ସୋସିଆଲ ମିଡିଆରେ କେଉଁ ପ୍ଲାଟଫର୍ମ କେତେ ନମ୍ବରରେ, ଜାଣନ୍ତୁ

ବର୍ତ୍ତମାନ ଆମେ ସୋସିଆଲ ମିଡିଆ ଜମାନାରେ ବଞ୍ଚୁଛେ । ଆଉ ସୋସିଆଲ ମିଡିଆର ଏବେ କେତେ ପ୍ଲାଟଫର୍ମ ରହିଛି ତାହା ବି ଜାଣିଛେ । ବିଶେଷକରି ଯଦି ଦେଖିବା ଫେସବୁକ, ହ୍ଵାଟ୍ସଆପ, ଇନଷ୍ଟାଗ୍ରାମ, ଟ୍ଵିଟର ଆଦି କେତେ କଣ । ଏଥିରୁ କେଉଁଟା ତ ଆପଣଙ୍କ ପସନ୍ଦର ଥିବ । କିନ୍ତୁ ବୟସ ଓ ଜେଣ୍ଡର ଦୃଷ୍ଟିକୋଣରୁ ପସନ୍ଦ ଭିନ୍ନ ଭିନ୍ନ ରହୁଥାଇପାରେ । କିନ୍ତୁ ପ୍ରକୃତରେ ଏହି ପରିସଂଖ୍ୟନ କଣ ତାହା ଆମେ ଆପଣଙକ୍‌ୁ କହିବୁ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରେ ହ୍ବାଟସଆପକୁ ଯଦି ଦେଖିବା ତେବେ ଏହାକୁ ପସନ୍ଦ କରୁଥିବା ୨୦ପ୍ରତିଶତରୁ ଅଦିକ ମହିଳା କେବଳ ୫୫ ବର୍ଷ ବସୟରୁ ୬୪ମଧ୍ୟରେ ଅଟନ୍ତି । ସେହିଠାରେ ଇନଷ୍ଟାଗ୍ରାମ ପସନ୍ଦ କରୁଥିବା ମଧ୍ୟରେ ସବୁଠୁ ବେଶୀ ୧୬ରୁ ୨୪ବର୍ଷର ମହିଳା ଅଟନ୍ତି । ଅର୍ଥାତ ଏତିରେ ମହିଳାଙ୍କ ସଂଖ୍ୟା ଭାରି ରହିଛି । ପୁରୁଷଙ୍କ ମଧ୍ୟରେ ଏହି ସଂଖ୍ୟା ପାଖାପାଖି ୨୩ ପ୍ରତିଶତ । ତେବେ ହ୍ଵାଟ୍ସଆପ ଓ ଇନଷ୍ଟାଗ୍ରାମ ପରେ ଏବେ ଜାଣିବା ଫେସବୁକକୁ ନେଇ । ଫେସବୁକର ଡିମାଣ୍ଡ ଏବେ ତିନି ନମ୍ବରରେ ରହିଛି । ଏହାପରେ ରହିଛି ଟ୍ଵିଟର, ଟେଲିଗ୍ରାମ ଆଦି ।

ପ୍ରଥମେ ଆସିବା ହ୍ଵାଟସଆପର ପରିସଂଖ୍ୟାନକୁ ନେଇ । ବୟସ ୧୬ରୁ ୨୪ମଧ୍ୟରେ ମହିଳା ୧୨ପ୍ରତିଶତ ଓ ପୁରୁଷ ୧୪.୫ପ୍ରତିଶତ । ବୟସ ୨୫ରୁ ୩୪ମଧ୍ୟରେ ମହିଳା ରହିଛନ୍ତି ୧୪ପ୍ରତିଶତ ଓ ପୁରୁଷ ୧୫.୭ପ୍ରତିଶତ । ବୟସ ୩୫ରୁ ୪୪ମଧ୍ୟରେ ମହିଳାଙ୍କ ସଂଖ୍ୟା ୧୫.୧ ପ୍ରତିଶତ ଓ ପୁରୁଷଙ୍କ ସଂଖ୍ୟା ୧୬.୯ପ୍ରତିଶତ । ବୟସ ୪୫ରୁ ୫୪ମଧ୍ୟରେ ମହିଳା ୧୭.୨ପ୍ରତିଶତ ଓପୁରୁଷ ୧୯.୩ ପ୍ରତିଶତ । ଏବଂ ସବୁଠୁ ଅଧିକ ୫୫ରୁ ୬୪ମଧ୍ୟରେ ମହିଳା ୨୦.୪ ପ୍ରତିଶତ ଓ ପୁରୁଷଙ୍କ ସଂଖ୍ୟା ୧୯.୬ପ୍ରତିଶତ ।

