ସ୍ପେଶାଲ

ରୋଜଗାର ପାଇଁ ଦାଦନ ଖଟିବାକୁ ଯାଉଛନ୍ତି ଗୀତିକାର ହିରଣ୍ୟ ବେହେରା

କାକଟପୁର (ଲୋକନାଥ ସ୍ୱାଇଁ, କେନ୍ୟୁଜ୍‌) : କେତେବେଳେ ନଈ କୂଳରେ ତ କେତେବେଳେ ଫୁଲ ବଗିଚାରେ ବସି କଣ ସବୁ ଲେଖି ଚାଲନ୍ତି ଯୁବକ ଜଣକ । ସବୁବେଳେ ମନରେ କିଛି ଭାବୁଥାନ୍ତି ଆଉ ମନକୁ ଭଲ ଲାଗିଲେ ତାକୁ କଲମ ଦ୍ୱାରା କାଗଜ ଉପରେ ଉତାରି ଦିଅନ୍ତି । ବୋଧହୁଏ ଆପଣମାନେ ତାଙ୍କୁ ଭଲ ଭାବେ ଚିହ୍ନି ନଥିବେ । ହେଲେ ତାଙ୍କ ଗୀତ ସହିତ ନିଶ୍ଚୟ ଆପଣ ପରିଚିତ ଥିବେ । ଇଏ ହେଉଛନ୍ତି ହିରଣ୍ୟ ବେହେରା । ଓଲିଉଡ୍‌ରେ ଅନେକ ଚଳଚ୍ଚିତ୍ର ପାଇଁ କେତେ କେତେ ହିଟ୍‌ ଗୀତ ଲେଖିଛନ୍ତି । ଆଉ ତାକୁ ଗାଇଛନ୍ତି ମୁମ୍ବାଇର ଏବଂ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀମାନେ । ଏଥିପାଇଁ ଖୁବ୍‌ ପ୍ରଶଂସା ବି ମିଳିଛି ତାଙ୍କୁ । ହେଲେ ପ୍ରଶଂସାରେ ପେଟ ପୂରେନା । ପେଟ ପୂରେ ଖାଦ୍ୟରେ ଏବଂ ଖାଦ୍ୟ କିଣିବାକୁ ପଡ଼େ ଟଙ୍କା ପଇସା ଦେଇ । ଇଏ ହେଉଛନ୍ତି ଗୀତିକାର ହିରଣ୍ୟ ବେହେରା ।

ନିପଟ ମଫସଲର ଜଣେ କଳା ସାଧକ ହିରଣ୍ୟଙ୍କ ଘର ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସହନ ଗାଁର । ଝାଟିମାଟିର କୁଡିଆ ଘରେ ହିରଣ୍ୟଙ୍କ ପରିବାର ସହିତି ଦାରିଦ୍ର୍ୟ ବସା ବାନ୍ଧିଛି । ତାକୁ ଯେମିତି ବନ୍ଧୁ ଭାବେ ଧରି ନେଇଛନ୍ତି ହିରଣ୍ୟ । ତେବେ ଏସବୁ ଭିତରେ କିନ୍ତୁ ନିଜର ପ୍ରତିଭାକୁ କେବେ ବି ମରିବାକୁ ଦେଇ ନାହାନ୍ତି ସେ । ଭୋକିଲା ପେଟକୁ ଶାନ୍ତ କରାଇବା ପାଇଁ ଅଞ୍ଜୁଳାଏ ପାଣି ପିଇ ଗାଁ ନଦୀର କୂଳରେ ବସି ଖୋଜିବାକୁ ଚେଷ୍ଟା କରିଛନ୍ତି ମନର ନାୟିକାକୁ । ଆଉ ଅଜାଣତରେ ତାଙ୍କରି ହାତରେ ଧଳା କାଗଜ ଉପରେ ଆଙ୍କି ହୋଇଯାଇଛି କେତେ କେତେ ଗୀତ କବିତା ।
ବଲିଉଡ୍‌୍‌ର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣଙ୍କ ସହ ଓଡ଼ିଶାର ଆଗଧାଡିର କଳାକାର ହ୍ୟୁମାନ ସାଗର, ଦୀପ୍ତିରେଖା, ପଙ୍କଜ ଜାଲ, ଇରା ମହାନ୍ତି, ସୌରଭ, କୁମାର ବାପି, ଶୈଳଭାମା ଏବଂ ଭାଇରାଲ ବୟ ଶାନ୍ତନୁଙ୍କ ଭଳି ଅନେକ କଣ୍ଠଶିଳ୍ପୀ ତାଙ୍କ ଲେଖା ଗୀତ ଗାଇ ସାରିଛନ୍ତି । ପରିବାର କହିଲେ ବାପା, ମା, ଭାଇ ଓ ପତ୍ନୀଙ୍କ ସହ ଦୁଇ ସନ୍ତାନ । ହିରଣ୍ୟ ହେଉଛନ୍ତି ପରିବାର ବଡ଼ ପୁଅ । ଗୀତ ତାଙ୍କର ସିନା ବିଶିଷ୍ଟ କଳାକାରଙ୍କ କଣ୍ଠରୁ ଝରି ଶ୍ରୋତାଙ୍କ ମୁହଁରେ ଗୁଣୁଗୁଣାଉଛି ହେଲେ ଏଥିରୁ କଣ ପେଟ ପରୁଛି କି ? ନିଜ ପେଟ ତ ଖାଲି ରହୁଛି ପରିବାର ପୋଷିବେ କଣ ? ତେଣୁ ହିରଣ୍ୟ ରୋଜଗାର ପାଇଁ ବାହାର ରାଜ୍ଯକୁ ଦାଦନ ଖଟିବା ପାଇଁ ଚାଲି ଯାଆନ୍ତି । ସେଠି ମାସକୁ ଯେଉଁ ୧୫ ହଜାର ଟଙ୍କା ମିଳେ ସେଥିରେ ନିଜେ ଚଳି ଘରକୁ କିଛି କିଛି ପଠାଇ ଦିଅନ୍ତି । ତାରି ଭିତରେ ସମୟ ବାହାର କରି ଗାଁକୁ ଆସି ଗୀତ ଲେଖନ୍ତି । ହେଲେ ଗୀତ ଲେଖିବା ସମୟରେ ରୋଜଗାର ଉପରେ ପ୍ରଭାବ ପଡ଼େ । ତଥାପି ସେ ନିଜ ନିଶା ପାଇଁ ଭୋକର ଦାଉକୁ ବି ସହି ଯାଆନ୍ତି ।..

