ଜନ୍ମାଷ୍ଟମୀର ପବିତ୍ର ଦିନରେ ରାଶି ଅନୁଯାୟୀ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ, ପୂରଣ ହେବ ସମସ୍ତ ମନୋସ୍କାମନା
ଜନ୍ମାଷ୍ଟମୀ ପର୍ବ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଭାବରେ ପାଳନ କରାଯାଏ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଆଜି ସମଗ୍ର ଭାରତ ବର୍ଷରେ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଉଛି । ତେବେ ଜନ୍ମାଷ୍ଟମୀର ଏହି ଶୁଭ ଅବସରରେ ଆସନ୍ତୁ ଜାଣିବା ରାଶି ଅନୁଯାୟୀ ଶ୍ରୀକୃଷ୍ଣଙ୍କୁ କ’ଣ ଅର୍ପଣ କରାଯିବା ଉଚିତ୍?
ମେଷ- ଏହି ରାଶିର ଲୋକମାନେ ଆଜିର ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ନାଲି ଫୁଲ ଦେବା ଉଚିତ୍ । ଏହାଦ୍ୱାରା ଆପଣଙ୍କର ମଙ୍ଗଳ ହେବା ସହ ସମସ୍ତ ଇଚ୍ଛା ପୂରଣ ହେବ ।
ବୃଷ- ବୃଷ ରାଶିର ଲୋକମାନେ ଭଗବାନ କୃଷ୍ଣଙ୍କୁ ପଞ୍ଚାମୃତ ଅର୍ପଣ କରନ୍ତୁ । ଅର୍ଥାତ ଆପଣ ପଞ୍ଚାମୃତରେ ଶ୍ରୀକୃଷ୍ଣଙ୍କୁ ସ୍ନାନ କରାନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ ।
ମିଥୁନ- ମିଥୁନ ରାଶିର ଲୋକମାନେ ଆଜିର ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ଦଳ ଅର୍ପଣ କରିବା ଉଚିତ୍ । ଭଗବାନ କୃଷ୍ଣଙ୍କ ପାଦତଳେ ଦୁଇଟି ତୁଳସୀ ପତ୍ର ଅର୍ପଣ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ ।
କର୍କଟ- କର୍କଟ ରାଶିର ଲୋକମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାଖନ ମିଶ୍ରି ଭୋଗ ଲଗାଇବା ଉଚିତ ଏବଂ ନିଜ ପାଇଁ ଭଗବାନ କୃଷ୍ଣଙ୍କୁ ପ୍ରାର୍ଥନା କରିବା ଉଚିତ୍ ।
ସିଂହ- ସିଂହ ରାଶିର ଲୋକମାନେ ଆଜି ଭଗବାନ ଶ୍ରୀକୃଷ୍ଣଙ୍କୁ ପେଡା ଭୋଗ ରୂପରେ ଅର୍ପଣ କରନ୍ତୁ । ଏହାଦ୍ୱାରା ଆପଣଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ ହେବ ।
କନ୍ୟା- ଏହି ରାଶିର ଲୋକମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ଦଳ ପ୍ରଦାନ କରିବା ଉଚିତ୍ । ଆଜିର ଦିନରେ ଶ୍ରୀକୃଷ୍ଣଙ୍କୁ ତୁଳସୀ ଦଳ ପ୍ରଦାନ କରିବା ଦ୍ୱାରା ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ ଏବଂ ପରେ ଏହି ତୁଳସୀ ଦଳକୁ ପ୍ରସାଦ ଭାବରେ ଗ୍ରହଣ କରନ୍ତୁ ।
ତୁଳା- ତୁଳା ରାଶିର ଲୋକମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଞ୍ଚାମୃତ ପ୍ରଦାନ କରିବା ଉଚିତ ଏବଂ ପରେ ଏହାକୁ ପ୍ରସାଦ ଭାବରେ ଗ୍ରହଣ କରିବା ଉଚିତ୍ ।
ବିଛା- ବିଛା ରାଶିର ଲୋକମାନେ ଆଜିର ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସୁଗନ୍ଧିତ ଫୁଲ ଅର୍ପଣ କରନ୍ତୁ । ଏହି ସୁଗନ୍ଧିତ ଫୁଲ ହଳଦିଆ ରଙ୍ଗର ହେଲେ ଅଧିକ ଭଲ ହେବ ।
ଧନୁ- ଏହି ରାଶିର ଲୋକମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ କେବଳ ହଳଦିଆ ରଙ୍ଗର ଫୁଲ ପ୍ରଦାନ କରିବା ଉଚିତ୍ । ଆଜିର ଦିନରେ ଶ୍ରୀକୃଷ୍ଣଙ୍କୁ ହଳଦିଆ ଫୁଲ ଅର୍ପଣ କରିବା ଦ୍ୱାରା ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ ।
ମକର- ଯଦି ମକର ରାଶି ଲୋକ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଭଗବାନ ଶ୍ରୀକୃଷ୍ଣଙ୍କ କର୍ପୁର ଆରତୀ କରନ୍ତି, ତେବେ ସେମାନଙ୍କର ସମସ୍ତ ଇଚ୍ଛା ପୂରଣ ହେବ ।
କୁମ୍ଭ- କୁମ୍ଭ ରାଶିର ଲୋକମାନେ ଆଜିର ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଚନ୍ଦନ ଅର୍ପଣ କରିବା ଉଚିତ ଏବଂ ଏହା ସହିତ ନିଜର ଇଚ୍ଛା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ।
ମୀନ- ଆଜିର ପବିତ୍ର ଦିନରେ ଏହି ରାଶିର ଲୋକମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ହଳଦିଆ ରଙ୍ଗର ପୋଷାକ ଅର୍ପଣ କରନ୍ତୁ କାରଣ ଶ୍ରୀକୃଷ୍ଣଙ୍କୁ ପିତାମ୍ବର ମଧ୍ୟ କୁହାଯାଏ । ହଳଦିଆ ରଙ୍ଗ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ।