ଓଡିଆ ଝିଅ ଲାବନ୍ୟା ଦାସ, ମିସ୍ ଟିନ୍ ଆଇକନ୍ ଇଣ୍ଟରନ୍ୟାସନାଲ୍ ପ୍ରତିଯୋଗିତାରେ ନେବେ ଭାଗ

ସର୍ବଭାରତୀୟ ସ୍ତରରେ ଆମ ଓଡ଼ିଆ ଝିଅଙ୍କ ବାଜିମାତ । ଏବେ ଜାତୀୟ ସ୍ତରରେ ଚମକିବେ ଓଡିଆ ଝିଅ ଲାବନ୍ୟା ଦାସ । ପ୍ରଥମ ଏବଂ ଏକମାତ୍ର ଓଡ଼ିଆ ପ୍ରତିଯୋଗୀ ଭାବେ କମ୍ବୋଡିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ମିସ୍ ଟିନ୍ ଆଇକନ୍ ଇଣ୍ଟରନ୍ୟାସନାଲ୍ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ବର୍ତ୍ତମାନ ସେ କିଛି ସ୍ପେସାଲିଷ୍ଟ ଏବଂ ଏକ୍ସପର୍ଟଙ୍କ ସହିତ ଦିଲ୍ଲୀରେ ଏହି ବିଶ୍ଵସ୍ତରୀୟ ପ୍ରତିଯୋଗିତା ପାଇଁ ଅଭ୍ୟାସ କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ଲାବନ୍ୟା ଅନେକ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ଓଡିଶାର ଟେକ ରଖିଛନ୍ତି । ଓଡ଼ିଆ ଝିଅ ମାନେ ବହୁତ ଟ୍ୟାଲେଣ୍ଟେଡ୍ ଓ ପରିଶ୍ରମୀ ବୋଲି କୁହନ୍ତି ଲାବନ୍ୟା । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।
Also read: କେବିସି ହଟ ସିଟରେ ଓଡ଼ିଆ ଝିଅ, ଅମିତାଭଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇ ଜିତିଲେ ଅର୍ଥରାଶି