ଏହି ଦେଶରେ ମୋଟା ହେବା ବେଆଇନ, ଓଜନ ବଢିବା ପାଇଁ ମିଳିଥାଏ ଦଣ୍ଡ

ଆପଣମାନେ ଜାଣିଥିବେ ଯେ ଦେଶର ସମସ୍ତ ସ୍ଥାନରେ ଭିନ୍ନ ପ୍ରକାରର ଆଇନ ରହିଥାଏ । କିନ୍ତୁ ଅନେକ ଦେଶରେ କିଛି ଅଜବ ନିୟମ ମଧ୍ୟ ଅଛି, ଯାହାକୁ ଶୁଶିଲେ ଆପଣଙ୍କୁ ଆଶର୍ଯ୍ୟ ଲାଗିବ। ତେବେ ଆଜି ଆମେ ଆପଣଙ୍କୁ ଏକ ନିୟମ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁଥିରେ ଜଣେ ବ୍ୟକ୍ତିର ଓଜନ ବଢିବା ଯୋଗୁ ତାଙ୍କୁ କଠୋର ଦଣ୍ଡ ଦିଆଯାଏ । ତାହେଲେ ଆସନ୍ତୁ ଜାଣିବା ଯେ କେଉଁ ଦେଶରେ ଓଜନ ବଢିବା ବେଆଇନ ବୋଲି ଧରାଯାଏ ଏବଂ ଏଥିପାଇଁ ଦଣ୍ଡ କ’ଣ ଦିଆଯାଏ ।
ମୋଟା ହେବା ଏକ ଅପରାଧ :
ଶରୀରର ଫ୍ୟାଟ୍ ଜମା ହେବା ସାଧାରଣ ହୋଇଥାଏ । କିନ୍ତୁ ଜାପାନରେ ମୋଟା ହେବା ବେଆଇନ ବୋଲି ଧରାଯାଏ । କେବଳ ଏତିକି ନୁହେଁ, ମୋଟା ହେବାର ଦଣ୍ଡ ମଧ୍ୟ ଦିଆଯାଏ । ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଜାପାନୀ ଲୋକମାନେ ମୋଟା ନୁହଁନ୍ତି । ଏହା ପଛରେ ଆଇନ ମଧ୍ୟ ଏକ ବଡ଼ କାରଣ । ଏପରି ଭାବେ ଜାପାନୀ ଲୋକଙ୍କୁ ମୋଟା ହେବାକୁ ଅନୁମତି ନାହିଁ । ତେବେ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେଉଥିବେ, କିନ୍ତୁ ଏହା ସତ । ଯଦି ଜଣେ ବ୍ୟକ୍ତି ମୋଟା ହୋଇଯାଏ, ତେବେ ସେହି ବ୍ୟକ୍ତି ଦଣ୍ଡିତ ହୁଏ ଏବଂ ଏହା ବେଆଇନ୍ ବୋଲି ଧରାଯାଏ ।
ଜାପାନୀମାନେ ଗାଡିରେ ଯିବା ଅପେକ୍ଷା ପାଦରେ ଚାଲନ୍ତି :
ଜାପାନୀ ଲୋକମାନେ ଅଧିକ ଚାଲିବାକୁ ପସନ୍ଦ କରନ୍ତି । ଏଥି ସହିତ ଜାପାନୀ ଲୋକମାନେ ଓଜନ କମ୍ କରିବା ପାଇଁ ଭଲ ଡାଏଟ୍, ଚାଲିବା ଏବଂ ପବ୍ଳିକ୍ ଟ୍ରାନ୍ସପୋର୍ଟ ବ୍ୟବସ୍ଥାକୁ ଅଧିକ ବ୍ୟବହାର କରନ୍ତି । ତେବେ ପବ୍ଳିକ୍ ଟ୍ରାନ୍ସପୋର୍ଟ ହେତୁ ସେମାନଙ୍କୁ ମଧ୍ୟ ବହୁତ ଦୂରତା ଚାଲିବାକୁ ପଡିଥାଏ, ଯାହା ଓଜନ ବଢିବାକୁ ଦେଇନଥାଏ । ଏହା ସହ ଏଠାରେ ଥିବା ଲୋକଙ୍କ ଡାଏଟ୍ରେ ମାଛ, ପନିପରିବା ଏବଂ ଚାଉଳ ଇତ୍ୟାଦି ଜିନିଷ ସାମିଲ ଥାଏ ।
