ଢେଙ୍କାନାଳ : ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ । ହସ୍ତୀ ଦିବସ ଅବସରରେ କପିଳାସ ଠାରେ ଥିବା ହାତୀ ଉଧାର କେନ୍ଦ୍ରରେ ପ୍ରତିବର୍ଷ ଭଳି ପାଳିତ ହେଉଛି ହାତୀ ଦିବସ । ହାତୀ ମାନଙ୍କୁ ସୁସଜିତ କରି ବିଭିନ୍ନ ସୁସ୍ଵାଦ ଫଳ ଖାଇବାପାଇଁ ଦିଆ ଯାଇଥାଏ । ଜିଲ୍ଲାରେ କପିଳାସ, ସଦର, ଷଡ଼ଙ୍ଗୀ , ହିନ୍ଦୋଳ ,କାମାକ୍ଷାନଗର, ଭୁବନ ଏବଂ ମହାବୀର ରୋଡ଼ ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ୨ଟି ରେଞ୍ଜ ଥିବା ବେଳେ ମୋଟ ୮ଟି ରେଞ୍ଜ ରହିଛି ।
ରାଜ୍ୟରେ ହାତୀ ଗଣନା ଅନୁଯାୟୀ ରାଜ୍ୟରେ ସର୍ବାଧିକ ଢେଙ୍କାନାଳ ଜିଲ୍ଲାରେ ୨୩୯ ହାତୀ ଥିବା କୁହାଯାଉଛି । ଜିଲ୍ଲାରେ ସବୁଜିମା, ଉପଯୁକ୍ତ ପରିବେଶ, ଘଞ୍ଚ ଜଙ୍ଗଲ ଓ ପିଇବା ପାଣି ସୁବିଧା ଥିବାରୁ ହାତୀମାନେ ବାହାର ଜିଲ୍ଲାରୁ ଆସି ଏଠି ରହୁଛନ୍ତି । ହାତୀମାନେ ଛୁଆ ଜନ୍ମ କରି ବଂଶ ବୃଦ୍ଧି କରୁଛନ୍ତି । ହାତୀ ମେଳରେ ଅନେକ ଛୁଆ ହାତୀ ଦେଖିବାକୁ ମିଳୁଛି । କେତେ ବେଳେ ହାତୀ ମଣିଷ ମାରିବା ସହ ଘରଦ୍ଵାର ଭାଙ୍ଗୁଛି ତ, ଫସଲ ନଷ୍ଟ କରୁଛି । ଆଉ କେତେ ବେଳେ ଜନ୍ତୁ ଶିକାରୀ ବିଛାଉ ଥିବା ବିଦ୍ୟୁତ ତାରର ଲାଗି ହାତୀ ମୃତ୍ୟୁ ହେଉଛି । ଆଉ କେଉଠି ଟ୍ରକ ଦୁର୍ଘଟଣା ଘଟି ହାତୀ ମୃତ୍ୟୁ ହେଉଛି ।
୫୫ନଂ ଜାତୀୟ ରାଜପଥ ବହୁ ସମୟରେ ଗାଡ଼ି ମଟର ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହେଉଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ବନବିଭାଗ ପାଇଁ ଚିନ୍ତା ବଢାଉଛି । ଓଡ଼ାପଡ଼ା ବ୍ଲକ ହିନ୍ଦୋଳ ମହାବୀର ରୋଡ଼ ଅଞ୍ଚଳରେ ଅନେକ ସମୟରେ ୪୦ ଟିକିଆ ୩୦ , ୩୨ ଟିକିଆ ହାତୀ ପଲ୍ଲ ଅଛନ୍ତି । ଗୋଟିଏ ବର୍ଷରେ ୧୩ ଟି ହାତୀ ବିଭିନ୍ନ କାରଣରୁ ମୃତ୍ୟୁବରଣ କରିଥିବା ବେଳ ଅନେକ ଧନ ଜୀବନ ଯିବା ସହ ଚାଷ ଉଜୁଡି ଯାଇଛି । କପିଳାସ ହାତୀ ଉଧାର କେନ୍ଦ୍ରକୁ ୩ଟି ହାତୀକୁ ଟ୍ରେନିଂ ପାଇଁ କୁମାର ଖୁଣ୍ଟି ପଠାଯାଇଛି । ଟ୍ରେନିଂ ପରେ ବଣୁଆ ହାତୀମାନଙ୍କୁ ଜଗିବା ସହ ଘଉଡାଇବା କାର୍ଯ୍ୟରେ ସହଯୋଗ କରିବେ । ଆଗାମୀ ଦିନର ହାତୀ ସୁରକ୍ଷା ପାଇଁ ସ୍ଥାୟୀ କରିଡର କରାଯିବ ବୋଲି ଜିଲ୍ଲା ବନଖଣ୍ଡ କହିଛନ୍ତି ।