ଅନେକ ସମୟରେ ଏହି ଗୀତ ଲେଖାକୁ ନେଇ ପରିବାର ଲୋକଙ୍କ ଠାରୁ ଗାଳି ଶୁଣିବାକୁ ପଡିଛି ହିରଣ୍ୟଙ୍କୁ । ଘରର ବଡ ପୁଅ ହିସାବରେ ପରିବାର ଚଳାଇବା ତାଙ୍କର ଦାୟିତ୍ୱ । ହେଲେ ନିଜର ଗୀତ ଲେଖା ନିଶା ଯୋଗୁଁ ସେ ପରିବାର ପ୍ରତି ପୂରା ଧ୍ୟାନ ଦେଇ ପାରନ୍ତି ନାହିଁ । ତେଣୁ ଅଭାବ ସାଜେ ତାଙ୍କ ସୃଜନଶୀଳତାରେ ପ୍ରତିବନ୍ଧକ । ଆଜି ବି ହିରଣ୍ୟଙ୍କ ପରିବାର ଅଧାଭଙ୍ଗା ଝାଟିମାଟି କାନ୍ଥ ଆଉ ନଡା ଛପର ଘର ଉପରେ ପଲିଥିନ ଢାଙ୍କି ରହୁଛନ୍ତି ।

ଏଇ ଦାରିଦ୍ର୍ୟ କାରଣରୁୁ ହିରଣ୍ୟଙ୍କୁ ଅଧାରୁ ପାଠପଢ଼ାରେ ଡୋରି ବାନ୍ଧିବାକୁ ପଡିଥିଲା । ପାଠପଢା ବନ୍ଦ ହେବା ପରେ ହିରଣ୍ଯ ଛୋଟ ଛୋଟ ଗୀତ ଲେଖିବା ଆରମ୍ଭ କଲେ । ଧୀରେ ଧୀରେ ଭଜନ, ଆଧୁନିକ ଭଳି ଅନେକ ଗୀତ ଲେଖିଲେ । ସେହିସବୁ ଗୀତ ରିଲିଜ କରିବା ପାଇଁ ଇଚ୍ଛା କଲେ କିନ୍ତୁ ଇଣ୍ଡଷ୍ଟ୍ରିରେ କୌଣସି ଚିହ୍ନା ପରିଚିତ ଲୋକ ନଥିବାରୁ ଗୀତ ଖାତା ଭିତରେ ସେମିତି ପଡ଼ି ରହିଲା ସୁନ୍ଦର ସୁନ୍ଦର ଗୀତ ସବୁ । ଅଚାନକ ଦିନେ ଜଣେ ବ୍ୟକ୍ତଙ୍କ ସହାୟତାରେ ଜଣେ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ ପରିଚୟ ହେଲା ଆଉ ପ୍ରଥମେ ୨୦୧୦ ମସିହାରେ ତାଙ୍କର ଗୋଟିଏ ଗୀତ ରିଲିଜ ହେଲା । ତା ପର ଠାରୁ ହିରଣ୍ଯଙ୍କର ଅନେକ ଗୀତ ବଲିଉଡ ଏବଂ ଓଲିଉଡ୍‌୍‌ର ଖ୍ଯାତନାମା କଣ୍ଠଶିଳ୍ପୀ ଗାଇ ସାରିଛନ୍ତି କିନ୍ତୁ ତା ବଦଳରେ ତାଙ୍କୁ ଯାହା ପାରିଶ୍ରମିକ ମିଳେ ସିଏ ପକେଟ୍‌କୁ ନିଅଣ୍ଟ । ସେଥିଲାଗି ତାଙ୍କୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ପାଇଁ ହୁଏ । ଏପଟେ ଗରିବ ପରିବର ହିସାବରେ ତାଙ୍କୁ ଆବାସ ଯୋଜନାରେ ଘର ମିଳି ନାହିଁ କିମ୍ବା ଅନ୍ୟ କୌଣସି ସରକାରୀ ଯୋଜନାରେ ସାମିଲ ହୋଇ ପାରି ନାହାନ୍ତି ।
ଆଶା କରୁଛୁ ଜଣେ ଯୁବ ପ୍ରତିଭା ତଥା ଦୁଃସ୍ଥ କଳାକାର ହିରଣ୍ୟ ବେହେରାଙ୍କ ପାଇଁ ଚିନ୍ତା କରିବେ ତାଙ୍କରି ଶ୍ରୋତାମାନେ । ସିନେମାର ଦର୍ଶକ ଓ ସହ କଳାକାରମାନେ ।

 

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

14 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

27 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

36 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

39 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago