ନିଜ ଖାଦ୍ୟରେ ତେଲ ମସଲା, କ୍ଷୀର ମିଶାନ୍ତିନି ଯୋଗ ଗୁରୁ ଶିବାନନ୍ଦ: ୧୨୬ ବର୍ଷରେ ବି ସୁସ୍ଥ

ଆପଣମାନେ ଜାଣିଥିବେ ଆଜିର ଦୁନିଆରେ ଅନେକ ଲୋକ ଅଛନ୍ତି ଯିଏ କି ଅଧିକ ବର୍ଷ ବଞ୍ଚିବା ପାଇଁ ଇଛା ରଖନ୍ତି କିନ୍ତୁ ସମସ୍ତଙ୍କ ଜୀବନଶୈଳୀ ଠିକ୍ ନଥାଏ। ନିଜର ଖାଦ୍ୟପେୟକୁ ନେଇ ମଣିଷର ସ୍ୱାସ୍ଥ୍ୟ ପରିବର୍ତ୍ତନ ହୋଇଥାଏ। ଆପଣ ଏଇ କିଛି ବର୍ଷରେ କାହାକୁ ଜାଣିଛନ୍ତି କି ଯାହାକୁ ୧୦୦ ବର୍ଷ ଟପି ଥିବ। ଆଜିର ଦୁନିଆରେ ନିଜର ଭୁଲ ଜୀବନଶୈଳୀ ପାଇଁ ଅନେକ ଲୋକ କମ୍ ବର୍ଷ ବଞ୍ଚୁଛନ୍ତି ଓ ଅନେକ ଲୋକ ରୋଗ ବ୍ୟାଧିର ଶିକାର ହେଉଛନ୍ତି।

କିନ୍ତୁ ନିଜର ଖାଦ୍ୟ ପେୟ ଓ ଯୋଗ ପାଇଁ ଆଜି ୧୨୬ ବର୍ଷ ହେବା ପରେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଯୋଗଗୁରୁ ସ୍ୱାମୀ ଶିବାନନ୍ଦଙ୍କ ମହାନତା। ଯିଏକି ତାଙ୍କର ସମାଜସେବା ପାଇଁ ପଦ୍ମଶ୍ରୀ ଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ମୁଣ୍ଡିଆ ମାରିଥିଲେ। ଏହି ଭିଡ଼ିଓ ବର୍ତ୍ତମାନ ଅଧିକ ମାତ୍ରାରେ ସୋସିଆଲ ମିଡିଆରେ ସେୟାର ହେବାକୁ ଲାଗୁଛି। ତାଙ୍କର ଉଦାରତା ପାଇଁ ତାଙ୍କୁ ସବୁ ମହଲରୁ ପ୍ରଶଂସା ମିଳୁଛି।

 

guru sivananda
credit picture – prabhasakhi

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଦିନ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଯେଉଁଥିରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ୧୨୬ ବର୍ଷୀୟ ସ୍ୱାମୀ ଶିବାନନ୍ଦ ମଧ୍ୟ ପହଞ୍ଚିଥିଲେ। କିନ୍ତୁ ଶିବାନନ୍ଦଙ୍କ ବେଶଭୂଷା ତଥା ବ୍ୟବହାର ତାଙ୍କୁ ସମସ୍ତଙ୍କ ଠାରୁ ନିଆରା କରିଥିଲା। ଲୋକମାନେ ଶିବାନନ୍ଦଙ୍କ ନିଚ୍ଛକ ବ୍ୟବହାର ଦେଖି ଉଦ୍‌ଭୁତ ହୋଇଥିବା ଦେଖାଯାଇଛି। ପୁରସ୍କାର ଗ୍ରହଣ କରିବା ପୂର୍ବରୁ ଏହି ଶତାୟୁ ଯୋଗଗୁରୁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ମନ୍ତ୍ରୀମାନେ ବସିଥିବା ସ୍ଥାନକୁ ଯାଇ ନତମସ୍ତକ ହୋଇଥିଲେ। ସେ ଆଣ୍ଠୁ ମାଡ଼ି ମୁଣ୍ଡିଆ ମାରିଥିଲେ। ଶିବାନନ୍ଦଙ୍କ ଏହି ଭାବ ଦେଖି ମୋଦି ମଧ୍ୟ ନିଜ ଚେୟାରରୁ ଉଠିଯାଇଥିଲେ ଓ ଶିବାନନ୍ଦଙ୍କ ସମ୍ମାନରେ ନଇଁଥିଲେ। ତେବେ ଏହା ପରେ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ଶିବାନନ୍ଦ ପୁଣିଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଆଣ୍ଠୁ ମାଡ଼ି ବସି ମୁଣ୍ଡିଆ ମାରିଥିଲେ। ସ୍ୱାମୀ ଶିବାନନ୍ଦଙ୍କୁ ନିଜ ସାମ୍ନାରେ ମୁଣ୍ଡିଆ ମାରୁଥିବାର ଦେଖି ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ନିଜ ଚେୟାରରୁ ଉଠି ଆସି ତାଙ୍କୁ ଉଠାଇ କୋଳେଇ ନେଇଥିଲେ।

