ପ୍ରଭୁ ଗଣେଶ ଏବଂ ଭଗବାନ ବିଷ୍ଣୁଙ୍କୁ ପସନ୍ଦ ଗେଣ୍ଡୁ ଫୁଲ, ଜାଣନ୍ତୁ କେଉଁଦିନ ଅର୍ପଣ କରିଲେ ମିଳେ ଶୁଭ ଫଳ

ଶାସ୍ତ୍ରରେ ଫୁଲର ବିଶେଷ ମହତ୍ତ୍ୱ ରହିଥାଏ। କୁହାଯାଏ କି, କୌଣସି ଦେବତାଙ୍କୁ ଜଲଦି ପ୍ରସନ୍ନ କରିବା କିମ୍ବା କୃପା ପାଇବା ପାଇଁ ପ୍ରିୟ ଫୁଲ ଅର୍ପଣ କରିବା ଜରୁରୀ। ମାନ୍ୟତା ଅନୁସାରେ, ଦେବାଦେବୀଙ୍କ ସତେଜ ଏବଂ ପ୍ରିୟ ଫୁଲ ଅର୍ପଣ କରାଯାଏ, ତେବେ ଭକ୍ତର ମନସ୍କାମନା ଜଲଦି ପୂର୍ଣ୍ଣ ହୁଏ। ଶୀତ ଦିନରେ ଗେଣ୍ଡୁ ଫୁଲ ବେଶି ଫୁଟିଥାଏ। ଏହି ଦିନେ ଗେଣ୍ଡୁ ଫୁଲ ଅଧିକ ମାତ୍ରାରେ ଫୁଟିଥାଏ। ଏହା ଆମ ବାଡ଼ି, ବଗିଚା ଏବଂ ଘର ଆଖପାଖରେ ସହଜରେ ମିଳିଯାଇଥାଏ। ମୁଖ୍ୟତଃ ସାଜସଜ୍ଜା ପାଇଁ ଗେଣ୍ଡୁ ଫୁଲ ବ୍ୟବହାର କରାଯାଇଥାଏ। ଅବଶ୍ୟ ଆଜିକାଲି ହାଇବ୍ରିଡ ଉପାୟରେ ଗେଣ୍ଡୁ ଫୁଲ ସବୁବେଳେ ଚାଷ କରାଯାଉଛି । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଗେଣ୍ଡୁଫୁଲକୁ କେଉଁ ଦେବତାଙ୍କର ପ୍ରିୟ ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ଘରର କେଉଁ ଦିଗରେ ଲଗାଇବା ଜରୁରୀ।
ହିନ୍ଦୁ ଧର୍ମରେ ପୂଜା ପାଠ କିମ୍ବା ଧାର୍ମିକ ଅନୁଷ୍ଠାନରେ ଗେଣ୍ଡୁ ଫୁଲର ବ୍ୟବହାର ଶୁଭ ବୋଲି କୁହାଯାଏ। ଭଗବାନ ଗଣେଶ ଏବଂ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ହୋଇଥାଏ ଗେଣ୍ଡୁ ଫୁଲ।। ତେଣୁ ବିଷ୍ଣୁ ଏବଂ ଗଣେଶକୁ ବୁଧବାର ଏବଂ ଗୁରୁବାର ଗେଣ୍ଡୁ ଫୁଲ ଅର୍ପଣ କରିବେ। ମାଙ୍ଗଳିକ କାର୍ଯ୍ୟରେ ଗେଣ୍ଡୁ ଫୁଲର ବ୍ୟବହାର ଶୁଭ ବୋଲି କୁହାଯାଏ। ଏହାଛଡା ଘର ସଜାଇବା କିମ୍ବା ଶୁଭ କାର୍ଯ୍ୟ ପାଇଁ ଗେଣ୍ଡୁ ଫୁଲ ବ୍ୟବହାର କରାଯାଏ।
ଉଭୟ ନାଲି ଓ ହଳଦିଆ ଗେଣ୍ଡୁ ଗଣେଶଙ୍କୁ ଖୁବ ପସନ୍ଦ ହୋଇଥାଏ । ଯଦି ଆପଣ ବୁଧବାର ଦିନ ଗଣେଶଙ୍କୁ ଗେଣ୍ଡୁ ଅର୍ପଣ କରନ୍ତି ତେବେ ଅନେକ ଗ୍ରହ ସମସ୍ୟା ଦୂର ହୋଇଥାଏ ।
ମାନ୍ୟତା ଅନୁସାରେ ପୂଜାରେ ନିୟମିତ ଭାବେ ଭଗବାନ ବିଷ୍ଣୁ ଏବଂ ଗଣେଶଙ୍କୁ ଗେଣ୍ଡୁ ଫୁଲ ଅର୍ପଣ କରିବା ଦ୍ୱାରା ଘରେ ସୁଖ ଶାନ୍ତି ରହିଥାଏ। ଏହା ସହିତ ଘରେ ସନ୍ତାନ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ। କିନ୍ତୁ ଭଗବାନଙ୍କୁ ଫୁଲ ଅର୍ପଣ କରିବା ସମୟରେ ସବୁବେଳେ ସତେଜ ଫୁଲ ଅର୍ପଣ କରିବେ ତାହା ଧ୍ୟାନ ରଖନ୍ତୁ।
ବାସ୍ତୁଶାସ୍ତ୍ରରେ ଗେଣ୍ଡୁ ଫୁଲର ବିଶେଷ ମହତ୍ତ୍ୱ ରହିଥାଏ। ଗେଣ୍ଡୁ ଫୁଲକୁ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ। ଏହାକୁ ଘରର ଉତ୍ତର ପୂର୍ବ ଦିଗରେ ଲଗାଇବା ଶୁଭ ହୋଇଥାଏ। କେବଳ ଏତିକି ନୁହେଁ, ଏହାକୁ ଘରେ ଲଗାଇବା ଦ୍ୱାରା ସକାରାତ୍ମକ ଉର୍ଜା ବାସ କରିଥାଏ। ଗେଣ୍ଡୁ ଫୁଲ ଏକମାତ୍ର ଫୁଲ, ଯାହାକୁ ପୂଜା ଏବଂ ଶୁଭ କାର୍ଯ୍ୟରେ ଅଧିକ ବ୍ୟବହାର କରାଯାଏ।
ଗେଣ୍ଡୁ ଫୁଲର ଔଷଧୀୟ ବ୍ୟବହାର :
ଗେଣ୍ଡୁ ଫୁଲ ପତ୍ରକୁ ଗୋଲମାରିଚ ସହ ବାଟି ଏହାର ରସ ମିଶାଇ ପିଇଲେ ପାଇଲ୍ସ ଠିକ୍ ହୋଇଥାଏ। ତେବେ ଏହାକୁ ଆପଣ ପ୍ରତ୍ୟେକ ଦିନ ପିଇ ପାରିବେ। ଏହା ଆପଣଙ୍କ ରୋଗକୁ ଖୁବ୍ ଶୀଘ୍ର ଠିକ୍ କରିବାରେ ସାହାଯ୍ୟ କରିବ।
ଯଦି ଆପଣଙ୍କ ଗୋଡ଼ କିମ୍ବା ହାତ ଶରୀରର କୌଣସି ଅଙ୍ଗରେ ଆଘାତ ଲାଗି ତାହା ଫୁଲିଯାଏ ତେବେ ଆପଣ ଗେଣ୍ଡୁ ପତ୍ରକୁ ପାଣିରେ ସିଝାଇ ସେହି ଫୁଲିଥିବା ସ୍ଥାନରେ ବାନ୍ଧିଲେ ଫୁଲା ମଧ୍ୟ କମେ ଓ ଆପଣଙ୍କୁ ଆରାମ ମିଳିବ।
ଗରମ ପାଣିରେ ଗେଣ୍ଡୁ ପତ୍ର ପକାଇ ତାକୁ ଭଲ ଭାବେ ଫୁଟାନ୍ତୁ ଓ ଏହା ପରେ ଏହି ପାଣିରେ କୁଳୁକୁଚା କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଦାନ୍ତ ଦରଜ ଖୁବ୍ ଶୀଘ୍ର କମିବ।