ଅଙ୍କ ଜ୍ୟୋତିଷ କୁହେ, ଭାଗ୍ୟାଙ୍କ ୧ ଥିବା ବ୍ୟକ୍ତିଙ୍କ ନିକଟରେ ଥାଏ ସମ୍ମୋହନ ଆକର୍ଷଣ

ଜ୍ୟୋତିଷ ଶାସ୍ତ୍ର ପରି ଅଙ୍କ ଜ୍ୟୋତିଷ ମଧ୍ୟ ଜୀବନର ବହୁ ଲୁକାୟିତ କଥାକୁ ପରିପ୍ରକାଶକରିଥାଏ । ମନୁଷ୍ୟର ଭାଗ୍ୟ ଓ ଭବିଷ୍ୟତ ସମ୍ପର୍କରେ ବହୁତ କିଛି ଭବିଷ୍ୟବାଣୀ କରିଥାଏ ଏହି ଅଂକ ଜ୍ୟୋତିଷ । ଆଜି ଆସନ୍ତୁ ଜାଣିବା ଅଂକ ଜ୍ୟୋତିଷ ଅନୁଯାୟୀ, ନୂଆ ବର୍ଷ ୨୦୨୨ କାହାପାଇଁ କିପରି କଟିବ । ଯଦି ଆପଣ ଭାଗ୍ୟ ଅଂକ ଅନୁଯାୟୀ ଆପଣଙ୍କର ନୂଆ ବର୍ଷ କିପରି କଟିବ ଜାଣିବାକୁ ଚାହାଁନ୍ତି ତେବେ ଏମିତି ଜାଣନ୍ତୁ ଆପଣଙ୍କ ଭାଗ୍ୟ ଅଂକ କ’ଣ ।

କେମିତି ବାହାର କରିବେ ଭାଗ୍ୟାଙ୍କ-

ଉଦାହରଣ ସ୍ୱରୁପ ଯଦି ଆପଣଙ୍କ ଜନ୍ମ ତାରିଖ ୦୩-୦୫-୧୯୬୯ ହୋଇଥାଏ । ତେବେ ଆପଣଙ୍କ ଭାଗ୍ୟ ଅଂକ ହେଲା ସମସ୍ତ ସଂଖ୍ୟାର ମିଶ୍ରଣ ଅର୍ଥାତ- ୩+୫+୍‌୧+୯+୬+୯ = ୩୩ ଅର୍ଥାତ ଏହାକୁ ଗୋଟିଏ ଅଂକ କଲେ ହେବ ୩+୩ += ୬ । ଅର୍ଥାତ ଆପଣଙ୍କ ଭାଗ୍ୟାଙ୍କ ହେଉଛି ୬ ।

one
P.C : five star psychics

ଭାଗ୍ୟାଙ୍କ ୧ :

 ଯେଉଁ ବ୍ୟକ୍ତିଙ୍କ ଭାଗ୍ୟାଙ୍କ ୧ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏଥି ସହିତ ମିତ୍ର ଅଂକ ସମ୍ବଧିତ ବର୍ଷ ମଧ୍ୟ ଏମାନଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ । ଏମାନେ ଲମ୍ବା ଶରୀର, ହୁଷ୍ଟ-ପୁଷ୍ଟ, ସନ୍ଦର ଓ ପ୍ରଭାବଶାଳୀ ହୋଇଥାନ୍ତି । ଏମାନଙ୍କ ଠାରେ ସମ୍ମୋହନ ଶକ୍ତି ଥିବାରୁ ଜୀବନକୁ ବଞ୍ଚିବାର କଳା ଭଲ ଭାବେ ଏମାନଙ୍କୁ ଜଣା ଥାଏ । କିଛି ନୂଆ କରିବାର ଇଚ୍ଛା ସର୍ବଦା ଏମାନଙ୍କ ହୃଦୟରେ ରହିଥାଏ ।
ଏମାନଙ୍କ ଠରେ ନେତୃତ୍ୱ ଗୁଣ ଥିବାରୁ ଏମାନେ ଜଣେ ଭଲ ପ୍ରଶାସନିକ ଅଧିକାରୀ ଓ ଭଲ ପ୍ରଶାସକ ବି ହୋଇଥାନ୍ତି । ନିଜକୁ ସମସ୍ୟା ମଧ୍ୟକୁ ନେଇଯିବା ଏମାନଙ୍କର ସବୁଠୁ ବଡ଼ ଦୁର୍ବଳତା । ଏମାନେ ଆର୍ଥିକ ସମୃଦ୍ଧ ହୋଇଥାନ୍ତି । ମିତ୍ରତା ସୃଷ୍ଟି କରିବା ଜାଣନ୍ତି ଓ ଭଲ ମିତ୍ର ମଧ୍ୟ ହୋଇଥାନ୍ତି । ନିଜେ କଷ୍ଟ ଉଠାଇ ମିତ୍ରକୁ ସାହଯ୍ୟ କରିଥାନ୍ତି । ଏକାକୀ ଏମାନଙ୍କୁ କଷ୍ଟ ଦେଇଥାଏ । ଫଳରେ ଏମାନେ ସର୍ବଦା ମିତ୍ରଙ୍କ ସହ ଘେରି ରହିଥାନ୍ତି ।
ଭାଗ୍ୟାଙ୍କ ୧ ପାଇଁ ଶୁଭ ତାରିଖ – ୧,୧୦,୧୯,୨୮

ଶୁଭ ରଂଗ-ଗୋଲାପୀ, ଶୁଭ ଦିନ- ବୁଧବାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.