ନନ୍ଦୋତ୍ସବରେ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ ଏସବୁ ଦ୍ରବ୍ୟ, ଘରକୁ ଆସିବ ସୁଖ ସମୃଦ୍ଧି

ଜନ୍ମାଷ୍ଟମୀ ପରଦିନକୁ ନନ୍ଦୋତ୍ସବ ଭାବେ ପାଳନ କରାଯାଏ। ଏହି ଦିନ ଗୋପପୁରରେ କୃଷ୍ଣ ଜନ୍ମ ହର୍ଷ ଉଲ୍ଲାସର ସହ ପାଳିତ ହୁଏ। ଏ ଅବସରରେ କିଛି ଲୋକ ବ୍ରତ ମଧ୍ୟ ରଖିଥାନ୍ତି। ଜନ୍ମାଷ୍ଟମୀ ଯେଭଳି ଭାବେ ପାଳିତ ହୁଏ, ନନ୍ଦୋତ୍ସବ ମଧ୍ୟ ସେଭଳି ଖୁବ୍‌ ଜାକଜମକରେ ପାଳିତ ହୋଇଥାଏ। ତେବେ ଜନ୍ମାଷ୍ଟମୀ ଭଳି ନନ୍ଦୋତ୍ସବରେ ମଧ୍ୟ ଭଗବାନ କୃଷ୍ଣଙ୍କୁ କିଛି ଦ୍ରବ୍ୟ ଅର୍ପଣ କଲେ, ନନ୍ଦ ଲାଲ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଆସନ୍ତୁ ଜାଣିବା ଆଜି କୃଷ୍ଣଙ୍କୁ କି କି ଦ୍ରବ୍ୟ ଅର୍ପଣ କରିବା ଉଚିତ୍‌…

  • ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଦ୍ରବ୍ୟ ହେଉଛି ଲହୁଣୀ। ଏଣୁ ଏହି ଦିନ କୃଷ୍ଣଙ୍କୁ ଲହୁଣୀ ଅର୍ପଣ କରନ୍ତୁ।
  • ଶ୍ରୀକୃଷ୍ଣଙ୍କୁ କ୍ଷୀର ଜାତୀୟ ସବୁ ଜିନିଷ ପସନ୍ଦ। ଏଣୁ ଏହି ଦିନ ଆପଣ ପ୍ରଭୁଙ୍କୁ ଛେନା କ୍ଷୀରି ଅର୍ପଣ କରନ୍ତୁ।
  • ନନ୍ଦୋତ୍ସବ ଦିନ କୃଷ୍ଣଙ୍କୁ ଚାନ୍ଦିର ବଇଁଶୀ ଅର୍ପଣ କରନ୍ତୁ, ଭଗବାନ ଖୁସି ହେବେ। ଆପଣ ଚାହିଁଲେ ସାଧାରଣ ବାଉଁଶର ବଇଁଶୀ ମଧ୍ୟ ଅର୍ପଣ କରିପାରିବେ।
  • ପୂଜାରେ କୃଷ୍ଣଙ୍କୁ ନିହାତି ଭାବେ ତୁଳସୀ ଦିଅନ୍ତୁ।
  • ଶ୍ରୀକୃଷ୍ଣଙ୍କୁ ମୟୂର ପୁଚ୍ଛ ଖୁବ୍‌ ପସନ୍ଦ। ଏଣୁ ପୂଜାରେ ମୟୂର ପୁଚ୍ଛ ଚଢ଼ାଇବାକୁ ଯେମିତି ନ ଭୁଲନ୍ତି।
  • ନନ୍ଦଲାଲଙ୍କ ପୂଜାରେ ଖାସ୍‌ କରି ସେଫାଳୀ କିମ୍ବା ପାରିଜାତ ଫୁଲ ଅର୍ପଣ କରନ୍ତୁ। ଭଗବାନ ସବୁ ମନସ୍କାମନା ପୂରଣ କରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.