ଓଜନ ବଢିବା ସମ୍ବନ୍ଧୀୟ ନିୟମ :
ଜାପାନରେ ଓଜନ ବଢିବାକୁ ରୋକିବା ପାଇଁ ଏକ ନିୟମ ମଧ୍ୟ ଅଛି । ଏହି ନିୟମକୁ ମେଟାବୋ ଆଇନ କୁହାଯାଏ । ସୂଚନା ଅନୁଯାୟୀ, ଏହାକୁ ୨୦୦୮ ରେ ଜାପାନର ସ୍ୱାସ୍ଥ୍ୟ, ଶ୍ରମ ଏବଂ କଲ୍ୟାଣ ମନ୍ତ୍ରଣାଳୟ ଏହି ନିୟମ ଆଣିଥିଲା । ଏହି ନିୟମ ଅନୁଯାୟୀ, ପ୍ରତିବର୍ଷ ୪୦ ରୁ ୭୪ ବର୍ଷ ବୟସର ପୁରୁଷ ଏବଂ ମହିଳାଙ୍କ ଅଣ୍ଟା ମାପ ନିଆଯାଏ । ଏଥିରେ ପୁରୁଷମାନଙ୍କ ଅଣ୍ଟା ଆକାର ୩୩.୫ ରୁ ୩୫.୪ ଇଞ୍ଚରେ ସ୍ଥିର ହୋଇଛି । ଏହି ଇଞ୍ଚ ଠାରୁ ଅଣ୍ଟା ଅଧିକ ରହିଲେ ଦଣ୍ଡ ମଧ୍ୟ ଦିଆଯାଏ ।
ତାହେଲେ ଆସନ୍ତୁ ଜାଣିବା ଯେ ଜାପାନରେ ବହୁତ ଲୋକ ଅଛନ୍ତି । ଏହି ସମସ୍ତ ଲୋକଙ୍କୁ ଚିକିତ୍ସାର ଦାୟିତ୍ୱ ସରକାରଙ୍କ ପାଖରେ ରହିଛି । ତେଣୁ ସରକାର ଏଥିପାଇଁ ଏକ ଆଇନ କାର୍ଯ୍ୟକାରୀ କରିଥିଲେ । କାରଣ ସରକାର ଚାହୁଁ ନଥିଲେ ଯେ ମୋଟା ହେବା କାରଣରୁ ଡାଇବେଟିସ୍ ଭଳି ଗୁରୁତର ରୋଗରେ ପୀଡିତ ହୁଅନ୍ତୁ । ସେଥିପାଇଁ ଜାପାନରେ ଏପରି ନିୟମ ରହିଛି ।
ଜାଣନ୍ତୁ ମୋଟା ହେବାର ଦଣ୍ଡ କ’ଣ ?
ଏବେ ପ୍ରଶ୍ନ ଉଠୁଛି ଯେ ମୋଟା ହୋଇଥିବାରୁ ଜାପାନର ଲୋକମାନଙ୍କୁ କ’ଣ ଦଣ୍ଡ ଦିଆଯାଉଛି । ତେବେ ଜାପାନରେ ମୋଟାପଣ ହେତୁ କୌଣସି ସରକାରୀ ଦଣ୍ଡ ନାହିଁ । କିନ୍ତୁ ଏହା ବ୍ୟତୀତ ଆଇନ ଅନୁଯାୟୀ ନାଗରିକମାନେ ମୋଟା ହେଲେ ଅନେକ ନିୟମ ପାଳନ କରିବାକୁ ପଡିବ । ଏହା ସହ ଜାପାନରେ ଯଦି କେହି ମୋଟା, ତେବେ ତାଙ୍କୁ ପତଳା ହେବାକୁ ଏକ କ୍ଲାସ୍ ନେବାକୁ ପଡିବ । ଏହି କ୍ଲାସ୍ଗୁଡିକ ହେଲଥ୍ ଇନ୍ସୁରେନ୍ସ କମ୍ପାନୀ ଦ୍ୱାରା ଆୟୋଜିତ ହୋଇଛି ।