ତେବେ ୧୨୬ ବର୍ଷ ବୟସରେ ଯୋଗ ଓ ତାଙ୍କର ଖାଦ୍ୟଶୈଳୀ ପାଇଁ ସେ ଖୁବ୍ ଫିଟ୍‌ ଥିବାର ବି ଦେଖାଯାଇଛି। ଏମିତିକି ଏପର୍ଯ୍ୟନ୍ତ ସେ କୌଣସି ଡ଼ାକ୍ତରଙ୍କ ପାଖକୁ ମଧ୍ୟ ଯାଇନାହାନ୍ତି କି ତାଙ୍କୁ କୌଣସି ରୋଗ ମଧ୍ୟ ଆଜି ପର୍ଯ୍ୟତ ହୋଇନାହିଁ।

ତେବେ ଆସନ୍ତୁ ଜାଣିବା ତାଙ୍କର ଦୀର୍ଘ ଜୀବନର ରହସ୍ୟ :
ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିବା ଜୋଗୋ ଗୁରୁ ଶିବାନନ୍ଦ ଅବିଭକ୍ତ ସିଲହେଟ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ଜୀବନକୁ ମାନବ ସମାଜର କଲ୍ୟାଣ ପାଇଁ ଉତ୍ସର୍ଗ କରିଛନ୍ତି। ତାଙ୍କର ସୁସ୍ଥ ଏବଂ ଦୀର୍ଘ ଜୀବନର ରହସ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଯୋଗ ଗୁରୁ ପିଲାଦିନେ ଦାରିଦ୍ରରେ ଜୀବନ ବିତାଉଥିଲେ। ସେ ମାତ୍ର ୬ ବର୍ଷ ବୟସରେ ତାଙ୍କ ପିତାମାତାଙ୍କୁ ହରାଇଥିଲେ। ପରେ ତାଙ୍କୁ ପଶ୍ଚିମବଙ୍ଗର ନବଦ୍ଵିପକୁ ଗୁରୁଜୀଙ୍କ ଆଶ୍ରମକୁ ନିଆଯାଇଥିଲା। ସେଠାରେ ଗୁରୁ ଓମକାରାନନ୍ଦ ଗୋସ୍ୱାମୀ ତାଙ୍କ ଯତ୍ନ ନେଉଥିଲେ ଏବଂ ସମସ୍ତ ନୈତିକ ଏବଂ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରିଥିଲେ।

