ଗଛ ପ୍ରେମରେ ଏନଆରଆଇ: ନିଜ ଗାଁ ମାଟିରେ ୧୦୮ଟି ଗଛ ଲଗାଇ ତାହାକୁ ପୋଷ୍ୟ ଭାବେ କରିଛନ୍ତି ଗ୍ରହଣ

ଯୁଆଡେ ଦେଖିବ ସିଆଡେ ଖାଲି ଗଛ । ସତ କହିବାକୁ ଗଲେ ବର୍ତ୍ତମାନର ସମୟରେ ଗଛର ଆବଶ୍ୟକତା ଏକ ସୁସ୍ଥ ପରିବେଶ ପାଇଁ ଯଥେଷ୍ଟ ରହିଛି । ଆଉ ଏହି କଥାକୁ ଯିଏ ବୁଝିଛି ସେ ହିଁ ଗଛକୁ ବଞ୍ଚାଇବା ପାଇଁ ଆଗେଇ ଆସିଛି । ଏଭଳି ଜଣେ ଯୁବକ ହେଉଛନ୍ତି ବ୍ରହ୍ମପୁର କାଳୁପାତ୍ର ସାହିର ବିନୟ ମହାନ୍ତି । ବିନୟ ବ୍ରହ୍ମପୁର ସହରର ବାସିନ୍ଦା ହୋଇଥିବା ବେଳେ ସେ ଦୀର୍ଘ ୧୭ ବର୍ଷ ହେଲା ଆମେରିକାରେ ରହିବା ସହିତ ସେଠାକାର ଏକ ଘରୋଇ କମ୍ପାନୀରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି ।

ବ୍ରହ୍ମପୁର(କେନ୍ୟୁଜ): ଯୁଆଡେ ଦେଖିବ ସିଆଡେ ଖାଲି ଗଛ । ସତ କହିବାକୁ ଗଲେ ବର୍ତ୍ତମାନର ସମୟରେ ଗଛର ଆବଶ୍ୟକତା ଏକ ସୁସ୍ଥ ପରିବେଶ ପାଇଁ ଯଥେଷ୍ଟ ରହିଛି । ଆଉ ଏହି କଥାକୁ ଯିଏ ବୁଝିଛି ସେ ହିଁ ଗଛକୁ ବଞ୍ଚାଇବା ପାଇଁ ଆଗେଇ ଆସିଛି । ଏଭଳି ଜଣେ ଯୁବକ ହେଉଛନ୍ତି ବ୍ରହ୍ମପୁର କାଳୁପାତ୍ର ସାହିର ବିନୟ ମହାନ୍ତି । ବିନୟ ବ୍ରହ୍ମପୁର ସହରର ବାସିନ୍ଦା ହୋଇଥିବା ବେଳେ ସେ ଦୀର୍ଘ ୧୭ ବର୍ଷ ହେଲା ଆମେରିକାରେ ରହିବା ସହିତ ସେଠାକାର ଏକ ଘରୋଇ କମ୍ପାନୀରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି । ପିଲାଟି ଦିନରୁ ବିନୟଙ୍କ ଗଛ ପ୍ରତି ଦୁର୍ବଳତା ରହିଥିବା ବେଳେ ନିଜ ସାହିର ବିଭିନ୍ନ ସ୍ଥାନରେ ଗଛ ଲଗାଇ ଆସୁଥିଲେ । ଆମେରିକା ଯିବା ପରେ ସେଠାରେ ମଧ୍ୟ ଗଛ ଲଗାଉଥିବା ବେଳେ ଗତ କିଛି ଦିନ ପୂର୍ବରୁ ସୋସିଆଲ ମିଡ଼ିଆରେ ସହରର ସବୁଜ ବାହିନୀର ସଦସ୍ୟ ମାନେ ସୁକୁଣ୍ଡାର ଏକ ପୋଖରୀ ହୁଡ଼ାରେ ଶହ ଶହ ବୃକ୍ଷରୋପଣ କରୁଥିବା ନେଇ ଖବର ପାଇଥିଲେ ।

ଆଉ ଏହାପରେ ସବୁଜ ବାହିନୀର ସହ ଯୋଗାଯୋଗ କରି ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡାଗାଁର ପୋଖରୀ ନିକଟରେ ପହଞ୍ଚିଥିଲେ ବିନୟ । କିଛି ଦିନ ମଧ୍ୟରେ ଏଠାରେ ୧୦୮ଟି ଗଛକୁ ଲଗାଇବା ସହିତ ସେମାନଙ୍କୁ ପୋଶ୍ୟ ଭାବେ ଗ୍ରହଣ କରିଛନ୍ତି ବିନୟ । ପିଲା ବେଳୁ ଛୋଟ ଛୋଟ ଗଛ ଲଗାଇ ତାହାର ଯତ୍ନ ନେଉଥିଲି । ଆଉ ଏବେ ନିଜ ଜନ୍ମ ମାଟିର ପରିବେଶ ପାଇଁ ୧୦୮ଟି ଗଛକୁ ଲଗାଇବା ସହିତ ତାହାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଏତେ ପରିମାଣରେ ଗଛ ଲଗାଇବା ସହିତ ପୋଶ୍ୟ ଭାବେ ଗ୍ରହଣ କରି ବେଶ ଖୁସୀ ଲାଗୁଛି । ଏହାସହିତ ପ୍ରତ୍ୟେକ ବ୍ୟକ୍ତି କେବଳ ଯେ ଗଛ ଲଗାନ୍ତୁ ତାହା ନୁହେଁ ବରଂ ଗଛର କିଭଳି ଯତ୍ନ ନେବା ଓ ତାହାକୁ ଦୀର୍ଘାୟୁ କରିବା ସେ ନେଇ ମଧ୍ୟ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି ବିନୟ ।

