ମେଦବହୁଳତା ବଢାଇବ ଚିନ୍ତା, ଛୋଟ ପିଲାଙ୍କଠାରେ ଅଧିକ ସମ୍ଭାବନା

ସମଗ୍ର ବିଶ୍ୱରେ ବୃଦ୍ଧିପାଉଛି ମେଦ ବହୁଳତା । ଏହା ଏପରି ଏକ ରୋଗ ଯାହା ଅନ୍ୟାନ୍ୟ ବଡ ରୋଗଗୁଡିକର ବାହକ ଅଟେ । ମେଦ ବହୁଳତା ଉପରେ ଏକ ଆଶ୍ଟର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି । ୱାର୍ଲ୍ଡ ଓବେସିଟି ଫେଡେରେସନ ଏହି ରିପୋର୍ଟ ପ୍ରକାଶ କରିଛି ଯାହା ବେଶ ଆଶ୍ଚର୍ଯ୍ୟଜନକ ।
ରିପୋର୍ଟରେ କୁହାଯାଇଛି ଯେ ୨୦୩୦ ସୁଦ୍ଧା ବିଶ୍ୱର ୫ମହିଳାଙ୍କ ମଧ୍ୟରୁ ଜଣେ ଏବଂ ୭ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ମୋଟାପଣରେ ପିଡୀତ ହେବେ । ୨୦୧୦ ତୁଳନାରେ ୨୦୩୦ ମସିହାରେ ମେଦବହୁଳତା ସହ ବାସ କରୁଥିବା ଲୋକଙ୍କ ସଂଖ୍ୟା ଦ୍ୱିଗୁଣ ହେବ । ସମଗ୍ର ବିଶ୍ୱରେ ଏହି ସ୍ଥିତି ଗମ୍ବୀର ହୋଇପାରେ । ଏହା ବୁଝିବା ପାଇଁ ୱାର୍ଲ୍ଡ ଓବେସିଟି ଫେଡେରେସନ ଭାରତ ସମେତ ୨୦୦ଟି ଦେଶର ବୟସ୍କ ଏବଂ ପିଲାମାନଙ୍କ ଉପରେ ଏକ ଅଧ୍ୟୟନ କରିଥିଲେ । ରିପୋର୍ଟ ଅନୁଯାୟୀ ପୁରୁଷ ମାନଙ୍କ ଅପେକ୍ଷା ମହିଳାମାନଙ୍କ ଠାରେ ମେଦବହୁଳତା ଅଧିକ ଦେଖାଯାଇଥିଲା । ତେବେ ମେଦବହୁଳତାକୁ ନେଇ ରିପୋର୍ଟରେ କଣ ଉଲ୍ଲେଖ କରାଯାଇଛି ଜାଣିବା ।
ରିପୋର୍ଟ ଅନୁଯାୟୀ ୮ବର୍ଷ ପରେ ଅର୍ଥାତ ୨୦୩୦ ସୁଦ୍ଧା ବିଶ୍ୱର ପ୍ରାୟ ୧୦୦ କୋଟି ଲୋକେ ମୋଟାପଣର ଶିକାର ହେବେ । ଭାରତରେ ମୋଟାପଣରେ ପୀଡିତ ଲୋକଙ୍କ ସଂଖ୍ୟା ୭କୋଟି ହେବ । ଅଧିକାଂଶ ମହିଳା ଏଥିରେ ଜଡିତ । ୨୦୧୦ରେ ଭାରତରେ ୨୦ନିୟୁତ ପାଖାପାଖି ଲୋକେ ମେଦବହୁଳତାର ଶିକାର ହୋଇଥିଲେ ।
ରିପୋର୍ଟରେ ଉଲ୍ଲେଖ ରହିଛି କି ୨୦୩୦ ସୁଦ୍ଧା ମେଦବହୁଳତା ଭାରତର ୭୦ନିୟୁତ ଲୋକଙ୍କୁ ପ୍ରଭାବିତ କରିବ । ଯେଉଁଥିରୁ ୨୭୧ ନିୟୁତ ୫ରୁ ୧୯ବର୍ଷ ବୟସର ପିଲା ହେବେ । ଆଶ୍ଚର୍ଯ୍ୟଜନକ କଥା ହେଉଛି ବିଶ୍ୱର କୌଣସି ବି ଏଭଳି ଦେଶ ନାହିଁ ଯାହା ୨୦୨୫ସୁଦ୍ଧା ମେଦବହୁଳତା