ଏହି ମୂଳାଙ୍କର ଲୋକଙ୍କ ପାଖରେ ବହୁତ ଥାଏ ଜମିବାଡ଼ି ଓ ଧନ ଦୌଲତ, ଏହି ଗୋଟିଏ ଜିନିଷର ରହିଥାଏ ଅଭାବ

ଅଙ୍କ ଜ୍ୟୋତିଷରେ ଜନ୍ମ ତାରିଖ ନମ୍ବର ଆଧାରରେ ଭବିଷ୍ୟବାଣୀ କରାଯାଇଥାଏ । ୧ ରୁ ଆରମ୍ଭ କରି ୯ ପର୍ଯ୍ୟନ୍ତ ମୋଟ ୯ ମୂଳାଙ୍କ ରହିଥାଏ । ମୂଳାଙ୍କ ର କୌଣସି ବି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଇଥାଏ । ଅଙ୍କ ଜ୍ୟୋତିଷ ଅଙ୍କ ଉପରେ ଆଧାରିତ | ଯେଉଁଥିରେ ବ୍ୟକ୍ତିର ଜନ୍ମ ତାରିଖ ବା ମୂଳାଙ୍କରୁ ଅତୀତ ,ବର୍ତମାନ ଏବଂ ଭବିଷ୍ୟତ ବିଷୟରେ ଜଣା ପଡିଥାଏ | ଅଙ୍କ ବ୍ୟକ୍ତିର ସ୍ୱଭାବ ବିଷୟରେ ମଧ୍ୟ କହିଥାଏ |

ଆଜି ଆମେ କହିବା ମୂଳାଙ୍କ ୫ ସମ୍ପର୍କରେ । ଯେଉଁ ଲୋକଙ୍କ ଜନ୍ମ ତିଥି ୫,୧୪ ଓ ୨୩ ହୋଇଥାଏ, ସେମାନଙ୍କ ମୂଳାଙ୍କ ୫ ହୋଇଥାଏ । ଏହି ମୂଳାଙ୍କର ଲୋକ ଅଧିକ ବୁଦ୍ଧିମାନ ଓ ପରିଶ୍ରମୀ ହୋଇଥାନ୍ତି । ଯେଉଁଥିପାଇଁ ଏମାନେ ଜୀବନରେ ବହୁତ ଉନ୍ନତି କରିଥାନ୍ତି ।

ବୁଧ ଗ୍ରହ ରହିଥାଏ ବିଶେଷ ପ୍ରଭାବ :

ମୂଳାଙ୍କ ୫ର ସ୍ୱାମୀ ଗ୍ରହ ବୁଧ ଅଟନ୍ତି । ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ଜ୍ଞାନ, ବ୍ୟବସାୟ, ସଂଚାର କ୍ଷମତା, ବୁଦ୍ଧି ଓ ତର୍କ ବିତର୍କ ଶକ୍ତିର କାରକ ମନାଯାଇଥାଏ । ଯେଉଁ ବ୍ୟକ୍ତିଙ୍କ ଉପରେ ବୁଧଙ୍କ କୃପା ଥାଏ, ସେମାନଙ୍କୁ କ୍ୟାରିଅର ଓ ସମାଜରେ ଅଲଗା ପରିଚୟ ମିଳିଥାଏ । ଏହି ଲୋକେ ବହୁତ ଉନ୍ନତି ହୋଇଥାଏ । ଜୀବନରେ ଆସୁଥିବା ସବୁ ଅସୁବିଧାକୁ ଦୃଢ଼ତାର ସହ ସାମନା କରିଥାନ୍ତି ।

ଏମିତି ହୋଇଥାଏ ଗୁଣ :

ମୂଳାଙ୍କ ୫ ବାଲା ଲୋକ ସାହସୀ ହୋଇଥାନ୍ତି । ଏମାନଙ୍କ ଆର୍ଥିକ ସ୍ଥିତି ଭଲ ହୋଇଥାଏ । ଏମାନେ ଚାକିରି ଅପେକ୍ଷା ବେପାରରୁ ଅଧିକ ଲାଭ କମାଇଥାନ୍ତି । ଏମାନେ ମେଳାପି ସ୍ୱଭାବର ଓ ଏମାନଙ୍କ ମଜାକିଆ ସ୍ୱଭାବ ଯୋଗୁ ଯେ କେହି ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି । ଏମାନଙ୍କ ନିର୍ଣ୍ଣୟ ନେବା ଭୂମିକା ବହୁତ ଭଲ ଥାଏ । ଏମାନେ କଷ୍ଟପୂର୍ଣ୍ଣ କାମ କରିବାକୁ ପସନ୍ଦ କରିଥାନ୍ତି ।

ଏହି ଗୋଟିଏ ଜିନିଷରେ ରହିଥାନ୍ତି ଅଭାବ :

ଜୀବନରେ ପଇସାର ଅଭାବ ନଥିଲେ ବି ମୂଳାଙ୍କ ୫ ବାଲା ଲୋକେ ଗୋଟିଏଜିନିଷରେ ବହୁତ ଚିନ୍ତିତ ରହିଥାନ୍ତି । ଏହା ହେଉଛି ସେମାନଙ୍କର ଲଭ ଲାଇଫ । ଏମାନଙ୍କ ପ୍ରେମ ସମ୍ବନ୍ଧ ସ୍ଥାୟୀ ରହିନଥାଏ । ଯେଉଁଥି ପାଇଁ ଏମାନଙ୍କ ଲଭ ଲଇଫରେ ସର୍ବଦା ଅସୁବିଧା ଆସିଥାଏ । ଏମାନଙ୍କୁ ସଚ୍ଚା ମିତ୍ର ସହଜରେ ମିଳିନଥାଏ । ଲଭ ଲାଇଫରେ ଏମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.