ଶକ୍ତିର ଅଭାବକୁ ଦୂର କରିବ ନ୍ୟୁକ୍ଲିୟର ଫ୍ୟୁଜନ, ଉତ୍ପତ୍ତି ହେବ ସୂର୍ଯ୍ୟଙ୍କଠୁ ଅଧିକ ତାପ

ବ୍ରିଟେନରେ ବୈଜ୍ଞାନିକ ମାନେ ଏକ ନୂଆ ପରୀକ୍ଷା କରିବାକୁ ଯାଉଛନ୍ତି। ଯେଉଁଥିରେ ଏକ ଛୋଟ କ୍ୟାମେରାରେ ସେ ସୂର୍ଯ୍ୟଙ୍କ ଠାରୁ ଦୁଇଗୁଣ ତାପମତ୍ରା ସୃଷ୍ଟି କରିବେ । ରିସର୍ଚ୍ଚରଙ୍କ କହିବା ଅନୁଯାୟୀ, ଯଦି ଏହି ପରୀକ୍ଷା ସଫଳ ହୁଏ ତେବେ ଦୁନିଆରେ ଶକ୍ତିର ଅଭାବ ଆଉ ରହିବ ନାହିଁ। ସୂଚନା ଅନୁଯାୟୀ, ଏହାର ପରୀକ୍ଷଣ ଦକ୍ଷିଣ ଆଫ୍ରିକାର କସବାରେ ପ୍ରୟୋଗ ହେବ । ବୈଜ୍ଞାନିକ ମାନେ ସୂର୍ଯ୍ୟଙ୍କ ଭଳି ପ୍ରଖର ତେଜ ବା ଉତ୍ତାପ ଦେଉଥିବା ଏମିତି ଏକ ଜିନିଷ ତିଆରି କରିବେ। ଯାହା ନ୍ୟୁକ୍ଲିୟର ଫ୍ୟୁଜନ ଦ୍ୱାରା ୫ କୋଟି ଡିଗ୍ରୀ ସେଲସିୟସ୍‌ ଉତ୍ତାପ ସୃଷ୍ଟି କରିବ। ଏହା ସୂର୍ଯ୍ୟଙ୍କ ଠାରୁ ଅଧିକ ଉତ୍ତାପ ଦେବ ।

ବ୍ରିଟେନର ଅକ୍ସଫୋଡଶାୟରରେ ବୈଜ୍ଞାନିକ ମାନେ ନ୍ୟୁକ୍ଳିୟର ଫ୍ୟୁଜନ ପ୍ରକି୍ରୟା ସାହାଯ୍ୟରେ କାର୍ବନ ଏନର୍ଜି ସୃଷ୍ଟି କରିବେ। ପୂର୍ବରୁ ଏହାକୁ କରିବା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ଏନେଇ ସଫଳତା ମିଳିନଥିଲା। ଏବେ ଡିଡକୋଟ ସ୍ଥିତ ଏକ ପ୍ରାଇଭେଟ କମ୍ପାନୀ ଟୋକାମେକ୍‌ ଏନର୍ଜି ନିଜ ପରମାଣୁ ରିଆକ୍ଟରକୁ ୫ କୋଟି ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ଫାୟାର କରିବାକୁ ଯାଉଛି। ଯାହାକି ସୂର୍ଯ୍ୟଙ୍କ ତାପମାତ୍ରାର ଦୁଇଗୁଣା ହେବ।

ଏଥିପାଇଁ ବୈଜ୍ଞାନିକ ମାନେ ପ୍ରଥମେ ହାଇଡ୍ରୋଜେନ ଆଟମ୍ସକୁ ଏକାଠି କରି ଏଥିରେ ପ୍ରେସର ପକାଇବେ। ଯେଉଁଥିରୁ ହିଲିୟମ ଗ୍ୟାସ ସୃଷ୍ଟି ହେବ। ସେମାନଙ୍କ କହିବା ଅନୁଯାୟୀ ଏହାର ପ୍ରୟୋଗ ପରେ ଭିବଷ୍ୟତରେ ଏଥିରୁ ଶସ୍ତା ଓ ସଫା ଉର୍ଜା ବାହାରିବ । ଯାହା ଶକ୍ତିର ଅଭାବକୁ ଦୂର କରିବ।

tokamak
pc: fung institute

ତେବେ ନ୍ୟୁକ୍ଲିୟର କଥା ଧ୍ୟାନକୁ ଆସିଲେ ପ୍ରଥମେ ଭୟ ଲାଗେ। ନ୍ୟକ୍ଲିୟର ଫ୍ୟୁଜନରେ ଯେତିକି ଉର୍ଜା ଉତ୍ପନ୍ନ ହେଉଛି ତାଠୁ ଅଧିକ ଉର୍ଜା ଏହା ସୃଷ୍ଟି କରିପାରିବ କି ନାହିଁ। ଏହା ମଧ୍ୟ ବୈଜ୍ଞାନିକ ଦେଖିବାକୁ ଚାହୁଁଛନ୍ତି। ଏହି ପୂରା ପ୍ରକ୍ରିୟାକୁ ଏକ ଶକ୍ତିଶାଳୀ ଟୋକାମକ୍‌ ଡିଭାଇସରେ କରାଯିବ। ଯାହା ମଧ୍ୟରେ ରହିଛି ଶକ୍ତିଶାଳି ମାଗ୍ନେଟିକ ଫିଲ୍ଡ। ସୁରକ୍ଷାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

fusion
pc: power technology

ଏହି ପ୍ରକ୍ରିୟା ଫ୍ୟୁଜନ ରିଆକ୍ଟର ମଧ୍ୟରେ ହେବ। କିଛି ବି ଅସୁବିଧା ହେଲେ ବାହାରେ କିଛି କ୍ଷତି ହେବ ନାହିଁ। ବରଂ ଏହି ମେସିନ କେବଳ ବନ୍ଦ ହୋଇଯିବ। ଏହି ମେସିନରୁ ଗ୍ୟାସ ବାହାରି ପାରିବନି। କମ୍ପାନୀର ଭୌତିକ ବିତ୍‌ ଡକ୍ଟର ହନ୍ନା ବିଲେଟ୍‌ ଙ୍କ କହିବା ଅନୁଯାୟୀ, ଏହି ପ୍ରକ୍ରିୟା ଏତେ ସହଜ ନୁହେଁ। ଜୀବାଶ୍ମ ଇନ୍ଧନଠୁ ଏଥିରୁ ଅଧିକ ଶକ୍ତି ମିଳିଥାଏ। ନାଭିକୀୟ ସଂଲୟନ ବା ନ୍ୟୁକ୍ଳିୟର ଫ୍ୟୁଜନର ଉର୍ଜା ସ୍ୱଚ୍ଛ ଉର୍ଜା ଦିଗରେ ଏକ ବଡ଼ ପରିବର୍ତ୍ତନ ମଧ୍ୟ ଆଣିପାରେ। ସୂଚନା ଯୋଗ୍ୟ ଯେ, ବୈଜ୍ଞାନିକ ମାନେ ଗତ ୫୦ ବର୍ଷରୁ ନାଭିକୀୟ ସଂଲୟନ ଜରିଆରେ ଉର୍ଜା ବାହାର କରିବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ସଫଳତା ମିଳିନାହିଁ। ଦେଖାଯାଉ ଆଗକୁ ଏହି ପ୍ରୟାସ କେତେ ମାତ୍ରାରେ ସଫଳ ହେଉଛି। ଏହାସହ ବାୟୂମଣ୍ଡଳରେ ଏହାର ପ୍ରଭାବ ମଧ୍ୟ ଭଲ ରହିବା ଆବଶ୍ୟକ।

Leave A Reply

Your email address will not be published.