ଦୃଷ୍ଟିରୁ ଡବ୍ଲୁଏଚଓ ମାନକ ପୂରଣ କରେ ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମେଦବହୁଳତା ହେତୁ ଦୁନିଆର ୫୦ ପ୍ରତିଶତରୁ ଅଧିକ ମହିଳା ଯେମିତିକି ଆମେରୀକା, ଭାରତ, ଚୀନ ଓ ପାକିସ୍ତାନ ସମେତ ୧୧ଟି ଦେଶରେ ଏହାକୁ ନେଇ ଚିନ୍ତିତ । ଏଥି ସହିତ ପୁରୁଷଙ୍କ ମଧ୍ୟରୁ ୫୦ପ୍ରତିଶତରୁ ଅଧିକ ଭାରତ ଓ ଆମେରୀକା ସମେତ ୯ଟି ଦେଶରୁ ଅଟନ୍ତି । ଭବିଷ୍ୟତରେ ଏହି ମେଦବହୁଳତା ହାର ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ଗବେଷକ କହିଛନ୍ତି । କାରଣ ଲୋକେ ଖାଦ୍ୟରେ ଫ୍ୟାଟ ଜିନିଷ ବେଶୀ ସାମିଲ କରୁଥିବା ସେମାନେ କହିଛନ୍ତି । ଯାହା ଏଭଳି ଖାଦ୍ୟ ଯେଉଁଥିରେ ପୋଷକ ତତ୍ତ୍ୱ କମ ଫ୍ୟାଟ ବେଶୀ ରହୁଥିବା ଜଣାପଡିଛି ।
ବିଶେଷଜ୍ଞଙ୍କ କହିବା କଥା କି ମେଦବହୁଳତା ବା ଓବେସିଟିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଶାରୀରିକ କାର୍ଯ୍ୟକଳାପ ସହିତ ସବୁଜ ପନିପରିବା ଓ ଫଳ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଗବେଷଣାରେ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ଅନିଦ୍ରା, ଚାପ ଏବଂ ହରୋମୋନାଲ ଇନବାଲାନ୍ସ ମଧ୍ୟ ମେଦବହୁଳତାକୁ ବଢାଇଥାଏ ।
ବିଶେଷଜ୍ଞ କହନ୍ତି ଯେ ଜଣେ ବ୍ୟକ୍ତି ଯେତେ ଅଧିକ କ୍ୟାଲୋରି ନେଇଥାଏ ତାକୁ ସେତିକି ମଧ୍ୟ ବର୍ଣ୍ଣ କରିବାକୁ ପଡିଥାଏ । ଏଥିପାଇଁ ଫିଜିକାଲ ଆକ୍ଟିଭିଟିଜ ନିହାତି ଆବଶ୍ୟକ । ହଁ ଏସବୁ ଭିତରେ ଯଦିଓ ଗୋଟିଏ ଶରୀରରୁ ଅନ୍ୟ ଶରୀର ମଧ୍ୟରେ ପାର୍ଥକ୍ୟ ରହୁଛି ତେଣୁ ଯେବେ ବି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ । ଫଳରେ କୌଣସି ପ୍ରକାର ଶାରୀରିକ ଦୁର୍ବଳତା କିମ୍ବା ପୋଷକ ତତ୍ୱର ଅଭାବ ହେବାର ଆଶଙ୍କା କମିଯାଇଥାଏ । ଏହି ଦୁର୍ବଳତା ହେତୁ ଅନ୍ୟଏକ ରୋଗକୁ ପାଖକୁ ଆଣିବାର ବାଟ ମଧ୍ୟ ବନ୍ଦ ହୋଇଯାଇଥାଏ ।