ବଦଳି ଯାଉଛି ନୀଳ ମହାସାଗରର ରଙ୍ଗ, ଜାଣନ୍ତୁ କାହିଁକି ଘଟୁଛି ଏମିତି

ପ୍ରକୃତି ବଡ଼ ବିଚିତ୍ର । ପ୍ରକୃତି କେତେବେଳେ ଯେ କଣ ରୂପ ଦେଖାଏ ତାହା କାହାକୁ ବି ଜଣା ନଥାଏ । ଏ ଦୁନିଆରେ ଲୁଚି ରହିଛି ଅନେକ ରହସ୍ୟ । ଏ ରହସ୍ୟ ମଧ୍ୟରୁ ସମୁଦ୍ରର ରହସ୍ୟ ସମ୍ପୂର୍ଣ୍ଣ ଭିନ୍ନ । କାରଣ ଆମ ପୃଥିବୀ ୭୦ ପ୍ରତିଶତ ଜଳରେ ହିଁ ଆଚ୍ଛାଦିତ । ପିଲାବେଳୁ ଆମେ ଶୁଣି ଆସିଛୁ ସମୁଦ୍ରର ରଙ୍ଗ ନୀଳ । ନୀଳ ଜଳରାଶିରେ ଅନେକ ଜୀବଜନ୍ତୁ ବାସ କରନ୍ତି । କିନ୍ତୁ ଏହି ସମୁଦ୍ରକୁ ନେଇ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଜଣାଇବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ । ଆପଣ ସବୁବେଳେ ଦେଖି ଆସୁଥିବା ସମୁଦ୍ରର ରଙ୍ଗ ବର୍ତ୍ତମାନ ବଦଳୁଛି । ସମୁଦ୍ରର ନୀଳ ରଙ୍ଗ ବଦଳି ଏହା ଧିରେ ଧିରେ ସବୁଜ ହେବାକୁ ବସିଲାଣି । କିନ୍ତୁ ନୀଳ ମହାସାଗରର ରଙ୍ଗ କାହିଁକି ସବୁଜ ହେଉଛି ? ପ୍ରକୃତି କିଛି ଇସାରା ଦେଉନି ତ ? ଆଗକୁ କିଛି ଅଘଟଣ ଘଟିବନି ତ ? ଏଭଳି ହେବା ପଛରେ କଣ କାରଣ ରହିଛି ଆସନ୍ତୁ ଜାଣିବା ।

ନାସାର ଆକ୍ୱା ସାଟେଲାଇଟ ଦ୍ୱାରା ଜଣାପଡ଼ିଛି ଯେ ସମୁଦ୍ରର ୫୬ ପ୍ରତିଶତ ଜଳ ନୀଳରୁ ସବୁଜ ହୋଇଯାଇଛି । ଏହା ମୁଖ୍ୟତଃ ଭୂମଧ୍ୟ ରେଖା ନିକଟରେ ଥିବା ଦକ୍ଷିଣ ଭାରତ ମହାସାଗରରେ ଘଟୁଛି । ନାସାର ଆକ୍ୱା ସାଟେଲାଇଟରେ MODIS ନାମକ ସ୍ପେକ୍ଟୋ୍ରରେଡିଓମିଟରରୁ ୨୦୦୨ ରୁ ୨୦୨୨ ପର୍ଯ୍ୟନ୍ତ ୨୦ ବର୍ଷ ଧରି ରିସର୍ଚ୍ଚ କରାଯାଇଥିଲା । ରିସର୍ଚ୍ଚରୁ ମିଳିଥିବା ତଥ୍ୟ ଅନୁସାରେ ଅନୁସନ୍ଧାନକାରୀମାନେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣାକୁ ପ୍ରକାଶ କରିଛନ୍ତି।

