ଇରାନ୍‌ର ମୁସଲିମ୍‌ ଧର୍ମଗୁରୁଙ୍କ ଅଜବ ଦାବି, କରୋନା ଭ୍ୟାକ୍ସିନ୍‌ ଲଗାଇବା ଦ୍ୱାରା ସମଲିଙ୍ଗୀକ ହୋଇଯିବେ ଲୋକେ !

ବିଶ୍ୱରେ କରୋନା ଭ୍ୟାକ୍‌ସିନକୁ ନେଇ ଅନେକ ଭ୍ରାନ୍ତ ଧାରଣା ଏବଂ ମିଛ ଦାବି ସାମ୍ନାକୁ ଆସିଛି, କିନ୍ତୁ ଶେଷରେ ହିଁ ସବୁ ଜାଗାରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ହେଲେ ତଥାପି ଏବେ ବି କିଛି ଲୋକ ଅଛନ୍ତି, ଯେଉଁମାନେ ଭ୍ୟାକ୍‌ସିନ ନ ଲଗାଇବାକୁ ପରାମର୍ଶ ଦେଉଛନ୍ତି ଏବଂ ଟିକାକୁ ନେଇ ଅଜବ କଥା କହୁଛନ୍ତି। ନିକଟରେ ଇରାନ୍‌ର ଜଣେ ମୁସଲିମ୍‌ ଧର୍ମଗୁରୁ ଦାବି କରିଛନ୍ତି କି, କୋଭିଡ୍‌-୧୯ ଭ୍ୟାକ୍‌ସିନରୁ ଲୋକେ ସମଲିଙ୍ଗୀକ ହୋଇଯାଉଛନ୍ତି।

ଆୟତୁଲ୍ଲାହ ଅବ୍ଦାସ୍‌ ତବରୀଜିୟନ ସୋସିଆଲ ମିଡିଆ ଆପ୍‌ ‘ଟେଲିଗ୍ରାମ’ରେ ଏହି ଦାବି କରିଛନ୍ତି। ଟେଲିଗ୍ରାମ ଆପ୍‌ରେ ତାଙ୍କର ୨ ଲକ୍ଷ ୧୦ ହଜାର ଫଲୋୟର୍ସ ଅଛନ୍ତି। ଏକ ମିଡିଆ କମ୍ପାନୀ ମୁତାବକ, ତବରୀଜିୟନ ଲେଖିଛନ୍ତି କି, ସେହି ଲୋକଙ୍କ ପାଖକୁ ଜମାରୁ ଯାଆନ୍ତୁ ନାହିଁ, ଯେଉଁମାନେ କରୋନା ଟିକା ନେଇଛନ୍ତି। ଏମିତି ଲୋକ ସମଲିଙ୍ଗୀକ ହୋଇଯାଇଛନ୍ତି।

ପ୍ରଖ୍ୟାତ LGBTQ କ୍ୟାମ୍ପେନର ପିଟର ଟେଶେଲଙ୍କ କହିବା ହେଲା, ଏହି ବୟାନ ଟିକା ଏବଂ ସମଲିଙ୍ଗୀକ ସମୁଦାୟ, ଉଭୟଙ୍କୁ ଅପମାନ କରୁଛି। ଏହି ବିବାଦୀୟ ମୌଲବୀ ପୂର୍ବରୁ ମଧ୍ୟ େଓ୍ଵଷ୍ଟର୍ଣ୍ଣ ଔଷଧଗୁଡ଼ିକ ଉପରେ ବିଭିନ୍ନ ପ୍ରକାର ଦାବି କରିଥିଲେ। ଗତବର୍ଷ ଜାନୁଆରୀରେ ମୁସଲିମ୍‌ ଧର୍ମଗୁରୁଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଜଣେ ଆମେରିକୀୟ ବୈଜ୍ଞାନିକଙ୍କ ପୁସ୍ତକ ଜଳାଉଥିଲେ। ଇରାନ ଶାସନ ପଦ୍ଧତିରେ ସମଲିଙ୍ଗୀକତାକୁ ଦଣ୍ଡନୀୟ ଅପରାଧ କରାଯାଇଛି। କୁହାଯାଏ କି, ୧୯୭୯ର ଇସ୍‌ଲାମିକ କ୍ରାନ୍ତି ପରଠୁ ଦେଶରେ ହଜାର ହଜାର ସମଲିଙ୍ଗୀଙ୍କୁ ଫାଶି ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.