହା ଏକ ପତ୍ରିକାରେ ପ୍ରକାଶିତ ହୋଇଥିଲା।

birthଏଡିନବର୍ଗ ବିଶ୍ବବିଦ୍ୟାଳୟରେ ଅଶର ଇନଷ୍ଟିଚ୍ୟୁଟର ପିଟର ଯୋଶୀ ସ୍କୋରିଙ୍ଗ୍ ସିଷ୍ଟମ ଅଧାରରେ କହିଲେ,‘ଯଦି ଜନ୍ମ ସମୟରେ ବା ପରେ ୧୦୦ ଲୋକଙ୍କୁ ଚୟନ କରି ଆପଣ ଜୀବନକାଳ ସ୍କୋରର ବ୍ୟବହାର କରି ସେମାନଙ୍କୁ ୧୦ ସମୂହରେ ବାଣ୍ଟିଦିଆଯାଉଛି ତେବେ ସବୁଠାରୁ ନିମ୍ନରେ ଥିବା ସମୂହ ହିସାବରେ ଶୀର୍ଷରେ ଥିବା ସମୂହର ଲୋକଙ୍କର ଜୀବନ ପାଞ୍ଚ ବର୍ଷ ଅଧିକ ହେଉଛି।’’ ବିଶେଷଜ୍ଞମାନେ ପାଞ୍ଚ ଲକ୍ଷରୁ ଅଧିକ ଲୋକଙ୍କର ଆନୁବଂଶିକ ଡାଟା ସହିତ ତାଙ୍କ ମାତା-ପିତାଙ୍କ ଜୀବନ ଅବଦ୍ଧୀର ରେକର୍ଡକୁ ମଧ୍ୟ ଅଧ୍ୟୟନ କରିଛନ୍ତି।