ସ୍ପେଶାଲ

ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ ,କଦାପି ରହିବ ନାହିଁ ଧନର ଅଭାବ

ଆମେ ସମସ୍ତେ ଜାଣିଛେ ଗୁରୁବାରକୁ ମା ଲକ୍ଷ୍ମୀଙ୍କ ଦିନ ବୋଲି କୁହାଯାଇଥାଏ । କିନ୍ତୁ ଶୁକ୍ରବାର ଦିନ ବିଧି ବିଧାନ ସହ ମା ଲକ୍ଷ୍ମୀ ଙ୍କୁ ପୂଜା କରାଯାଇଥାଏ । ଏହାଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ରହିଥାଏ ତାଙ୍କ ଜୀବନରେ କଦାପି ଧନର ଅଭାବ ହୋଇନଥାଏ । ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପରେ ଜଣେ ବ୍ୟକ୍ତି ସୁଖ, ସମୃଦ୍ଧତା ଏବଂ ଧନ ପ୍ରାପ୍ତ କରେ। ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ, ଲୋକମାନେ ବିଭିନ୍ନ ପଦକ୍ଷେପ ନିଅନ୍ତି, ଉପାସନା କରନ୍ତି ବିଭିନ୍ନ ପୂଜାପାଠ ବି କରନ୍ତି। ଦେବୀ ଲକ୍ଷ୍ମୀଙ୍କ ପୂଜାପାଠର କିଛି ବିଶେଷ ଦିନ ଅଛି ଯଦି ବ୍ୟକ୍ତି ଶୁକ୍ରବାର ଦିନ କିଛି ଉପାୟ କରନ୍ତି ତେବେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଦିନ କଣ କରିବେ ଆଉ କଣ କରିବେ ନାହିଁ ।

ଶୁକ୍ରବାର ଦିନ ପୂଜା କରିବା ସମୟରେ ମା ଲକ୍ଷ୍ମୀଙ୍କୁ ସଧବା ନାରୀର ସମସ୍ତ ଜିନିଷ ସହିତ ଧଳା ବା ଲାଲ ବସ୍ତ୍ର ଅର୍ପଣ କରନ୍ତୁ । ଏଭଳି କରିବା ଦ୍ୱାରା ମାଙ୍କର ବିଶେଷ କୃପା ଲାଭ ହୋଇଥାଏ । ଏହାସହିତ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ମା ଲକ୍ଷ୍ମୀଙ୍କୁ ଶୁକ୍ରବାର ଦିନ ବିଧି ବିଧାନ ସହ ଉପାସନା କରିବା ସହ ଲାଲ ପୁଷ୍ପ ଅର୍ପଣ କରନ୍ତୁ । ଏଭଳି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଶୁକ୍ରବାର ଦିନ ମା ଲକ୍ଷ୍ମୀ ଏବଂ ଭଗବାନ ଲକ୍ଷ୍ମୀନରାରଣଙ୍କ ଉପାସନା କରନ୍ତୁ ଏବଂ ତାଙ୍କ ଠାରେ ଖୀରି ଭୋଗ ଲଗାନ୍ତୁ । ଏଭଳି କରିବା ଦ୍ୱାରା ଶୁଭ ଲାଭ ପ୍ରାପ୍ତି ହେବ ଏବଂ ଧନ ବୈଭବ ବୃଦ୍ଧି ହୋଇଥାଏ ।

ଧନ ପ୍ରାପ୍ତି ପାଇଁ ଶୁକ୍ରବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ । ବିଷ୍ଣୁଙ୍କ ପୂଜା ଦ୍ୱାରା ମା ଲକ୍ଷ୍ମୀ ଖୁସୀ ହୋଇଥାନ୍ତି । ଏହା ସହିତ ମାଙ୍କ ପାଖରେ ମିସିରି ଭୋଗ ଲଗାନ୍ତୁ ଏହି ଭୋଗକୁ ୭ ବର୍ଷରୁ କମ୍ କନ୍ୟା ମାନଙ୍କୁ ଘରକୁ ଡାକି ଖାଇବାକୁ ଦିଅନ୍ତୁ ଏହାଦ୍ୱାରା ମା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।

ମା ଲକ୍ଷ୍ମୀ ପକ୍ଷୀ ମାନଙ୍କୁ ବହୁତ ଭଲ ପାଆନ୍ତି। ଏହି ଦିନ ପକ୍ଷୀ ମାନଙ୍କୁ ଚାଉଳ ଦାନା ଖାଇବାକୁ ଦେଲେ ବ୍ୟକ୍ତିର କରଜ କମ ହେବାକୁ ଲାଗିଥାଏ। ଆଉ ଅନେକ ସୁଖର ପ୍ରାପ୍ତ ହୋଇଥାଏ।

ଶୁକ୍ରବାର ଦିନ କେବେବି କାହାରିକୁ ଚିନି ଦେବେ ନାହିଁ। ଏମିତି କଲେ ଶୁକ୍ର ଗ୍ରହ କମଜୋର ହୋଇଯାଏ। ଆଉ ଜୀବନରେ ସୁଖ ସମୃଦ୍ଧି ଧନ ବୈଭବ ସବୁ ନଷ୍ଟ ହୋଇଯାଏ।

ଶୁକ୍ରବାର ଦିନ ଟଙ୍କା କରଜ ନେଲେ କିମ୍ବା କାହାରିକୁ କରଜ ଦେଲେ ଘରର ଲକ୍ଷ୍ମୀ ଚାଲିଯାଏ। ଖାସ କରି ଶୁକ୍ରବାର ଦିନ ଟଙ୍କାର କାରବାର କରିବା ଉଚିତ ନୁହେଁ।

ଶୁକ୍ରବାର ଦିନ ଘରକୁ ଭଲ ଭାବରେ ସଫା ସୁତରା କରିବା ଉଚିତ। ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି।

ଶାସ୍ତ୍ରରେ ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ କହିଥିଲେ ଯେଉଁ ଘରେ ମହିଳାଙ୍କ ସମ୍ମାନ ହୋଇଥାଏ ସେହି ଘରେ ସର୍ବଦା ମୋର ବାସ ହୋଇଥାଏ

ଶୁକ୍ରବାର ଦିନ ମହିଳା କନ୍ୟା କିନ୍ନର ମାନଙ୍କର ଅପମାନ କେବେବି କରିବା ଉଚିତ ନୁହେଁ। ସେମିତିରେ ତ କେବେବି କାହାରି ଅପମାନ କରିବା ଉଚିତ ନୁହେଁ।

Barsha

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

7 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

18 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

46 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago