ଭାରତ ଦୁନିଆର ଦ୍ୱିତୀୟ ଦେଶ, ଯେଉଁଠି ୬୩ ପ୍ରତିଶତ ବେଗରେ ବଢ଼ୁଛି ଆରବପତିଙ୍କ ସଂଖ୍ୟା
ନୂଆଦିଲ୍ଲୀ : ନାଇଟ୍ ଫ୍ରଙ୍କ୍ ର ଦି େଓ୍ଵଲ୍ଧ ରିପୋର୍ଟ ୨୦୨୧ ଅନୁଯାୟୀ ବିଶ୍ୱରେ ୨୭ ପ୍ରତିଶତ ବେଗରେ ବଢ଼ୁଛି ଆରବପତିଙ୍କ ସଂଖ୍ୟା । ଭାରତରେ ଏବେ ୬୮୮୪ ଜଣ ଆରବପତି ଅଛନ୍ତି । ଏବେ ଭାରତରେ ୬୩ ପ୍ରତିଶତ ବେଗରେ ବଢ଼ୁଛି ଆରବପତିଙ୍କ ସଂଖ୍ୟା । ଆଗାମୀ ୫ ବର୍ଷରେ ଭାରତର ପ୍ରତିଛବି ବିଶ୍ୱରେ ଅଲଗା ଭାବେ ଦେଖାଯିବ ।
ବିଲିୟନରି କ୍ଲବରେ ଭାରତ ୪୩ % ବେଗରେ ବଢ଼ୁଥିବା ଦେଖାଯାଉଛି । ୨୦୦୫ ସୁଦ୍ଧା ୧୬୨ ବିଲିୟନେୟର ଭାରତରେ ସୃଷ୍ଟି ହେବେ । ଏବେ ଦେଶରେ ମାତ୍ର ୧୧୩ ଜଣ ବିଲିୟନେୟର ଅଛନ୍ତି । ଇଣ୍ଡୋନେସିଆ ପରେ ଭାରତ ଏକମାତ୍ର ଦେଶ ଯେଉଁଠି ଦ୍ରୁତ ବେଗରେ ଆର୍ଥିକ ଗତିବିଧି ବଢ଼ୁଥିବା ଜଣାଯାଇଛି । ତେବେ ଆରବପତିମାନଙ୍କ ପସନ୍ଦୀୟ ସହର ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁର ବୋଲି ଜଣାପଡିଛି । ଏହି ରିପୋର୍ଟ ଦି େଓ୍ଵଲ୍ଥ ରିପୋର୍ଟ ୨୦୨୧ରେ ପ୍ରକାଶ ପାଇଛି ।
କରୋନା ଭାଇରସ ମହାମାରୀ ପରେ ଆର୍ଥିକ ଅବସ୍ଥା ଦ୍ରୁତଗତିରେ ବଢ଼ୁଛି । ବିଶ୍ୱର ଅନ୍ୟ ଦେଶଗୁଡ଼ିକର ରେଟିଂ ଅନୁଯାୟୀ ଭାରତ ଦ୍ରୁତ ଗତିରେ ଆଗଉଛି । ଆଶାକରାଯାଉଛି ଆଗାମୀ ୫ ବର୍ଷ ଭିତରେ ଭାରତ ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ବାଲା କ୍ଲବ ରେ ସାମିଲ ହୋଇଯିବ ।
୨୦୨୫ ସୁଦ୍ଧା ୩ କୋଟି ବା ତା’ଠାରୁ ଅଧିକ ସମ୍ପତ୍ତି ବାଲା ଅତି ଧନୀକ ସଂଖ୍ୟାରେ ବିଶ୍ୱର ଅନ୍ୟ ଦେଶ ୨୭ % ବଢ଼ିବାକୁ ଆଶା କରାଯାଉଥିବା ବେଳେ ଭାରତରେ ଏହି ହାର ୬୩ ପ୍ରତିଶତ ବଢ଼ି ଆରବପତିଙ୍କ ସଂଖ୍ୟା ୧୧,୧୯୮ ରେ ପହଞ୍ଚିବ ବୋଲି ଆଶାକରାଯାଉଛି । ଏହି ରିପୋର୍ଟ ପ୍ରପର୍ଟି କନ୍ସଲ୍ଟେନ୍ସି ଫାର୍ମ ନାଇଟ୍ ଫ୍ରଙ୍କ୍ ର େଓ୍ଵଲ୍ଧ ରିପୋର୍ଟରେ ପ୍ରକାଶ ପାଇଛି ।