ପିକ୍ନିକ୍ ପାଇଁ ଯାଜପୁର ମହାବିନାୟକରେ ଜମୁଛି ଭିଡ଼ , ଦିଅଁ ଦର୍ଶନ ସହ ବଣଭୋଜିର ମଜା ନେଉଛନ୍ତି ପର୍ୟ୍ୟଟକ

ଯାଜପୁର(କେନ୍ୟୁଜ୍) : ଯାଜପୁର ଜିଲ୍ଲାର ମହାବିନାୟକ ଆମ ରାଜ୍ୟର ଏକ ପ୍ରମୁଖ ଧାର୍ମିକ ସ୍ଥଳ । ପ୍ରକୃତି କୋଳରେ ଏଠି ପୂଜା ପାଉଛନ୍ତି ପଞ୍ଚ ଦେବତା। ଗଣେଶ, ବିଷ୍ଣୁ, ଶିବ, ସୂର୍ୟ୍ୟ ଓ ଦୁର୍ଗାଙ୍କ ମିଳନ ହୋଇଛି ଏ ସ୍ଥାନରେ । ତା ସହିତ ପାହାଡ଼ ଶୀର୍ଷରେ ବନଦୁର୍ଗାଙ୍କ ମନ୍ଦିର ।
ଏଠାକୁ ଆସୁଥିବା ପର୍ୟ୍ୟଟକ ଦିଅଁ ଦର୍ଶନ ଓ ବଣଭୋଜିର ମଜା ନେଉଛନ୍ତି । ଅନୁକୂଳ ପାଗ ସହିତ ବଣ, ପାହାଡ଼ ଓ ଝରଣାର ସୌନ୍ଦର୍ୟ୍ୟ ସମସ୍ତଙ୍କୁ ଅବିଭୂତ କରୁଛି । କେବଳ ଶୀତଦିନ ନୁହେଁ ବର୍ଷ ତମାମ୍ ଏ ସ୍ଥାନରେ ଦେଖିବାକୁ ମିଳେ ପର୍ୟ୍ୟଟକଙ୍କ ଭିଡ଼ ।
ନୂଆବର୍ଷ ସପ୍ତାହ ହୋଇଥିବାରୁ ବେଶ୍ ଚଳଚଞ୍ଚଳ ଯାଜପୁର ଜିଲ୍ଲା ମହାବିନାୟକ । ଏଠି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ରହିଥିବାରୁ ଲୋକେ ବହୁସଂଖ୍ୟାରେ ଆସି ପହଞ୍ଚୁଛନ୍ତି । ଲୋକଙ୍କ ଭିଡ଼କୁ ଦେଖି ବାଜର ମଧ୍ୟ ଖୋଲାଯାଇଛି । ମନ୍ଦିର ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଠି ପର୍ୟ୍ୟଟକ କିଭଳି ସୁରୁଖୁରୁରେ ବୁଲାବୁଲି କରିବା ସହ ବଣଭୋଜି କରିପାରିବେ ତାର ସମସ୍ତ ସୁବନ୍ଦୋବସ୍ତ କରାଯାଇଛି ।