ସେହିପରି ଇନଷ୍ଟାଗ୍ରାମ କଥା ଯଦି କହିବା ସମାନ ବୟସ କ୍ରମରେ ମହିଳା ଯଥାକ୍ରମେ ୨୫.୬, ୧୭.୮, ୧୨.୭, ୯.୯ ଓ ୬.୯ ପ୍ରତିଶତ ରହିଛି ଓ ପୁରୁଷ ୨୨.୮, ୧୩.୮, ୮.୭, ୬.୩ ଓ ୪.୨ ପ୍ରତିଶତ ରହିଛନ୍ତି ।

ଯାହା କେବେ ନମ୍ବର ୱାନ ଅର୍ଥାତ ପ୍ରଥମରେ ରହିଆସୁଥିଲା ତାହାକୁ ଏବେ ଲୋକେ ତୃତୀୟ ସ୍ଥାନରେ ରଖିଛନ୍ତି । ୧୬ରୁ ୨୪ ବୟସ ହିସାବରେ ମହିଳା ୭.୩ ଓ ପୁରୁଷ ୧୧.୧ ପ୍ରତିଶତ ରହିଛନ୍ତି । ସେହିଭଳି ୨୫ରୁ ୩୪ ବର୍ଷ ହିସାବରେ ମହିଳା ୧୩ପ୍ରତିଶତ ଓ ପୁରୁଷ ୧୫.୯ପ୍ରତିଶତ । ୩୫ରୁ ୪୪ବର୍ଷ ମଧ୍ୟରେ ମହିଳା ୧୫.୭ପ୍ରତିଶତ ସେହିପରି ପୁରୁଷ ୧୭.୭ପ୍ରତିଶତ । ୪୫ରୁ ୫୪ମଧ୍ୟରେ ମହିଳା ୧୮ ଓ ପୁରୁଷ ୧୭.୯ପ୍ରତିଶତ । ପରିଶେଷରେ ୫୫ରୁ ୬୪ ବର୍ଷ ମଧ୍ୟରେ ମହିଳା ୧୯.୨ ପ୍ରତିଶତ ଓ ପୁରୁଷଙ୍କ ସଂଖ୍ୟା ୧୮.୯ ପ୍ରତିଶତ ।

ଅତି କମ ସମୟ ମଧ୍ୟରେ ଟ୍ଵିଟର ନିଜର ସ୍ଥାନ ବନାଇସାରିଛି । ଟ୍ଵିଟର କଥା ଯଦି କହିବା ଏହାକୁ କେତେ ଲୋକେ ପସନ୍ଦ କରନ୍ତି ତାର ସଂଖ୍ୟା ହିସାବରେ ୧୬ରୁ ୨୪ବର୍ଷ ମଧ୍ୟରେ ମହିଳା ୪.୮ପ୍ରତିଶତ ପୁରୁଷ ୩.୭ପ୍ରତିଶତ । ୨୫ରୁ ୩୪ବର୍ଷ ମଧ୍ୟରେ ମହିଳାଙ୍କ ସଂଖ୍ୟା ରହିଛି ୨.୬ପ୍ରତିଶତ ପୁରୁଷଙ୍କ ସଂଖ୍ୟା ୩.୬ ପ୍ରତିଶତ । ଅନ୍ୟପଟେ ୩୫ରୁ ୪୪ବର୍ଷ ମଧ୍ୟରେ ୨.୩ପ୍ରତିଶତ ଓ ପୁରୁଷଙ୍କ ସଂଖ୍ୟା ୩.୪ପ୍ରତିଶତ । ସେମିତି ୪୫ରୁ ୫୪ ମଧ୍ୟରେ ମହିଳା ୨.୧ପ୍ରତିଶତ ଓ ପରୁଷ ୩.୫ପ୍ରତିଶତ । ସେହିପରି ୫୫ରୁ ୬୪ ମଧ୍ୟରେ ୧.୯ପ୍ରତିଶତ ଓ ପୁରୁଷଙ୍କ ସଂଖ୍ୟା କହିଛି ୩.୧ପ୍ରତିଶତ । ସେହିଭଳି ଭାବରେ ଟେଲିଗ୍ରାମ ଓ ଟିକଟକ ୟୁଜରଙ୍କ ସଂଖ୍ୟା ମଧ୍ୟ ସାମନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.