ନିଶା ପାଇଁ ହାଇ ସାଲାରୀ ଚାକିରି ଛାଡି ଗାଁରେ କିଛି ଏପରି କରି ଏବେ ଚର୍ଚ୍ଚାରେ ସିଦ୍ଧାର୍ଥ

ସାଲେପୁର (କେନ୍ୟୁଜ) : ଯେତେବେଳେ ନିଶା ପେଶା ହୋଇ ଯାଏ ସେତେବେଳେ ଜୀବନ ଜିଇବାର ଆନନ୍ଦ କିଛି ଅଲଗା ଅନୁଭୂତି ଦିଏ । ପିଲାଟି ଦିନରୁ ଏରୋପ୍ଲେନ, ହେଲିକେପ୍ଟେର୍ ରବୋର୍ଟ ବୋର୍ଟ ପ୍ରତି ବେସ୍ ଆକର୍ଷିତ ଥିଲେ । ଏସବୁକୁ ତିଆରି କରିବା ଆଗ୍ରହ ସବୁବେଳେ ମନରେ ରହିଥିଲା ଆଉ ବଡ଼ ହେଲେ ଜଣେ ପାଇଲଟ ହେବାର ସ୍ୱପ୍ନ ଦେଖି ଥିଲେ । ହେଲେ ହେଉ ହେଉ ହେଇ ଗଲେ ଜଣେ ମେକାନିକାଲ ଇଂଜିନିୟର । ତଥାପି ମନ ଭିତରେ ହେଲିକେପ୍ଟର ର୍ନିମାଣ କରିବା ଦୁର୍ବଳତା ତାଙ୍କୁ ହେଲିକେପ୍ଟର ରବର୍ଟ ବୋର୍ଟ ଆଦି ଆଡକୁ ସବୁ ସମୟରେ ଆକର୍ଷିତ କରୁଥିଲା । ଏହା ପରେ ସେ ଉଚ୍ଚବେତନ ଚାକିରିକୁ ଛାଡ଼ି ନିଜ ଘରକୁ ଫେରି ଆସିଲେ। ହେଲିକପ୍ଟର୍ ରବର୍ଟ ବୋର୍ଟ ଆଦି ତିଆରି ଆରମ୍ଭ କଲେ । ଆଉ ତାଙ୍କର ପ୍ରସ୍ତୁତ ଏହି ସବୁ ଏବେ ବିଭିନ୍ନ ବୈଶୟିକ ଶିକ୍ଷା ଅନୁଷ୍ଠାନ ଓ ସେମିନାର ଏଜ୍ଜୁବିଷନରେ ସ୍ଥାନ ପାଉଛି । ଏଭଳି ଜଣେ ଯୁବଙ୍କ କାର୍ଯ୍ଯ ଏବେ ସମସ୍ତଙ୍କୁ ଆକୃଷ୍ଟ କରୁଛି।

କଟକ ସାଲେପୁର ନିକଟ ସିଶୁଆ ଗାଁର ସିଦ୍ଧାର୍ଥ ବେହେରା । ମେକାନିକାଲ ଇଂଜିନିୟରିଂରେ ଡିଗ୍ରୀ ହାସଲ ପରେ ୩ ବର୍ଷ ଧରି ଏକ ପ୍ରତିଷ୍ଠିତ କମ୍ପାନୀରେ ଭଲ ବେତନରେ ମେକାନୀକାଲ ଇଂଜିନିୟର ଭାବେ କାର୍ଯ୍ଯ କରୁଥିଲେ । ମାତ୍ର ହେଲିକପ୍ଟର ତିଆରି କରିବା ନିଶା ତାଙ୍କୁ ନିଜ ଗାଁକୁ ଫେରାଇ ଆଣିଲା । ଆଉ ଆଜିକୁ ୪ ବର୍ଷ ହେବ ନିଜ ଗାଁରେ ପ୍ରସ୍ତୁତ କରୁଛନ୍ତି ମିନି ହେଲିକପ୍ଟର ରବର୍ଟ ବୋର୍ଟ । ନିଜ ଚେଷ୍ଠା ନିଷ୍ଠା ପରାକାଷ୍ଠା ବଳରେ ଧୀରେ ଧୀରେ ସଫଳ ହେବାକୁ ଯାଉଛନ୍ତି । ଦେଶୀୟ ବିଦେଶୀ ସରଞ୍ଜାମରେ ପ୍ରସ୍ତୁତ ଏହି ସବୁ ଏବେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସମେତ ସେମିନାର ମାନଂକରେ ମଡେଲ ଭାବେ ସ୍ଥାନ ପାଉଛି। ପ୍ରଥମେ ଏହାକୁ ପରୀକ୍ଷା ମୂଳକ ଭାବେ ନିଜ ଗାଁ ରେ ଏହି ମିନି ହେଲିକେପ୍ଟେରକୁ ଆକାଶରେ ଉଡାଇ ବୋର୍ଟକୁ ପାଣିରେ ଚଲାଇବା ପରେ ବିଭିନ୍ନ ସ୍ଥାନକୁ ଯାଇ ଥାଏ । ଆଉ ଏ ବାଦରେ ମଧ୍ୟ ସିଦ୍ଧାର୍ଥଙ୍କୁ ପାରିଶ୍ରମିକ ମିଳି ଥାଏ । ଆଜି ପର୍ଯ୍ଯନ୍ତ ସିଦ୍ଧାର୍ଥ ୨୦ ରୁ ଉର୍ଦ୍ଧ୍ୱ ମିନି ହେଲିକପ୍ଟର୍ ରବର୍ଟ ବୋର୍ଟ ଡ୍ରୋନ୍ ଆଦି ନିର୍ମାଣ କରିସାରିଛନ୍ତି । ଏସବୁ କାର୍ଯ୍ଯରେ ପୁନେରେ କାର୍ଯ୍ଯରତ ସଂପର୍କିୟ ଭାଇ ତାଙ୍କୁ ଉତ୍ସାହିତ କରୁ ଥିବା ବେଳେ ଛୁଟିରେ ଆସି ତାଙ୍କୁ କାର୍ଯ୍ଯରେ ସହଯୋଗ କରନ୍ତି ।