ତାଙ୍କର ଶୃଙ୍ଖଳିତ ଏବଂ ସୁପରିଚାଳିତ ଜୀବନ ପାଇଁ ସେ ସକାଳ ସମୟରେ ଯୋଗ କରନ୍ତି। ନିଜ ବୟସ ବଢିବା ସହିତ ସେ ପିଲାଙ୍କୁ ମଧ୍ୟ ଯୋଗ ଶିକ୍ଷା ଦେବାକୁ ଲାଗିଲେ। ଖାଲି ଏତିକି ନୁହେଁ ସେ ନିଜ ଖାଦ୍ୟରେ ମଧ୍ୟ ସମ୍ପୂର୍ଣ୍ଣ ଶୁଦ୍ଧ ଆହାର ଖାଉଥିଲେ। ଏମିତି ନିଜର ଯୋଗ ପାଇଁ ଓ ଖାଦ୍ୟ ଶୈଳୀ ପାଇଁ ସେ ଦେଶରେ ଯୋଗ କିମ୍ବଦନ୍ତୀ ହେବାକୁ ହୋଇଗଲେ। ଏମିତିକି ତାଙ୍କ ଜୀବନରେ ବହୁତଗୁଡ଼ିଏ ଜିନିଷ ଅଛି ଯାହା ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିଥାଏ । ଯାହାକି ତାଙ୍କର ଖାଦ୍ୟ ଶୈଳୀ। ତାଙ୍କର ଶୃଙ୍ଖଳିତ ଯୋଗ ରୁଟିନ୍ ବ୍ୟତୀତ, ତାଙ୍କର ଖାଦ୍ୟ ଅଭ୍ୟାସ ଏପରି କିଛି ଯାହାକୁ ଆମେ ସମସ୍ତେ ଧ୍ୟାନ ଦେବା ଉଚିତ୍। ଯାହାକୁ କୌଣସି ସାଧାରଣ ମଣିଷ ଅଧିକାଂଶ ଅନୁସରଣ କରିବା ସହଜ ନୁହେଁ, କିନ୍ତୁ ସେ ଏପରି କିଛି ଅଭ୍ୟାସ କରୁଥିଲେ ଯାହା ଯୋଗ ଗୁରୁଙ୍କୁ ଏକ ରୋଗମୁକ୍ତ ଏବଂ ଚିନ୍ତାମୁକ୍ତ ଜୀବନ ଦେଇଛି। ସେ କହିଛନ୍ତି ଯେ ସେ ଅତି ସରଳ ଖାଦ୍ୟ ଖାଉଛନ୍ତି ଯାହା ତେଲମୁକ୍ତ ଏବଂ ମସଲାମୁକ୍ତ।

ସେ ନିଜ ପିଲାବେଳୁ ହିଁ ସିଝା ଚାଉଳ ଏବଂ ସିଝା ମସୁର ଡାଲି ଖାଇବାକୁ ପସନ୍ଦ କରନ୍ତି। ସେ କ୍ଷୀର କିମ୍ବା ଫଳ ଗ୍ରହଣ କରିବା ଠାରୁ ମଧ୍ୟ ଦୂରେଇ ରୁହନ୍ତି କାରଣ ସେ ଭାବନ୍ତି ଯେ ସେଗୁଡିକ ହାଇଫାସିନେଟେଡ୍ ଖାଦ୍ୟ “ମୁଁ ଏକ ସରଳ ଏବଂ ଶୃଙ୍ଖଳିତ ଜୀବନଯାପନ କରେ। ମୁଁ ଅତି ସରଳ ଭାବରେ ଖାଏ । କେବଳ ବିନା ତେଲ ଓ ବିନା ମସଲା ଖାଦ୍ୟ ସହିତ ପେଜ ଯୁକ୍ତ ଭାତ, ସିଝା ଡାଲି ଓ ଦୁଇଟି ସବୁଜ ଲଙ୍କା ସେ ଖାଆନ୍ତି। ସବୁଦିନେ ସକାଳ ୩ ଟାରେ ସେ ବିଛଣା ତ୍ୟାଗ କରନ୍ତି ଓ ଯୋଗ କରନ୍ତି। ଯାହାକି ତାଙ୍କର ସୁସ୍ଥ ଏବଂ ଦୀର୍ଘ ଜୀବନର ବଡ଼ ରହସ୍ୟ। ଯାହାକି ଆନ୍ତର୍ଜାତିକ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି। ତେଣୁ ଯୋଗ ଗୁରୁଙ୍କ ଜୀବନଶୈଳୀରୁ ମଧ୍ୟ ଅନେକ କିଛି ଶିଖିବାର ଅଛି।ବର୍ତ୍ତମାନ ସେ ବାରଣାସୀରେ ବାସ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.