ସବୁଜ ବାହିନୀର ବୃକ୍ଷରୋପଣ କାର୍ଯ୍ୟ ସମ୍ପର୍କରେ ଜାଣିବା ପରେ ପ୍ରତିଦିନ ବହୁ ଲୋକେ ସୁକୁଣ୍ଡା ଗାଁରେ ପହଞ୍ଚି ଗଛ ଲଗାଉଛନ୍ତି । ଏଠାରେ ବୃକ୍ଷ ରୋପଣ ହେବା ପରେ ପରିବେଶ ପୂର୍ବ ଅପେକ୍ଷେ ଗତ କିଛି ମାସ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି । ଯେଉଁମାନେ ମଧ୍ୟ ଏଠାକୁ ଗୋଟିଏ ଥର ପାଇଁ ଗଛ ଲଗାଇବାକୁ ଆସୁଛନ୍ତି ସେମାନେ ପୁଣି ଏଠାରେ ବାରମ୍ବାର ଗଛ ଲଗାଇବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ବିନୟ ସୁକୁଣ୍ଡା ପୋଖରୀ ହୁଡ଼ାରେ ଲଗାଇଥିବା ୧୦୮ ଗଛକୁ ପୋଶ୍ୟ ଭାବେ ଗ୍ରହଣ କରିଛନ୍ତି । ବିନୟ କିଛି ଦିନ ଧରି ପୋଶ୍ୟ ଭାବେ ଗ୍ରହଣ କରିଥିବା ଏହି ଗଛ ଗୁଡ଼ିକୁ ଦେଖାରେଖା କରିବା ପରେ ପରବର୍ତ୍ତୀ ସମୟରେ ସବୁଜ ବାହିନୀର ସଦସ୍ୟ ମାନେ ଏହାର ଯତ୍ନ ନେବେ ।

nri

ଏହି ଗଛ ଗୁଡ଼ିକ ମଧ୍ୟରେ ବଟ, ଓସ୍ତ, ନିମ ଓ ଜାମୁକୋଳି ଭଳି ବହୁ ବଡ଼ ବଡ଼ ବୃକ୍ଷ ରହିଛି । ଯାହାକି ଆଗାମୀ ଦିନରେ ବଡ଼ ହୋଇ ପରିବେଶକୁ କେବଳ ଯେ ସୁସ୍ଥ ରଖିବା ନିମନ୍ତେ କାମ କରିବ ତାହା ନୁହେଁ ବରଂ ଅନେକ ପକ୍ଷୀ ମାନଙ୍କ ଏହା ବାସସ୍ଥାନ ମଧ୍ୟ ହୋଇପାରିବ । ତେଣୁ ବିନୟ ଯେଉଁଭଳି ପୋଶ୍ୟ ଭାବେ ୧୦୮ଟି ଗଛକୁ ଗ୍ରହଣ କରିଛନ୍ତି ସେମାନଙ୍କ ଯତ୍ନ ନେବା ସହିତ ସେଗୁଡ଼ିକୁ କିଭଳି ଭାବେ ଦୀର୍ଘାୟୁ କରିବା ସେ ନେଇ କାର୍ଯ୍ୟ କରିବୁ ବୋଲି କହିଛନ୍ତି ସବୁଜ ବାହିନୀର ସଦସ୍ୟ ମାନେ । ସେପଟେ ଅନେକ ବ୍ୟକ୍ତିଙ୍କ ଛାତ କିମ୍ୱା ଘରର କାନ୍ଥରେ ବଟ ଗଛ ହୋଇଥାଏ ଏଗୁଡ଼ିକୁ ରୋପଣ କରିବା ଲାଗି ମଧ୍ୟ ସ୍ୱତନ୍ତ୍ର ସ୍ଥାନର ଆବଶ୍ୟକ ରହିଛି । ସେହିଭଳି ସହରର ଜଣେ ବ୍ୟକ୍ତିଙ୍କ ଘର କାନ୍ଥରେ ହୋଇଥିବା ବଟ ଗଛକୁ ମଧ୍ୟ ଏହି ପୋଖରୀ ହୁଡ଼ାରେ ରୋପଣ କରିବା ସହ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛନ୍ତି ଜଣେ ବ୍ରହ୍ମପୁର ବାସିନ୍ଦା ।

ଗଛ ପ୍ରେମରେ ଏନଆରଆଇ । ସୁଦୂର ଆମେରିକାରୁ ଆସି ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଗାଁର ପୋଖରୀ ହୁଡ଼ାରେ ୧୦୮ଟି ଗଛ ଲଗାଇବା ସହିତ ତାହାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ତେବେ ସୁକୁଣ୍ଡାଗାଁର ପୋଖରୀ ହୁଡ଼ାରେ ସବୁଜ ବାହିନୀ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ବହୁ ସ୍ବେଚ୍ଛାସେବୀ ମାନେ ସ୍ବତଃପ୍ରବୃତ୍ତ ଭାବେ ସେଠାରେ ଗଛ ଲଗାଉଛନ୍ତି । ବିନୟଙ୍କ ଭଳି ଯଦି ଆଉ କିଛି ବ୍ୟକ୍ତିତ୍ବ ଏଭଳି ଗଛ ଲଗାଇବା ସହିତ ଗଛକୁ ପୋଷ୍ୟ ଭାବେ ଗ୍ରହଣ କରନ୍ତି ତେବେ ନିଶ୍ଚିତ ଭାବେ ସହରର ପରିବେଶ ସୁସ୍ଥ ରହିବା ସମ୍ଭବ ହୋଇପାରିବ ।

 

 

You might also like