ସବୁବେଳେ ଛାତ୍ରଛାତ୍ରୀଙ୍କ ଚିନ୍ତାରେ ନୃସିଂହ ସାର୍…

କେନ୍ଦ୍ରାପଡ଼ା: ଶିକ୍ଷକ ହେବ ତ ଏମିତି । ସବୁବେଳେ ଛାତ୍ରଛାତ୍ରୀଙ୍କ ଚିନ୍ତାରେ । ପିଲାମାନେ କେମିତି ମନଖୁସିରେ ପାଠ ପଢିବେ, ସହଜରେ ପାଠ ବୁଝିପାରିବେ ସେନେଇ ତତ୍ପର । ତେବେ କଥାରେ ଅଛି ପରା ଗୁରୁ ହେଉଛନ୍ତି ସିଏ ଯିଏ ନିଜ ଶିଷ୍ୟକୁ ଅନ୍ଧାରରୁ ଆଲୁଅ ବାଟକୁ ନେଇଥାନ୍ତି । ଆଉ ସବୁବେଳେ ଚିନ୍ତା କରିଥାନ୍ତି ଯେ କେମିତି ନିଜର ଛାତ୍ର ଛାତ୍ରୀ ମାନେ ଉଚିତ୍ ମାର୍ଗରେ ଯାଇକି ନିଜର ଭବିଷ୍ୟତ ଗଢି ପାରିବେ । ସେମିତି ଏକ ଗୁରୁ ହେଉଛନ୍ତି ଶ୍ରୀଯୁକ୍ତ ନୃସିଂହ ଚରଣ ତ୍ରିପାଠୀ । ନିଜର ବ୍ୟକ୍ତିଗତ ଦୁଃଖ କୁ ପାସୋରି ଦେଇ ସବୁବେଳେ ଛାତ୍ର ଛାତ୍ରୀ ମାନଙ୍କ ଭଲ ମନ୍ଦ କଥା ବୁଝିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି ।
କେନ୍ଦ୍ରାପଡା ଅଞ୍ଚଳରେ ନିଜେ ସଂଘର୍ଷ କରି କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ବିନା ମୂଲ୍ୟରେ ପାଠ ପଢ଼ାଇ ମଣିଷ କରିଛନ୍ତି ନୃସିଂହ ଚରଣ ତ୍ରିପାଠୀ । ପିଲାଟି ବେଳୁ ନୃସିଂହ ସାର ଙ୍କ ବାପା ମାଆ ନଥିଲେ । ତଥାପି ହାର ନ ମାନି ପାଠ ପଢି ଶିକ୍ଷକ ହେଲେ । ସେ ଯେଉଁ ସଂଘର୍ଷ କରିଥିଲେ, ସେଥିପାଇଁ ଶିକ୍ଷକ ହୋଇ ପିଲାଙ୍କ ମୁହଁରେ ହସ ଫୁଟାଇବାକୁ ଲାଗିପଡିଲେ । ଘରେ ଥିବା ସମୟରେ ବିଭିନ୍ନ ଉପାୟରେ ଅଦରକାରୀ ଜିନିଷ ଗୁଡିକକୁ ଏକାଠି କରି ବିଭିନ୍ନ ସାମଗ୍ରୀ ତିଆରି କରି ପିଲାଙ୍କୁ ଦେଖାଇ ପାଠ ପଢ଼ାଇଥାନ୍ତି । କିପରି ପିଲାମାନେ ସହଜରେ ପାଠକୁ ମନେ ରଖିପାରିବେ ସେଥିପାଇଁ ବିଭିନ୍ନ ଉପାୟରେ ଘରେ ଥିବା ସମୟରେ ଅଦକାରୀ ଜିନିଷ ତିଆରି କରି ଶିକ୍ଷାଦାନ କରିଥାନ୍ତି । ଏ ନଇ ବହୁ ଶିକ୍ଷା ଅନୁଷ୍ଠାନରୁ ସମ୍ମାନ୍ନିତ ହୋଇଛନ୍ତି ସାର୍ ନୃସିଂହ ଚରଣ ତ୍ରିପାଠୀ ।
ଆଜିକାଲି ପ୍ରାୟ ଛାତ୍ରଙ୍କ ପାଠ ପଢିବା ପ୍ରତି ଆଗ୍ରହ ବହୁତ କମିଗଲାଣି । କାହିଁକି ନାଁ ସୋସିଆଲ ମେଡିଆ ଆସିବା ପରଠୁ ସମସ୍ତେ ଫୋନରେ ଅଧିକ ସମୟ ବିତାଉଛନ୍ତି । ଯାହାକି ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ବସିଛି। ନୃସିଂହ ସାର୍ ଅନୁରୋଧ କରିଛନ୍ତି ସବୁ ବାପା ମାନଙ୍କୁ କି ନିଜ ପିଲାଙ୍କୁ ଫୋନ ନ ଦିଅନ୍ତୁ, ପିଲାମାନଙ୍କ ପାଖରେ ଜଗିକି ରୁହନ୍ତୁ ।ସେମାନଙ୍କୁ ଗାଇଡ଼ କରନ୍ତୁ କିପରି ଭଲ ପାଠ ପଢି ମଣିଷ ହେବେ ଓ ବାପା ମାଆଙ୍କର ନାଁ ରଖିବେ।ତେବେ ଏବେବି କିଛି ହାତଗଣତି ଶିକ୍ଷକ ଅଛନ୍ତି ଯିଏ ପିଲାମାନଙ୍କ ସର୍ବାଙ୍ଗୀନ ଉନ୍ନତି କରିବାକୁ ଚାହୁଁଛନ୍ତି । ସେଭଳି ଜଣେ ନିଆରା ଶିକ୍ଷକ ହେଉଛନ୍ତି ନୃସିଂହ ଚରଣ ତ୍ରିପାଠୀ ।