ଏବେ ଏକ ଯାତ୍ରୀବାହି ହେଲିକେପ୍ଟେର୍ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଯାହା ୨୦୨୫ ସୁଦ୍ଧା ସମ୍ପୁର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖିଛନ୍ତି ସିଦ୍ଧାର୍ଥ। ସେ ଆଶା ରଖିଛନ୍ତି ଓଡିଶା ପାଇଁ କିଛି କରିବାକୁ। ଆଉ ଏଥିପାଇଁ ରାଜ୍ଯ ସରକାର ସହଯୋଗ କଲେ ଖୁବ୍ ଶୀଘ୍ର ତାଙ୍କ ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି ସିଦ୍ଧାର୍ଥ। ଏହି ସବୁ ପ୍ରସ୍ତୁତି ପାଇଁ ବିଭିନ୍ନ ସରଞ୍ଜାମ ଯୋଗାଡ଼ କରିବାକୁ ପଡ଼ି ଥାଏ ବାହାରୁ ମଧ୍ୟ କିଛି ବୈଦୁତିକ ସରଞ୍ଜାମ ଅନଲାଇନ ରେ କ୍ରୟ କରିବାକୁ ପଡେ ଏଥିପାଇଁ ବିଭିନ୍ନ ସମୟରେ ଅର୍ଥ ମଧ୍ୟ ବାଧକ ଦେଖା ଦେଇ ଥାଏ ତଥାପି ମଧ୍ୟ ସିଦ୍ଧାର୍ଥ କେବେ ବିଚଳିତ ହୋଇ ନାହାନ୍ତି । ଗାଁ ଏବଂ ଆଖ ପାଖର ଲୋକେ ଉଡାଣ ଦେଖିବାକୁ ଆସି ଥାନ୍ତି । ଏହି ସବୁ ନିର୍ମାଣ ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ସାର୍ଟିଫିକେଟ ପାଇଛନ୍ତି । ପିଲାଦିନରୁ ଏହି କାର୍ଯ୍ଯ ପାଇଁ ଆଗ୍ରହ ରହିଥିଲା ସିଦ୍ଧାର୍ଥଙ୍କର। ସେଇଥିପାଇଁ ଚାକିରି ଛାଡ଼ି ଏବେ ହେଲିକପ୍ଟର ର୍ନିମାଣ ନିଶା ତାଙ୍କୁ ପାଗଳ କରିଛି ।

ଯେଉଁଦିନ ଯାତ୍ରୀବାହୀ ହେଲିକପ୍ଟର ନିର୍ମାଣ ସରିବ ସିଦ୍ଧାର୍ଥର ସ୍ୱପ୍ନ ପୂରଣ ହେବା ସହ ନିଜ ପୁଅ ଓଡିଶା ମାଟି ପାଇଁ କିଛି କରିଦେଖାଇଲେ ବହୁତ ଖୁସି ହେବେ ବୋଲି କହିଛନ୍ତି ସିଦ୍ଧାର୍ଥଙ୍କ ପରିବାର। ଏଥିସହ ରାଜ୍ଯ ସରକାର ନିଜ ପୁଅକୁ କିଛି ସହଯୋଗ କରନ୍ତୁ ବୋଲି ବାପା ମା କହିଛନ୍ତି । ଯୁବ ଇଂଜିନିୟର ସିଦ୍ଧାର୍ଥଙ୍କ ପ୍ରତିଭା ଆଗାମୀ ଦିନରେ ନିଶ୍ଚିନ୍ତ ଓଡିଶା ପାଇଁ ଗୌରବ ଆଣିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.