ପେଟ୍ରୋଲ, ଡିଜେଲକୁ ବାଏ ବାଏ, ଏବେ Whiskyରେ ଚାଲିବ ଆପଣଙ୍କ କାର !

ଏହି ମହଙ୍ଗା ମାଡ଼ ଦୁନିଆରେ ଏକ ଭଲ ଖବର ସାମ୍ନାକୁ ଆସିଛି। ଏବେ ପେଟ୍ରୋଲ, ଡିଜେଲ ନୁହେଁ, ବରଂ Whisky ରେ ଆପଣଙ୍କ କାର ଚାଲିବ। କଥା ଟା ଆଶ୍ଚର୍ଯ୍ୟ ଲାଗୁଛି ନା ! ବାସ୍ତବରେ ମିଡିଆ ରିପୋର୍ଟ ଅନୁସାରେ, ସ୍କଟଲାଣ୍ଡର ବୈଜ୍ଞାନିକମାନେ ଏମିତି ଏକ ସନ୍ଧାନ ବାହାର କରିଛନ୍ତି, ଯେଉଁଥିରେ ଆପଣଙ୍କ କାର Whisky ର କିଛି ଅବଶେଷରେ ମଧ୍ୟ ଚାଲିପାରିବ। ଏହି ଅବଶେଷକୁ ଇନ୍ଧନ ରୂପେ ଆରାମରେ ପ୍ରୟୋଗ କରାଯାଇପାରିବ।

rt

ଖବର ରହିଛି କି, କମ୍ପାନୀକୁ ଏହି ମିଶନ ପାଇଁ ୧୧ ମିଲିୟନ ୟୁରୋର ଫଣ୍ଡ ପୁରସ୍କାର ରୂପରେ ମିଳିଛି। କେବଳ ଏତିକି ନୁହେଁ, Whisky ରୁ ତିଆରି ହେବାକୁ ଯାଉଥିବା ଇନ୍ଧନର ଖାସ କଥା ହେଉଛି, ଏହାଦ୍ୱାରା ହାନିକାରକ ଗ୍ୟାସ ବାତାବରଣରୁ ମୁକ୍ତି ମିଳିପାରିବ। ତେଣୁ ଏବେ Whisky ଉତ୍ପାଦନ କରୁଥିବା ଦେଶ ଅଧିକ ମାତ୍ରାରେ ଅବଶେଷ ବଞ୍ଚେଇବାକୁ ଚେଷ୍ଟା କରିବେ ଏବଂ ତାହାକୁ ଇନ୍ଧନରେ ପରିଣତ କରି କାର ଚଲାଇବେ।

 

Leave A Reply

Your email address will not be published.