ଆମ ପୃଥିବୀର ୭୦% ରୁ ଅଧିକ ସ୍ଥାନରେ ଥିବା ସମୁଦ୍ରଗୁଡ଼ିକ ରହସ୍ୟମୟ ଭାବରେ ନୀଳରୁ ସବୁଜ ରଙ୍ଗରେ ପରିବର୍ତ୍ତନ ହେଉଛି । ୟୁକେର ନ୍ୟାସନାଲ ଓସନଗ୍ରାଫି ସେଣ୍ଟରର ବି.ବି. କ୍ୟାଲଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି । ନାସା ଆକ୍ୱା ସାଟେଲାଇଟରୁ ନିଆଯାଇଥିବା ୨୦ ବର୍ଷର ତଥ୍ୟ ଉପରେ କରାଯାଇଥିବା ଏହି ଅନୁସନ୍ଧାନରେ ଜଣାପଡିଛି ଯେ ସମୁଦ୍ର ଜଳର ୫୬ ପ୍ରତିଶତ ଜଳ ନୀଳରୁ ସବୁଜ ହୋଇଯାଇଛି ।

ସମୁଦ୍ରର ରଙ୍ଗ ପରିବର୍ତ୍ତନ ପାଇଁ ଦାୟୀ ହେଉଛି ସମୁଦ୍ରର ଫାଇଟୋପ୍ଲାଙ୍କଟନ୍ । ଫାଇଟୋପ୍ଲାଙ୍କଟନ୍ ହେଉଛି ଏକ ସାମୁଦ୍ରିକ ଜୀବ । ଏହି ସାମୁଦ୍ରିକ ଜୀବମାନେ ସମୁଦ୍ରକୁ ସବୁଜ କରୁଛନ୍ତି । ଏହି ଜୀବ କାର୍ବନ ଡାଇଅକ୍ସାଇଡ୍ ମୁକ୍ତ କରନ୍ତି ଯାହା ଫାଇଟୋ ବ୍ଲୁମକୁ ବଢ଼ାଇଥାଏ । ଏହି ଫାଇଟୋପ୍ଲାଙ୍କଟନରେ ସବୁଜ ରଙ୍ଗର କ୍ଲୋରୋଫିଲ୍ ଥାଏ ଯେଉଁଥିପାଇଁ ସମୁଦ୍ର ସବୁଜ ଦେଖାଯାଉଛି । ୟୁକେର ସାଉଥମ୍ପଟନ୍‌ର ନ୍ୟାସନାଲ୍ ଓସେନୋଗ୍ରାଫି ସେଣ୍ଟରର ବୈଜ୍ଞାନିକ ବିବି କ୍ୟାଲ୍ ଏହି ଅଧ୍ୟୟନର ମୁଖ୍ୟ ଲେଖକ । ସମୁଦ୍ରର ରଙ୍ଗ ପରିବର୍ତ୍ତନ ହେଉଥିବା ଘଟଣା ଉପରେ ସେ ହିଁ ତଥ୍ୟ ଦେଇଛନ୍ତି ।

ବୈଜ୍ଞାନିକମାନେ ଫାଇଟୋପ୍ଲାଙ୍କଟନ୍ ବୃଦ୍ଧି ଉପରେ ନଜର ରଖିଛନ୍ତି କାରଣ ଜଳବାୟୁ ପରିବର୍ତ୍ତନ ପାଇଁ ସେମାନେ ଦାୟୀ ହୋଇପାରନ୍ତି । ନାସାର ଆଗାମୀ ମିଶନରେ PACE ସାଟେଲାଇଟ୍ ମିଶନ୍ ୨୦୨୪ରେ ଆରମ୍ଭ ହେବ, ଯାହା ଫାଇଟୋପ୍ଲାଙ୍କଟନ୍ ବିବିଧତା ଉପରେ ଅଧିକ ଅଧ୍ୟୟନ କରିବ । ବୈଜ୍ଞାନିକମାନେ ସମୁଦ୍ରରେ ଏହି ସ୍ପେସିସ୍‌ ବୃଦ୍ଧିର ଗତିକୁ କିପରି ମନ୍ଥର କରିବେ ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି ।